ନିର୍ଭୟାର ଆତ୍ମାକୁ ଶାନ୍ତି !
Advertisement
Article Detail0/zeeodisha/odisha612084

ନିର୍ଭୟାର ଆତ୍ମାକୁ ଶାନ୍ତି !

୨୦୧୨ ମସିହା ଡିସେମ୍ୱର ୧୬ ତାରିଖ ରାତିରେ ଦିଲ୍ଲୀରେ ଯାହା ଘଟି ଯାଇଥିଲା, ତାହା ଭାରତୀୟ ଇତିହାସରେ ଏକ କଳା ଅଧ୍ୟାୟ ହୋଇ ଚିରକାଳ ରହିଥିବ। ନିର୍ଭୟାକୁ ଯେଉଁ ଛଅ ଜଣ ଅତି ନିର୍ମମ ଭାବେ ଦୁଷ୍କର୍ମ କରିଥିଲେ, ସେମାନେ ହୁଏ ତ ଏବେ ଅନୁତାପ କରୁଥିବେ। କିନ୍ତୁ ମଣିଷ ଯେ କେତେ ନୃଶଂସର ଚରମସୀମାକୁ ଯାଇପାରେ, ତାହା ବି ସେମାନେ ଶିଖାଇ ଦେଇଛନ୍ତି।  ସୁପ୍ରିମକୋର୍ଟ ଦୋଷୀମାନଙ୍କର ଫାଶୀଦଣ୍ଡକୁ କାଏମ୍ ରଖିଛନ୍ତି। ଦୋଷୀଙ୍କ ମଧ୍ୟରୁ ଅକ୍ଷୟ ସିଂ ନାମକ ଦୋଷୀର ପୁନର୍ବିଚାର ଆବେଦନକୁ କୋର୍ଟ ଖାରଜ କରିଦେବା ପରେ ଏବେ ସେମାନଙ୍କ ଫାଶୀ ପାଇଁ ରାସ୍ତା ସଫା ହୋଇଯାଇଛି।  ନୂଆବର୍ଷର ନୂଆ ତାରିଖରେ ସେମାନଙ୍କୁ ଫାଶୀ ଦିଆଯିବ।  ଆସନ୍ତା ୭ ତାରିଖରେ ସୁପ୍ରିମକୋର୍ଟଙ୍କ ପରବର୍ତ୍ତୀ ଶୁଣାଣି ପରେ ଏହା ସ୍ଥିର ହୋଇଯିବ। ତେବେ ସେମାନଙ୍କୁ ଫାଶୀ ଦିଆଗଲେ ନିର୍ଭୟାର ଆତ୍ମାକୁ କ'ଣ ଶାନ୍ତି ମିଳିବ ? ଏହା ନିହାତି ଏକ ବଡ଼ ପ୍ରଶ୍ନ।

ନିର୍ଭୟାର ଆତ୍ମାକୁ ଶାନ୍ତି !

ଚାରୁ ଚନ୍ଦନ ଦାଶ, ଭୁବନେଶ୍ୱର: ୨୦୧୨ ମସିହା ଡିସେମ୍ୱର ୧୬ ତାରିଖ ରାତିରେ ଦିଲ୍ଲୀରେ ଯାହା ଘଟି ଯାଇଥିଲା, ତାହା ଭାରତୀୟ ଇତିହାସରେ ଏକ କଳା ଅଧ୍ୟାୟ ହୋଇ ଚିରକାଳ ରହିଥିବ। ନିର୍ଭୟାକୁ ଯେଉଁ ଛଅ ଜଣ ଅତି ନିର୍ମମ ଭାବେ ଦୁଷ୍କର୍ମ କରିଥିଲେ, ସେମାନେ ହୁଏ ତ ଏବେ ଅନୁତାପ କରୁଥିବେ। କିନ୍ତୁ ମଣିଷ ଯେ କେତେ ନୃଶଂସର ଚରମସୀମାକୁ ଯାଇପାରେ, ତାହା ବି ସେମାନେ ଶିଖାଇ ଦେଇଛନ୍ତି।  ସୁପ୍ରିମକୋର୍ଟ ଦୋଷୀମାନଙ୍କର ଫାଶୀଦଣ୍ଡକୁ କାଏମ୍ ରଖିଛନ୍ତି। ଦୋଷୀଙ୍କ ମଧ୍ୟରୁ ଅକ୍ଷୟ ସିଂ ନାମକ ଦୋଷୀର ପୁନର୍ବିଚାର ଆବେଦନକୁ କୋର୍ଟ ଖାରଜ କରିଦେବା ପରେ ଏବେ ସେମାନଙ୍କ ଫାଶୀ ପାଇଁ ରାସ୍ତା ସଫା ହୋଇଯାଇଛି।  ନୂଆବର୍ଷର ନୂଆ ତାରିଖରେ ସେମାନଙ୍କୁ ଫାଶୀ ଦିଆଯିବ।  ଆସନ୍ତା ୭ ତାରିଖରେ ସୁପ୍ରିମକୋର୍ଟଙ୍କ ପରବର୍ତ୍ତୀ ଶୁଣାଣି ପରେ ଏହା ସ୍ଥିର ହୋଇଯିବ। ତେବେ ସେମାନଙ୍କୁ ଫାଶୀ ଦିଆଗଲେ ନିର୍ଭୟାର ଆତ୍ମାକୁ କ'ଣ ଶାନ୍ତି ମିଳିବ ? ଏହା ନିହାତି ଏକ ବଡ଼ ପ୍ରଶ୍ନ।

