ଅଟାରୁ ବାହାରୁଛି ପ୍ଲାଷ୍ଟିକ, ବିବାଦରେ ପଶ୍ଚିମବଙ୍ଗ ସରକାର
Advertisement
Article Detail0/zeeodisha/odisha691076

ଅଟାରୁ ବାହାରୁଛି ପ୍ଲାଷ୍ଟିକ, ବିବାଦରେ ପଶ୍ଚିମବଙ୍ଗ ସରକାର

ଦେଶରେ କୋରୋନା ସଂକଟ ଜାରି ରହିଥିବା ବେଳେ ଅତ୍ୟାବଶ୍ୟକ ସେବା ଆବଶ୍ୟକ କରୁଥିବା ଲୋକଙ୍କୁ ସହାୟତାର ହାତ ବଢାଇଛନ୍ତି ଭାରତ ସରକାର | ଅନ୍ୟପଟେ ପଶ୍ଚିମ ସରକାରଙ୍କ ପକ୍ଷରୁ ମଧ୍ୟ ରାସନ ଯୋଗାଇ ଦିଆଯାଉଛି | ମାତ୍ର ଏହି ସାମଗ୍ରୀରୁ ପ୍ଲାଷ୍ଟିକ ବାହାରୁଥିବାର ଅଭିଯୋଗ ଆସିଛି | ଏଭଳି ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲାରେ |&n

ଅଟାରୁ ବାହାରୁଛି ପ୍ଲାଷ୍ଟିକ, ବିବାଦରେ ପଶ୍ଚିମବଙ୍ଗ ସରକାର

କୋଲକାତା: ଦେଶରେ କୋରୋନା ସଂକଟ ଜାରି ରହିଥିବା ବେଳେ ଅତ୍ୟାବଶ୍ୟକ ସେବା ଆବଶ୍ୟକ କରୁଥିବା ଲୋକଙ୍କୁ ସହାୟତାର ହାତ ବଢାଇଛନ୍ତି ଭାରତ ସରକାର | ଅନ୍ୟପଟେ ପଶ୍ଚିମ ସରକାରଙ୍କ ପକ୍ଷରୁ ମଧ୍ୟ ରାସନ ଯୋଗାଇ ଦିଆଯାଉଛି | ମାତ୍ର ଏହି ସାମଗ୍ରୀରୁ ପ୍ଲାଷ୍ଟିକ ବାହାରୁଥିବାର ଅଭିଯୋଗ ଆସିଛି | ଏଭଳି ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲାରେ |     

ଏନେଇ ହସ୍ତଗତ ହୋଇଥିବା ଖବର ଅନୁସାରେ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ଅଟାରୁ ପ୍ଲାଷ୍ଟିକ ବାହାରୁଛି | ଏନେଇ ଲୋକଙ୍କ କହିବା ଅନୁସାରେ ଅଞ୍ଜୀର ବାଗାନର ଜଣେ ରାସନ ଡିଲର ପୋଷ୍ଟର ଲଗାଇ ରାସନ ବାଣ୍ଟୁଛି | ଏଥିରୁ ପ୍ଲାଷ୍ଟିକ ବାହାରୁଛି | ଏହାକୁ ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖାଯାଇଛି | ଏହି ଅଟାକୁ ଚକଟିବା ବେଳେ ଏଥିରେ ପ୍ଲାଷ୍ଟିକ ମିଶିଥିବାର ଜଣାପଡିଥିଲା | ଏହି ଘଟଣା ସମଗ୍ର ଅଞ୍ଚଳରେ ଥିବା ଅଧିକାଂଶ ଘରେ ଦେଖିବାକୁ ମିଳିଛି | ଏପରି ସ୍ଥିତି ସାମ୍ନାକୁ ଆସିବା ପରେ  ଅଞ୍ଜୀର ବାଗାନର ବାସିନ୍ଦା ନିଜ ଅଞ୍ଚଳରେ ଥିବା ଦୋକାନରୁ ଅଟା ନେବା ବନ୍ଦ କରି ଦେଇଛନ୍ତି |

ଅନ୍ୟପଟେ ଏହା ଯୋଗୁଁ ଗରିବ ଶ୍ରେଣୀର ଲୋକଙ୍କ ସମସ୍ୟା ବଢିବାରେ ଲାଗିଛି | ପୂର୍ବ ବର୍ଦ୍ଧମାନ ଜିଲ୍ଲା ପରିଷଦର ଖାଦ୍ୟ ଅଧିକାରୀ ମହବୁବ ମଣ୍ଡଳ ପ୍ଲାଷ୍ଟିକ ମିଶ୍ରିତ ଅଟାକୁ ଫେରାଇ ଦେବା ପାଇଁ ଲୋକଙ୍କୁ କହିବା ସହ ସେହି ରାସନ ଡିଲର କୌଣସି ନନେବାକୁ କହିଛନ୍ତି | ଯଦି ଅଟାର ଖରାପ ମାନ ବାହାରେ କିମ୍ବା ଏଭଳି ଘଟଣା ପୁଣି ଘଟେ ସମ୍ପୃକ୍ତ ଡିଲରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ |  ବର୍ତ୍ତମାନ ପର୍ଯ୍ୟନ୍ତ ସରକାରୀ ଭାବେ କୌଣସି ଲୋକ ଅଭିଯୋଗ କରିନାହାଁନ୍ତି | ଯଦି କେହି ଅଭିଯୋଗ କରନ୍ତି, ସେ ଏ ବାବଦରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ |