ମହାରାଷ୍ଟ୍ର ରାଜନୀତି: ବିଜେପି ଛାଡ଼ିବେ କି ପଙ୍କଜା ମୁଣ୍ଡେ?
Advertisement
Article Detail0/zeeodisha/odisha603894

ମହାରାଷ୍ଟ୍ର ରାଜନୀତି: ବିଜେପି ଛାଡ଼ିବେ କି ପଙ୍କଜା ମୁଣ୍ଡେ?

ପଙ୍କଜା ମୁଣ୍ଡେ ନିଜ ଫେସବୁକ ପୋଷ୍ଟରେ ଲେଖିଛନ୍ତି ଯେ ବିଧାନସଭା ନିର୍ବାଚନ ହାରିବା ପରେ ସମର୍ଥକଙ୍କ ବହୁ ଫୋନ ଓ ମେସେଜ ଆସୁଛି l ସେମାନେ ମିଶିବା ପାଇଁ ଆଗ୍ରହ କରିଛନ୍ତି l

ପଙ୍କଜା ମୁଣ୍ଡେ

ମୁମ୍ୱାଇ: ମହାରାଷ୍ଟ୍ରରେ ଭାରତୀୟ ଜନତା ପାର୍ଟି(ବିଜେପି) ଶାସନ କ୍ଷମତା ହରାଇବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ବିରୋଧର ସାମ୍ନା କରିବାକୁ ପଡୁଛି l ଦଳର ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ପଙ୍କଜା ମୁଣ୍ଡେ ଫେସବୁକ ମାଧ୍ୟମରେ ଶକ୍ତି ପ୍ରଦର୍ଶନର ସଙ୍କେତ ଦେଇଛନ୍ତି l ପଙ୍କଜା ନିଜ ବାପାଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଡିସେମ୍ୱର ୧୨ରେ ସମର୍ଥକଙ୍କୁ ଏକ ବୈଠକ ପାଇଁ ଡାକିଛନ୍ତି l ସେ ୮-୧୦ ଦିନ ମଧ୍ୟରେ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି ବୋଲି କହିଛନ୍ତି ପଙ୍କଜା l

ପଙ୍କଜା ମୁଣ୍ଡେ ନିଜ ଫେସବୁକ ପୋଷ୍ଟରେ ଲେଖିଛନ୍ତି ଯେ ବିଧାନସଭା ନିର୍ବାଚନ ହାରିବା ପରେ ସମର୍ଥକଙ୍କ ବହୁ ଫୋନ ଓ ମେସେଜ ଆସୁଛି l ସେମାନେ ମିଶିବା ପାଇଁ ଆଗ୍ରହ କରିଛନ୍ତି l କିନ୍ତୁ ରାଜନୈତିକ ସ୍ଥିତି ଏପରି ଥିଲା ଯେ ସମର୍ଥକଙ୍କ ସହ ସାକ୍ଷାତ କରି ପାରି ନାହିଁ l 

ଆପଣଙ୍କୁ ଜଣାଇ ରଖୁଛୁ ଯେ, ଚଳିତ ମହାରାଷ୍ଟ୍ର  ନିର୍ବାଚନରେ ପଙ୍କଜା ମୁଣ୍ଡେ ନିଜ ଗଡ ପରଲୀରୁ ନିର୍ବାଚନ ଲଢ଼ି ହାରି ଯାଇଥିଲେ l ତାଙ୍କୁ ନିଜ କକାଙ୍କ ପୁଅ ଧନଞ୍ଜୟ ମୁଣ୍ଡେଙ୍କ ଠାରୁ ପରାଜିତ ହେବାକୁ ପଡ଼ିଥିଲା l ଧନଞ୍ଜୟ ବର୍ତ୍ତମାନ ଉଦ୍ଧବ ସରକାର ସହ ସାଥ୍ ଦେଇଛନ୍ତି l ମହାରାଷ୍ଟ୍ର ବିଧାନସଭାର ବିରୋଧୀ ନେତା ନିଜ ଭଉଣୀଙ୍କୁ ପ୍ରାୟ ୩୦୦୦୦ ଭୋଟରେ ପରାଜିତ କରିଥିଲେ l ଧନଞ୍ଜୟଙ୍କୁ ୧୨୧୧୮୬ ଭୋଟ ମିଳି ଥିବା ବେଳେ ପଙ୍କଜା ମୁଣ୍ଡେଙ୍କୁ ୯୦୪୧୮ ଭୋଟ ମିଳିଥିଲା l

ଫେସବୁକ ପୋଷ୍ଟରେ ପଙ୍କଜା ଲେଖିଛନ୍ତି ଯେ, ପରିବର୍ତ୍ତିତ ରାଜନୈତିକ ପରିଦୃଶ୍ୟରେ ଆଗୁଆ ନିଷ୍ପତ୍ତି ଗ୍ରହଣ କରିବା ଆବଶ୍ୟକ l ଆଗାମୀ ୮-୧୦ ଦିନ ମଧ୍ୟରେ ସ୍ଥିର କରିବି ଯେ ଆଗକୁ କଣ କରିବାର ଅଛି l କେଉଁ ରାସ୍ତାରେ ମୋତେ ଯିବାର ଅଛି, ଆମର ମଜଭୁତି କେଉଥିରେ ରହିଛି, ଏହା ଉପରେ ଧ୍ୟାନ ଦେବା ଆବଶ୍ୟକ l ମୋତେ ବହୁତ କିଛି କହିବାର ଅଛି l ମୋତେ ବିଶ୍ୱାସ ରହିଛି ଯେ ମୋର 'ଯବାନ' ରାଲିରେ ନିଶ୍ଚିତ ପହଞ୍ଚିବେ l