ନାରା ଦେଲେ ଦିଦି: ନୋ ସିଏବି, ନୋ ଏନଆରସି
Advertisement

ନାରା ଦେଲେ ଦିଦି: ନୋ ସିଏବି, ନୋ ଏନଆରସି

ନାଗରିକତା ସଂଶୋଧନ ଆଇନ(CAA)କୁ ନେଇ ପୂର୍ବୋତ୍ତରରେ ବିଶେଷ ଭାବରେ ଅସନ୍ତୋଷ ପ୍ରକାଶ ପାଇଛି । ପଶ୍ଚିବମଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ତୀବ୍ର ବିରୋଧ କରିଛନ୍ତି । ଆଜି ଦ୍ୱିତୀୟ ଦିନରେ ବି ଏହାକୁ ବିରୋଧ କରି ରାଲି କରିଛନ୍ତି ମମତା । ଆଉ ଏହି ସମୟରେ ନୋ ସିଏବି, ନୋ ଏନଆରସିର ନାରା ସେ ଦେଇଛନ୍ତି । 

ଫାଇଲ ଫଟୋ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(CAA)କୁ ନେଇ ପୂର୍ବୋତ୍ତରରେ ବିଶେଷ ଭାବରେ ଅସନ୍ତୋଷ ପ୍ରକାଶ ପାଇଛି । ପଶ୍ଚିବମଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ତୀବ୍ର ବିରୋଧ କରିଛନ୍ତି । ଆଜି ଦ୍ୱିତୀୟ ଦିନରେ ବି ଏହାକୁ ବିରୋଧ କରି ରାଲି କରିଛନ୍ତି ମମତା । ଆଉ ଏହି ସମୟରେ ନୋ ସିଏବି, ନୋ ଏନଆରସିର ନାରା ସେ ଦେଇଛନ୍ତି । 

ସିଏଏ ବିରୋଧରେ ଆଜି ବି ଗର୍ଜିଲେ ଦିଦି । ମମତାଙ୍କ ମୁହଁରେ ନୋ ସିଏବି, ନୋ ଏନଆରସି ନାରା । ସିଧାସଳଖ ମୋଦିଙ୍କୁ କଡା ସମାଲୋଚନା କରିଛନ୍ତି ମମତା ବାନାର୍ଜୀ । ସିଏଏକୁ ନେଇ ହେଉଥିବା ହିଂସା ଉପରେ ପୂର୍ବରୁ ପ୍ରତିକ୍ରିୟା ରଖିଥିଲେ ପ୍ରଧାନମନ୍ତ୍ରୀ ମୋଦି । ବିରୋଧୀଙ୍କୁ ଟାର୍ଗେଟ କରିବାକୁ ଯାଇ କହିଥିଲେ, ହିଂସା କିଏ ଭିଆଉଛି ତାହା ପୋଷାକରୁ ଜଣାପଡୁଛି । ଅର୍ଥାତ ହିଂସାକୁ ନେଇ ବିରୋଧୀଙ୍କ ଆଡକୁ ଇଙ୍ଗିତ କରିଥିଲେ ମୋଦି । ଆଉ ମମତା ଆଜି ଏହାର କଡା ଜବାବ ଦେଇଛନ୍ତି । 

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ଯଦି ଏପରି କଥା ତେବେ ମୋତେ ପୋଷାକ ମାଧ୍ୟମରେ ଚିହ୍ନ । ଆହୁରି ମଧ୍ୟ ବିରୋଧ ପ୍ରଦର୍ଶନ ବେଳେ ବିଜେପି ଅପରାଧିଙ୍କୁ ପୁରାଇ ହିଂସା ଭିଆଉଥିବା ସେ ଅଭିଯୋଗ କରିଛନ୍ତି । 

ସୋମବାର ମଧ୍ୟ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଏହି ଆଇନକୁ ତୀବ୍ର ବିରୋଧ କରିଥିଲେ । ନାଗରିକ ସଂଶୋଧନ ଆଇନ ଓ NRCକୁ ହଟା ନ ଯିବା ଯାଏ ପଶ୍ଚିମବଙ୍ଗରେ ବିରୋଧ ଜାରି ରହିବ ବୋଲି କଡ଼ା ଚେତାବନୀ ଦେଇଛନ୍ତି ମମତା ବାନାର୍ଜୀ । ଏହା ସହିତ ସେ ଆହୁରି ମଧ୍ୟ କହିଥିଲେ ଯେ, ଯଦି ଆପଣ ପଶ୍ଚିମବଙ୍ଗରେ ମୋ ସରକାର ଭାଙ୍ଗିବାକୁ ଚାହଁନ୍ତି ତେବେ ଭାଙ୍ଗିପାରନ୍ତି । କିନ୍ତୁ ମୁଁ, କେବେ ବି ପଶ୍ଚିମବଙ୍ଗରେ ଏହି ଆଇନକୁ ଲାଗୁ ହେବା ପାଇଁ ଦେବି ନାହିଁ । ଆଉ ଯଦି ଆଇନ ଲାଗୁ କରିବା ପାଇଁ ଚାହିଁବ ତେବେ ମୋ ଶବ ଉପର ଦେଇ ଆପଣଙ୍କୁ ଯିବାକୁ ହେବ ବୋଲି ସଫା ସଫା କହିଥିଲେ ମମତା । 

ଆହୁରି ପଢନ୍ତୁ; CAA: ହାୱଡାରେ ଇଣ୍ଟରନେଟ ସେବା ବନ୍ଦ