Advertisement
Article Detail0/zeeodisha/odisha691076
Zee OdishaOther Newsଅଟାରୁ ବାହାରୁଛି ପ୍ଲାଷ୍ଟିକ, ବିବାଦରେ ପଶ୍ଚିମବଙ୍ଗ ସରକାର

ଅଟାରୁ ବାହାରୁଛି ପ୍ଲାଷ୍ଟିକ, ବିବାଦରେ ପଶ୍ଚିମବଙ୍ଗ ସରକାର

ଦେଶରେ କୋରୋନା ସଂକଟ ଜାରି ରହିଥିବା ବେଳେ ଅତ୍ୟାବଶ୍ୟକ ସେବା ଆବଶ୍ୟକ କରୁଥିବା ଲୋକଙ୍କୁ ସହାୟତାର ହାତ ବଢାଇଛନ୍ତି ଭାରତ ସରକାର | ଅନ୍ୟପଟେ ପଶ୍ଚିମ ସରକାରଙ୍କ ପକ୍ଷରୁ ମଧ୍ୟ ରାସନ ଯୋଗାଇ ଦିଆଯାଉଛି | ମାତ୍ର ଏହି ସାମଗ୍ରୀରୁ ପ୍ଲାଷ୍ଟିକ ବାହାରୁଥିବାର ଅଭିଯୋଗ ଆସିଛି | ଏଭଳି ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲାରେ |&n

ଅଟାରୁ ବାହାରୁଛି ପ୍ଲାଷ୍ଟିକ, ବିବାଦରେ ପଶ୍ଚିମବଙ୍ଗ ସରକାର

କୋଲକାତା: ଦେଶରେ କୋରୋନା ସଂକଟ ଜାରି ରହିଥିବା ବେଳେ ଅତ୍ୟାବଶ୍ୟକ ସେବା ଆବଶ୍ୟକ କରୁଥିବା ଲୋକଙ୍କୁ ସହାୟତାର ହାତ ବଢାଇଛନ୍ତି ଭାରତ ସରକାର | ଅନ୍ୟପଟେ ପଶ୍ଚିମ ସରକାରଙ୍କ ପକ୍ଷରୁ ମଧ୍ୟ ରାସନ ଯୋଗାଇ ଦିଆଯାଉଛି | ମାତ୍ର ଏହି ସାମଗ୍ରୀରୁ ପ୍ଲାଷ୍ଟିକ ବାହାରୁଥିବାର ଅଭିଯୋଗ ଆସିଛି | ଏଭଳି ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲାରେ |     

ଏନେଇ ହସ୍ତଗତ ହୋଇଥିବା ଖବର ଅନୁସାରେ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ଅଟାରୁ ପ୍ଲାଷ୍ଟିକ ବାହାରୁଛି | ଏନେଇ ଲୋକଙ୍କ କହିବା ଅନୁସାରେ ଅଞ୍ଜୀର ବାଗାନର ଜଣେ ରାସନ ଡିଲର ପୋଷ୍ଟର ଲଗାଇ ରାସନ ବାଣ୍ଟୁଛି | ଏଥିରୁ ପ୍ଲାଷ୍ଟିକ ବାହାରୁଛି | ଏହାକୁ ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖାଯାଇଛି | ଏହି ଅଟାକୁ ଚକଟିବା ବେଳେ ଏଥିରେ ପ୍ଲାଷ୍ଟିକ ମିଶିଥିବାର ଜଣାପଡିଥିଲା | ଏହି ଘଟଣା ସମଗ୍ର ଅଞ୍ଚଳରେ ଥିବା ଅଧିକାଂଶ ଘରେ ଦେଖିବାକୁ ମିଳିଛି | ଏପରି ସ୍ଥିତି ସାମ୍ନାକୁ ଆସିବା ପରେ  ଅଞ୍ଜୀର ବାଗାନର ବାସିନ୍ଦା ନିଜ ଅଞ୍ଚଳରେ ଥିବା ଦୋକାନରୁ ଅଟା ନେବା ବନ୍ଦ କରି ଦେଇଛନ୍ତି |

ଅନ୍ୟପଟେ ଏହା ଯୋଗୁଁ ଗରିବ ଶ୍ରେଣୀର ଲୋକଙ୍କ ସମସ୍ୟା ବଢିବାରେ ଲାଗିଛି | ପୂର୍ବ ବର୍ଦ୍ଧମାନ ଜିଲ୍ଲା ପରିଷଦର ଖାଦ୍ୟ ଅଧିକାରୀ ମହବୁବ ମଣ୍ଡଳ ପ୍ଲାଷ୍ଟିକ ମିଶ୍ରିତ ଅଟାକୁ ଫେରାଇ ଦେବା ପାଇଁ ଲୋକଙ୍କୁ କହିବା ସହ ସେହି ରାସନ ଡିଲର କୌଣସି ନନେବାକୁ କହିଛନ୍ତି | ଯଦି ଅଟାର ଖରାପ ମାନ ବାହାରେ କିମ୍ବା ଏଭଳି ଘଟଣା ପୁଣି ଘଟେ ସମ୍ପୃକ୍ତ ଡିଲରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ |  ବର୍ତ୍ତମାନ ପର୍ଯ୍ୟନ୍ତ ସରକାରୀ ଭାବେ କୌଣସି ଲୋକ ଅଭିଯୋଗ କରିନାହାଁନ୍ତି | ଯଦି କେହି ଅଭିଯୋଗ କରନ୍ତି, ସେ ଏ ବାବଦରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ |   

Add Zee News as a Preferred Source