ସୁପ୍ରିମକୋର୍ଟଙ୍କ ରାୟ ପରେ ମୁସଲିମ ପକ୍ଷକାର ଇକବାଲ ଅନସାରୀଙ୍କ ବଡ଼ ବୟାନ
Advertisement

ସୁପ୍ରିମକୋର୍ଟଙ୍କ ରାୟ ପରେ ମୁସଲିମ ପକ୍ଷକାର ଇକବାଲ ଅନସାରୀଙ୍କ ବଡ଼ ବୟାନ

ବହୁ ପ୍ରତୀକ୍ଷିତ ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟରୁ ରାୟ ପ୍ରକାଶ ପାଇଛି । ଏହାସହ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପଥ ପରିଷ୍କାର ହୋଇଯାଇଛି । ୨.୭୭ ଏକର ବିବାଦୀୟ ଜମିକୁ ରାମଜନ୍ମଭୂମି ନ୍ୟାସକୁ ପ୍ରଦାନ କରି ପାଇବା ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି । କୋର୍ଟ ମସଜିଦ ପାଇଁ ସୁନ୍ନି ୱାକଫ ବୋର୍ଡକୁ ଅନ୍ୟତ୍ର ୫ ଏକର ଜମି ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ବିଚାରପତିଙ୍କ ସାମ୍ୱିଧାନିକ ଖଣ୍ଡପୀଠ ଏହି ରାୟ ପ୍ରଦାନ କରିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟରୁ ରାୟ ପ୍ରକାଶ ପାଇଛି । ଏହାସହ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପଥ ପରିଷ୍କାର ହୋଇଯାଇଛି । ୨.୭୭ ଏକର ବିବାଦୀୟ ଜମିକୁ ରାମଜନ୍ମଭୂମି ନ୍ୟାସକୁ ପ୍ରଦାନ କରି ପାଇବା ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି । କୋର୍ଟ ମସଜିଦ ପାଇଁ ସୁନ୍ନି ୱାକଫ ବୋର୍ଡକୁ ଅନ୍ୟତ୍ର ୫ ଏକର ଜମି ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ବିଚାରପତିଙ୍କ ସାମ୍ୱିଧାନିକ ଖଣ୍ଡପୀଠ ଏହି ରାୟ ପ୍ରଦାନ କରିଛନ୍ତି ।

ସର୍ବୋଚ୍ଚ କୋର୍ଟର ରାୟ ଉପରେ ମୁସଲିମ ପକ୍ଷକାର ଇକବାଲ ଅନସାରୀ କହିଛନ୍ତି ଯେ ଆମେ ସୁପ୍ରିମକୋର୍ଟର ରାୟକୁ ସମ୍ମାନ କରିବାକୁ ପଡିବ । ସରକାର ଜମି ପ୍ରଦାନ କଲେ, ଆମେ ସେଠାରେ ମସଜିଦ ନିର୍ମାଣ କରିବୁ । ଅନ୍ୟପକ୍ଷେ ବିବାଦୀୟ ଜମି ରାମ ଜନ୍ମଭୂମି ନ୍ୟାସକୁ ମିଳିବ । କୋର୍ଟ କହିଛନ୍ତି ଯେ ସରକାର ୩ ମାସ ମଧ୍ୟରେ ଟ୍ରଷ୍ଟ ଗଠନ କରନ୍ତୁ । ଯାହା ପରେ ସେଠାରେ ମନ୍ଦିର ନିର୍ମାଣ ହେବ ।

ଆଜି ସୁପ୍ରିମକୋର୍ଟ ରାୟ ପ୍ରକାଶ ବେଳେ କହିଛନ୍ତି ଯେ, ବିବାଦୀୟ ଜମିକୁ ଭାଗବଣ୍ଟା କରାଯାଇ ପାରିବ ନାହିଁ । ଅସ୍ଥା ଓ ବିଶ୍ୱାସକୁ ନେଇ କୌଣସି ବିବାଦ ହେବା ଉଚିତ ନୁହେଁ । ତେଣୁ ମସଜିଦ ନିର୍ମାଣ ପାଇଁ ବିକଳ୍ପ ଭାବରେ ଅନ୍ୟତ୍ର ଜମି ଯୋଗାଇଦେବାକୁ ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି । ପୂର୍ବରୁ ହିନ୍ଦୁଙ୍କ ଦ୍ୱାରା ରାମ ଚୌତରା ଓ ସୀତା ରୋଷେଇର ପୂଜାର୍ଚ୍ଚନା କରାଯାଉଥିବାର ପ୍ରମାଣ ପ୍ରତ୍ନତତ୍ତ୍ୱ ବିଭାଗ ଦେଇଥିବା କହିଥିଲେ ଦେଶର ସର୍ବୋଚ୍ଚ ଅଦାଲତ । 

ନିଜ ଅଧ ଘଣ୍ଟାର ରାୟରେ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ । ପ୍ରତ୍ନତତ୍ତ୍ୱର ରିପୋର୍ଟ ଆଧାରରେ ଦ୍ୱାଦଶ ଶତାବ୍ଦୀରେ ଏଠାରେ ମନ୍ଦିର ଥିଲା ବୋଲି କହିଛନ୍ତି ଅଦାଲତ । ତେବେ ମନ୍ଦିର ଭାଙ୍ଗି ମସଜିତ ହୋଇଥିବା ନେଇ କୌଣସି ପ୍ରମାଣ ନାହିଁ ବୋଲି ଅଦାଲତ ସ୍ପଷ୍ଟ କରିଥିଲେ । ଅଯୋଧ୍ୟା ଭଗବାନ ରାମଙ୍କ ଜନ୍ମଭୂମି । ହିନ୍ଦୁମାନଙ୍କ ଏହି ବିଶ୍ୱାସ ରହିଛି । ହିନ୍ଦୁମାନଙ୍କ ବିଶ୍ୱାସକୁ ଅଣଦେଖା କରାଯାଇପାରିବନି । ମାତ୍ର କୌଣସି ଆସ୍ଥା ଓ ବିଶ୍ୱାସକୁ ନେଇ କୋର୍ଟ ରାୟ ଦେବେ ନାହିଁ ବୋଲି କହିଥିଲେ ଜଷ୍ଟିସ ରଞ୍ଜନ ଗୋଗୋଇ ।