ଶାସନର ଦୃଷ୍ଟି ଆଢୁଆଳରେ ବଡକଛାର ଗାଁ, ମୌଳିକ ଅଧିକାର ଓ ସୁବିଧାରୁ ବଞ୍ଚିତ
Advertisement
Article Detail0/zeeodisha/odisha611659

ଶାସନର ଦୃଷ୍ଟି ଆଢୁଆଳରେ ବଡକଛାର ଗାଁ, ମୌଳିକ ଅଧିକାର ଓ ସୁବିଧାରୁ ବଞ୍ଚିତ

ଗାଁରେ ଏ ପର୍ଯ୍ୟନ୍ତ ପହଞ୍ଚି  ପାରିନାହିଁ ବିଦ୍ୟୁତ୍ ସୁବିଧା । ଶିକ୍ଷା, ସ୍ୱାସ୍ଥ୍ୟ କଥା ନକହିବା ହିଁ ଭଲ ।

ଶାସନର ଦୃଷ୍ଟି ଆଢୁଆଳରେ ବଡକଛାର ଗାଁ, ମୌଳିକ ଅଧିକାର ଓ ସୁବିଧାରୁ ବଞ୍ଚିତ

ଟେକଚାନ୍ଦ ଛତ୍ରିଆ, ଧର୍ମଗଡ: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ଗ୍ରାମ ପଞ୍ଚାୟତ  ଅନ୍ତର୍ଗତ ବଡକଛାର ଗାଁ, ପାଖାପାଖି ୧୫୦ ରୁ ଉର୍ଦ୍ଧ ପରିବାର ରହୁଥିବା ଏହି ଗାଁରେ ରହିଛି ଅନେକ ସମସ୍ୟା । ସରକାରୀ ଯୋଜନାରୁ ଯୋଜନା ଦୂରରେ ଅଛନ୍ତି ବଡକଛାର ଗାଁ ବାସିନ୍ଦା । ଏ ମାନଙ୍କ ଯିବା ଆସିବା ପାଇଁ ନାଁ ଅଛି ଖଣ୍ଡେ ପକ୍କାରାସ୍ତା । ଗାଁ କୁ ଯିବାକୁ ହେଲେ ବାଟରେ ପ୍ରଥମେ ପଡିଥାଏ ଏକ ନାଳ , ନାଳରେ ବ୍ରିଜ ନଥିବାରୁ ଅନେକ ସମସ୍ୟାର ସମ୍ମଖୀନ ହୋଇ ଦୈନିକ ଏହି ନାଳ ଦେଇ ଯାତାୟତ କରନ୍ତି ଗାଁ ଲୋକେ । ପାନୀୟ ଜଳ କଥା ନକହିବା ଭଲ, ୧୫୦ ପରିବାର ପାଇଁ ୨ ଟି ନଳକୂପ ରହିଥିଲେ ମଧ୍ୟ ଗୋଟିଏ ନଳକୂପରେ ଅଳ୍ପଅଳ୍ପ ପାଣି ବାହାରୁ ଥିବାବେଳେ ପ୍ରତିବର୍ଷ ଖରାଦିନେ ଲାଗି ରହିଥାଏ ଜଳ ସମସ୍ୟା । ଖାଲି ସେତିକି ନୁହେଁ ଗାଁରେ ଏ ପର୍ଯ୍ୟନ୍ତ ପହଞ୍ଚି  ପାରିନାହିଁ ବିଦ୍ୟୁତ୍ ସୁବିଧା । ଏଭଲି ସ୍ଥିତିରେ ଶିକ୍ଷା, ସ୍ୱାସ୍ଥ୍ୟ କଥା ନକହିବା ହିଁ ଭଲ ।

ଗାଁରେ କହାରି ସ୍ୱାସ୍ଥ୍ୟବସ୍ଥା ଖରାପ ହୁଏ କିମ୍ବା ବର୍ଷା ସମୟରେ କାହାରି ଗର୍ଭଯନ୍ତ୍ରଣା ହୁଏ ଖଟିଆରେ ବୋହିନେବାକୁ ପଡିଥାଏ । ଏହା ବ୍ୟତିତ ଗାଁରେ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ର ମଧ୍ୟ ନଥିବାରୁ ମାସମାସ ଧରି ପିଲାଏ ସ୍କୁଲ କିମ୍ବା ଅଙ୍ଗନୱାଡି କେନ୍ଦ୍ରକୁ ଯାଆନ୍ତି ନାହିଁ ବୋଲି ଲୋକେ ପ୍ରକାଶ କରିଛନ୍ତି ।

ବଡକଛାର ଗାଁ ସମସ୍ୟା ନେଇ ଅନେକ ଉଚ୍ଚ ଅଧି କାରୀ ଓ ନେତା ମାନଙ୍କୁ ଜଣାଇଥିଲେ ମଧ୍ୟ ଫଳ ଶୂନ୍ । ଯାହା ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଅନ୍ୟପଟେ ବଡକଛାର ଗାଁ ସମସ୍ୟା ନେଇ ଧର୍ମଗଡ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ରାସ୍ତା ତଥା ଗାଁକୁ ଦେଇ ଯାଇଥିବା ନାଲା ପାଇ ଅର୍ଥ ମଞ୍ଜୁର କରାଯାଇଛି, ବିଦ୍ୟୁତ ପାଇଁ ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କ ସହିତ କଥା ହୋଇସାରିଛି କମ୍ ଦିନ ଭିତରେ ସମାଧାନା କରିବେ । ପାନୀୟ ଜଳ ତଥା ଅନ୍ୟନ୍ୟ ସୁଖ ସୁବିଧା ଉପରେ ମୋର ନଜର ଅଛି ବୋଲି କହିଛନ୍ତି । ତେବେ ବଡକଛାର ଗାଁର ସମସ୍ୟା କେବେ ସୁଧୁରିବ ତାହା ଏବେ ଦେଖିବାକୁ ବାକି ରହିଲା ।