ଯୋଗୀ ସରକାରଙ୍କ ନିୟନ୍ତ୍ରଣରେ ସିଆ-ସୁନ୍ନୀ ୱାକଫ୍ ବୋର୍ଡ
Advertisement
Article Detail0/zeeodisha/odisha685416

ଯୋଗୀ ସରକାରଙ୍କ ନିୟନ୍ତ୍ରଣରେ ସିଆ-ସୁନ୍ନୀ ୱାକଫ୍ ବୋର୍ଡ

ବର୍ତ୍ତମାନ ଉତ୍ତର ପ୍ରଦେଶରେ କ୍ଷମତାସୀନ ଯୋଗୀ ସରକାରଙ୍କ ପ୍ରତ୍ୟେକ୍ଷ ନିୟନ୍ତ୍ରଣକୁ ଆସିଛି ସିଆ-ସୁନ୍ନୀ ୱାକଫ ବୋର୍ଡ | 

ଯୋଗୀ ସରକାରଙ୍କ ନିୟନ୍ତ୍ରଣରେ ସିଆ-ସୁନ୍ନୀ ୱାକଫ୍ ବୋର୍ଡ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ସିଆ ଏବଂ ସୁନ୍ନୀ ୱାକଫ ବୋର୍ଡକୁ ନିୟନ୍ତ୍ରଣ କରିବେ ରାଜ୍ୟରେ କ୍ଷମତାସୀନ ଯୋଗୀ ଆଦିତ୍ୟନାଥଙ୍କ ସରକାର | କାରଣ ଗତ ସପ୍ତାହରେ ବୋର୍ଡର ୫ ବର୍ଷିଆ କାର୍ଯ୍ୟକାଳ ପୂରିବା ସହ ଲକ ଡାଉନ ଯୋଗୁଁ ଏହାର ପୁନର୍ବାର ନିର୍ବାଚନ ଅନୁଷ୍ଠିତ ହୋଇ ପାରିନାହିଁ |   

ଏହା ଉପରେ ପ୍ରତିକ୍ରିୟା ରଖି ଉତ୍ତର ପ୍ରଦେଶ ସରକାରଙ୍କ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମହସିନ ରାଜା କହିଛନ୍ତି ଉଭୟ ସିଆ ଏବଂ ସୁନ୍ନୀ ୱାକଫ ବୋର୍ଡର ପରିଚାଳନା ପାଇଁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନିଯୁକ୍ତ ହେବେ | ଉତ୍ତର  ପ୍ରଦେଶରେ ୨୦୧୨-୧୭ ପର୍ଯ୍ୟନ୍ତ କ୍ଷମତାସୀନ ଥିବା ସମାଜବାଦ ପାର୍ଟି ସରକାର ଅମଳରେ ଉଭୟ ବୋର୍ଡର ଗଠନ ହୋଇଥିଲା | 

ସେ ସମୟରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ଆସିଥିଲା | ଏହାର ତଦନ୍ତ ପାଇଁ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି | ବୋର୍ଡର ପରିଚାଳନା ପାଇଁ ଏବେ ମୁତ୍ତାୱାଲି(କେଆରଟେକର) ନିଯୁକ୍ତ ହେବେ |