୫୭ ବର୍ଷ ତଳେ ଅଲଗା ହୋଇଯାଇଥିବା ଦୁଇ ଭାଇଙ୍କୁ ଏକ କଲା ରେଡିଓ
Advertisement

୫୭ ବର୍ଷ ତଳେ ଅଲଗା ହୋଇଯାଇଥିବା ଦୁଇ ଭାଇଙ୍କୁ ଏକ କଲା ରେଡିଓ

ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲାର ଚାରୁ ବସାନ

୫୭ ବର୍ଷ ତଳେ ଅଲଗା ହୋଇଯାଇଥିବା ଦୁଇ ଭାଇଙ୍କୁ ଏକ କଲା ରେଡିଓ

ନୂଆଦିଲ୍ଲୀ: ହାମ୍ ରେଡିଓ ସାହାଯ୍ୟରେ ୫୭ ବର୍ଷ ପରେ ବଡ଼ ଭାଇକୁ ଭେଟିଲା ସାନଭାଇ । ପଶ୍ଚିମବଙ୍ଗର ଚବିଶ ପ୍ରଗଣା ଅନ୍ତର୍ଗତ ସୋଦପୁର ରେଲୱେ ଷ୍ଟେସନରେ ନିଜ ବଡ଼ଭାଇକୁ ନାଟକୀୟ ଢଙ୍ଗରେ ଭେଟିଲା ସାନଭାଇ ।  ଦୀର୍ଘ ୫୭ ବର୍ଷ ପରେ ନିଜ ପରିବାରକୁ ଭେଟିବାକୁ ଯାଉଛନ୍ତି ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲାର ଚାରୁ ବସାନ । 
ସୋଦପୁର ଷ୍ଟେସନରେ ଖଣ୍ଡେ ଚାଦର ଘୋଡ଼ିହୋଇ ଏକ ବେଞ୍ଚରେ ସବୁବେଳେ ବସି ରହୁଥିଲେ ଚାରୁ । ଏହା ଥିଲା ଗତ ୪୦ ବର୍ଷ ଧରି ତାଙ୍କର ନିତିଦିନଆ କାମ । ମାତ୍ର ହାମ୍ ରେଡିଓ ସଦସ୍ୟଙ୍କ ସହାୟତାରେ ତାଙ୍କୁ ନିଜ ହଜି ଯାଇଥିବା ପରିବାର ମିଳିଯାଇଛି । 

ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଷ୍ଟେସନରେ ନିଜ ସାନଭାଇ ସହ ଆଉ କିଛି ସମୟ ପରେ ପହଞ୍ଚିବାକୁ ଯାଉଛନ୍ତି ଚାରୁ ବସାନ ।  ସେପଟେ ଦୀର୍ଘ ୫୭ ବରଷ ତଳେ ନିଜ ଭାଇଙ୍କୁ ହରାଇଥିବା ସାନଭାଇ ଅଯୋଧ୍ୟା ବସାନ ତାଙ୍କ ସନ୍ଧାନ ପାଇବା ପରେ ହୋଇ ଉଠିଛନ୍ତି ଆତ୍ମହରା । 

ପ୍ଲାଟଫର୍ମରେ ବସିଥିବା ଚାରୁଙ୍କ ଗତିବିଧିକୁ ଦେଖି ସନ୍ଦେହ କରିଥିଲେ ହାମ୍ ରେଡିଓ କର୍ମକର୍ତ୍ତା ।  ଏହାପରେ ତାଙ୍କ ସହ କଥାହେବାରୁ ସେ ଅଧା ବଙ୍ଗଳା ଓ ଅଧା ଓଡ଼ିଆରେ କହିଥିଲେ ସେ ।  ଜଣେ ଓଡ଼ିଆ ବୋଲି ତାଙ୍କ ଘର ଝାରସୁଗୁଡ଼ାରେ ବୋଲି ଜାଣିବା ପରେ ରେଡିଓ କର୍ମକର୍ତ୍ତା ତାଙ୍କପରିବାର ସହ ଯୋଗାଯୋଗ କରିଥିଲେ ।  ସାନଭାଇ ଅଯୋଧ୍ୟାଙ୍କ ସହ ସମ୍ପର୍କ ହେବାରୁ ସେ ତୁରନ୍ତ ଭାଇଙ୍କୁ ଭେଟିବାକୁ ଚାଲି ଆସିଥିଲେ ପଶ୍ଚିମବଙ୍ଗ । ଏହିପରି ଭାବରେ ଦୀର୍ଘ ୫୭ ବର୍ଷ ପରେ ଭାଇ ସହ ଭାଇର ମିଳନ ହୋଇଥିଲା ।