ଦୀର୍ଘ ୭ ବର୍ଷ ଧରି ନ୍ୟାୟ ପାଇବା ପାଇଁ ନିର୍ଭୟାର ବାପା-ମା' ଯେଉଁ ସଂଘର୍ଷ କରିଛନ୍ତି, ତାହା ନିହାତି ଭାବେ ହୃଦୟବିଦାରକ।  ଝିଅର ଆତ୍ମାର ଶାନ୍ତି ପାଇଁ ଓ ଝିଅକୁ ଉତ୍ତମ ନ୍ୟାୟ ଦେବା ପାଇଁ ସେମାନେ ଥାନା, କୋର୍ଟ, କଚେରୀ ସବୁ ଦ୍ୱାର ଯାଇ କବାଟ ବାଡ଼େଇଛନ୍ତି। ୭ ବର୍ଷର ଅବିଶ୍ରାନ୍ତ ଧାଁ ଧପଡ଼ ଭିତରେ ଶେଷରେ ନିର୍ଭୟାର ପରିବାରକୁ ନ୍ୟାୟ ମିଳିବାକୁ ଯାଉଛି।

fallback

ସମାଜରେ ପ୍ରତିଦିନ ଅନେକ ନିର୍ଭୟାଙ୍କ ଦୁଷ୍କର୍ମ ହେଉଛି। ନୃଶଂସ ଭାବେ ସେମାନଙ୍କୁ ହତ୍ୟା ବି କରାଯାଉଛି। ହାଇଦ୍ରାବାଦ ଘଟଣାରେ ତ ଦୋଷୀଙ୍କୁ ଗୁଳି ମାରି ଦିଆଗଲା। ଅବଶ୍ୟ ପରେ ପୋଲିସ ତାକୁ ଏନକାଉଣ୍ଟର ଆଖ୍ୟା ଦେଇ ପ୍ରକୃତ ସତ୍ୟର ଚ୍ୟାପଟର୍ କ୍ଲୋଜ୍ କରିଦେଲା। ବେବିନା, କୁନ୍ଦୁଲି, ଉନ୍ନାଓ ଭଳି ଅନେକ ଦୁଷ୍କର୍ମ ପୀଡ଼ିତାଙ୍କ ଆତ୍ମା ଏବେ ଅତୃପ୍ତ ଭାବେ ଘୁରି ବୁଲୁଥିବ ଏଥିରେ ସନ୍ଦେହ ନାହିଁ। ସେମାନଙ୍କ ଦୋଷୀଙ୍କୁ କେବେ ଫାଶୀ ଦିଆଯିବ ? ସେହି ନିର୍ଭୟାମାନଙ୍କ ଆତ୍ମାକୁ କେବେ ଶାନ୍ତି ମିଳିବ ?

ଭାରତୀୟ ଫାଶୀ ଇତିହାସକୁ ଦେଖିଲେ ବର୍ତ୍ତମାନ ସୁଦ୍ଧା ୫୭ ଜଣଙ୍କୁ ଫାଶୀ ଦିଆଯାଇଛି। ସେହିପରି ୩୭୧ ଜଣ  ଏବେ ମଧ୍ୟ ଫାଶୀ ଅପେକ୍ଷାରେ ରହିଛନ୍ତି। ୧୯୯୦ ମସିହାରେ କୋଲକାତାରେ ହେତାଲ ପାରିଖ ନାମ୍ନୀ ଜଣେ ୧୪ ବର୍ଷର ନାବାଳିକାକୁ ଧନଞ୍ଜୟ ଚାଟାର୍ଜୀ ନାମକ ଜଣେ ଯୁବକ ଦୁଷ୍କର୍ମ କରି ହତ୍ୟା କରିଥିଲା। ୨୦୦୪ ମସିହାରେ ଧନଞ୍ଜୟକୁ ଫାଶୀ ଦିଆଯାଇଥିଲା। ଏହା ଥିଲା ଭାରତରେ ଦୁଷ୍କର୍ମକାରୀକୁ ପ୍ରଥମ ଫାଶୀ। ଏହା ପରଠାରୁ ଜଣେ ହେଲେ ଦୁଷ୍କର୍ମକାରୀକୁ ଦେଶରେ ଫାଶୀ ଦିଆଯାଇ ନାହିଁ। ଫାଶୀ ଦଣ୍ଡାଦେଶ ପାଇ ମଧ୍ୟ ଅନେକ ଲୋକ ଫାଶୀ ପାଇବା ଅପେକ୍ଷାରେ ଅଛନ୍ତି। ତେଣୁ ସେମାନଙ୍କୁ କ'ଣ ଫାଶୀ ଦେବା ଜରୁରୀ ନୁହେଁ ?

ସମାଜରେ ପ୍ରତିଦିନ ଦୁଷ୍କର୍ମ ଓ ହତ୍ୟା ବଢ଼ିଚାଲିଛି। ପୀଡ଼ିତାଙ୍କ ସଂଖ୍ୟା ସିନା ବଢ଼ିଚାଲିଛି, ହେଲେ ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ମିଳୁନି। ତେଣୁ, ଏହା ହିଁ ହେଉଛି ଉପଯୁକ୍ତ ସମୟ। ଯେଉଁ ଦୁଷ୍କର୍ମକାରୀଙ୍କୁ ଫାଶୀ ଦିଆଯାଇ ନାହିଁ, ସେମାନଙ୍କ ତୁରନ୍ତ ଶୁଣାଣି କରି ଫାଶୀ ଦିଆଯାଉ। ତା'ହେଲେ ଯାଇ ସବୁ ନିର୍ଭୟାଙ୍କ ଆତ୍ମାକୁ ପ୍ରକୃତରେ ଶାନ୍ତି ମିଳିବ।