ବରୁଣ ଧୱନ ବନିଲେ 'ମିଷ୍ଟର ଲେଲେ', ସେୟାର କଲେ ଫିଲ୍ମର ଫାଷ୍ଟ ଲୁକ
Advertisement
Article Detail0/zeeodisha/odisha623900

ବରୁଣ ଧୱନ ବନିଲେ 'ମିଷ୍ଟର ଲେଲେ', ସେୟାର କଲେ ଫିଲ୍ମର ଫାଷ୍ଟ ଲୁକ

ସାମ୍ନାକୁ ଆସିଲା 'ମିଷ୍ଟର ଲେଲେ'ର ଫାଷ୍ଟ ଲୁକ

ବରୁଣ ଧୱନ ବନିଲେ 'ମିଷ୍ଟର ଲେଲେ', ସେୟାର କଲେ ଫିଲ୍ମର ଫାଷ୍ଟ ଲୁକ

ନୂଆଦିଲ୍ଲୀ: ବରୁଣ ଧୱନ ଏବଂ ନିର୍ଦେଶକ ଶଶାଙ୍କ ଖେତାନଙ୍କ ଯୋଡ଼ି ଆମ ସମସ୍ତଙ୍କୁ 'ହମ୍ପଟି ଶର୍ମାକି ଦୁଲହନିଆ ଓ ବଦ୍ରିନାଥ କି ଦୁଲହନିଆ' ଭଳି ଦମଦାର କମିକ ଫିଲ୍ମ ଭେଟି ଦେଇଛନ୍ତି । ଆଉ ଏବେ ଏହି ଦୁଇଜଣ ପୁଣିଥରେ ଏକାଠି ଆଉ ଏକ ଫିଲ୍ମ ଦର୍ଶକଙ୍କୁ ଭେଟି ଦେବାକୁ ଯାଉଛନ୍ତି । କରଣ ଜୋହରଙ୍କ ପ୍ରଡକ୍ସନରେ ପ୍ରସ୍ତୁତ ହେବାକୁ ଥିବା ଫିଲ୍ମ 'ମିଷ୍ଟର ଲେଲେ'ରେ କାମ କରୁଛନ୍ତି ବରୁଣ ଧୱନ । ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଶଶାଙ୍କ ।

ବରୁଣ ଧୱନ ବନିବେ ମିଷ୍ଟର ଲେଲେ
କରଣ ଜୋହର ଓ ବରୁଣ ଧୱନ ମିଷ୍ଟର ଲେଲେ ଫିଲ୍ମର ଫାଷ୍ଟଲୁକ୍ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏଥିରେ ବରୁଣ ଆଉ ଗୋଟିଏ ଷ୍ଟେପ ଆଗରେ ଥିବା ଭଳି ଅନ୍ଦାଜରେ ନଜର ଆସିଛନ୍ତି । ବରୁଣ ନିଜର ଦୁଇହାତ ଉପରକୁ ଉଠାଇ ଡରିଯାଇଥିବା ଭଳି ନଜର ଆସିଛନ୍ତି । ବରୁଣ ଗୋଟିଏ ହାତରେ ବନ୍ଧୁକ ଧରିଛନ୍ତି ଏବଂ ଆଉ ଗୋଟିଏ ହାତରେ ଘଡ଼ି ବାନ୍ଧିଛନ୍ତି ।

ଏହା ତ ହେଲା ବରୁଣ ଧଓ୍ୱନଙ୍କ ଆଗାମୀ ଫିଲ୍ମ ମିଷ୍ଟର ଲେଲର ଫାଷ୍ଟ ଲୁକ । କିନ୍ତୁ ଆପଣଙ୍କୁ କହି ରଖୁଛୁ ଯେ ବରୁଣ ଏବେ 'ସ୍ଟ୍ରିଟ୍ ଡାନ୍ସର 3D'ଫିଲ୍ମର ରିଲିଜ ପାଇଁ ପ୍ରସ୍ତୁତି ହେଉଛନ୍ତି । ଏଥିରେ ତାଙ୍କ ସହିତ ନୋରା ଫତେହି ଓ ଶ୍ରଦ୍ଧା କପୁର ନଜର ଆସିବେ । 'ସ୍ଟ୍ରିଟ୍ ଡାନ୍ସର 3D' ଫିଲ୍ମ ଜାନୁଆରୀ ୨୪ରେ ରିଲିଜ ହେବ । ଏହାଛଡ଼ା ବରୁଣ ଧୱନ ସାରା ଅଲ୍ଲୀ ଖାନଙ୍କ ସହିତ 'କୁଲି ନଂ-୧'ରେ ବି କାମ କରୁଛନ୍ତି । ମାନେ ଏଥିରୁ ଲାଗୁଛି ବରୁଣଙ୍କ ପାଇଁ ୨୦୨୦ ସୋନେପେ ସୁହାଗା ନେଇ ଆସିଛି ।