ଖେଳାଳିଙ୍କ ଟ୍ୱିଟର ଆକାଉଣ୍ଟରେ କଟକର ପ୍ରଶଂସା
Advertisement
Article Detail0/zeeodisha/odisha616574

ଖେଳାଳିଙ୍କ ଟ୍ୱିଟର ଆକାଉଣ୍ଟରେ କଟକର ପ୍ରଶଂସା

ଚଳିତ ମାସ 22 ତାରିଖରେ କଟକର ବାରବାଟୀ ଷ୍ଟାଡ଼ିୟମରେ ଭାରତ ଓ ଓ୍ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିଲା ତୃତୀୟ ତଥା ଅନ୍ତିମ ଦିନିକିଆ। ଏହି ମ୍ୟାଚ ପାଇଁ ଓଡ଼ିଶାରେ କ୍ରୀଡ଼ା ପ୍ରଶାସକଙ୍କ ଠାରୁ ଆରମ୍ଭ କରି ପୁରାତନ ଖେଳାଳି, ଭାଷ୍ୟକାର ପ୍ରମୁଖ ଓଡ଼ିଶାରେ ପାଦ ଦେଇଥିଲେ। ମ୍ୟାଚ ଦେଖିବାକୁ ବାରବାଟୀ ଷ୍ଟାଡିୟମରେ ପ୍ରାୟ 40 ହଜାରରୁ ଊର୍ଦ୍ଧ୍ୱ ଦର୍ଶକଙ୍କର ଭିଡ଼ ମଧ୍ୟ ଜମିଥିଲା।  

ଓଡ଼ିଶାର ଆତିଥେୟତାରେ ଖେଳାଳି ଖୁସ

ନୂଆଦିଲ୍ଲୀ: ଚଳିତ ମାସ 22 ତାରିଖରେ କଟକର ବାରବାଟୀ ଷ୍ଟାଡ଼ିୟମରେ ଭାରତ ଓ ଓ୍ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିଲା ତୃତୀୟ ତଥା ଅନ୍ତିମ ଦିନିକିଆ। ଏହି ମ୍ୟାଚ ପାଇଁ ଓଡ଼ିଶାରେ କ୍ରୀଡ଼ା ପ୍ରଶାସକଙ୍କ ଠାରୁ ଆରମ୍ଭ କରି ପୁରାତନ ଖେଳାଳି, ଭାଷ୍ୟକାର ପ୍ରମୁଖ ଓଡ଼ିଶାରେ ପାଦ ଦେଇଥିଲେ। ମ୍ୟାଚ ଦେଖିବାକୁ ବାରବାଟୀ ଷ୍ଟାଡିୟମରେ ପ୍ରାୟ 40 ହଜାରରୁ ଊର୍ଦ୍ଧ୍ୱ ଦର୍ଶକଙ୍କର ଭିଡ଼ ମଧ୍ୟ ଜମିଥିଲା।  

ଖେଳ ସରିଲା, ଆଉ ସମସ୍ତ ଅତିଥି ଓଡ଼ିଶା ଛାଡ଼ିଥିଲେ। ମାତ୍ର ସେମାନଙ୍କ ମନରେ କଟକ ଏକ ସ୍ମୃତି ହୋଇ ରହିଯାଇଥିଲା। ଫେରିବା ପରେ ବିଦେଶୀ ଖେଳାଳିଙ୍କ ଠାରୁ ଆରମ୍ଭ କରି କ୍ରିକେଟ ଭାଷ୍ୟକାର ପର୍ଯ୍ୟନ୍ତ ସେମାନଙ୍କ ଟ୍ୱିଟର ଆକାଉଣ୍ଟରେ କଟକର ବେଶ ପ୍ରଶଂସା କରିଛନ୍ତି। ତେବେ ଏହି ସବୁ ଖେଳାଳି ଅନ୍ତର୍ଜାତୀୟ ସ୍ତରର ଜଣେଜଣେ ସେଲିବ୍ରିଟି ହୋଇଥିବା ବେଳେ ସେମାନଙ୍କର ଏହି ପ୍ରଶଂସା ପାଇଁ ବିଶ୍ୱସ୍ତରରେ କଟକର ଏକ ଗୁରୁତ୍ତ୍ୱ ବଢିଯାଇଛି।  

କଟକ ଆସିଥିବା ସମସ୍ତ ଖେଳାଳିଙ୍କ ମଧ୍ୟରୁ କାହାକୁ ଓଡ଼ିଶାର ଆତିଥେୟତା ପସନ୍ଦ ଆସିଛି ତ ଆଉ କାହାକୁ ଓଡ଼ିଶାର ଖାଦ୍ୟପେୟ। ଦୀର୍ଘଦିନ ପରେ ବାରବାଟୀକୁ ଦିନିକିଆ ମ୍ୟାଚ ଫେରିଥିବା ବେଳେ ଏହାକୁ ଦେଖିବାକୁ ଷ୍ଟାଡ଼ିୟମରେ କ୍ରିକେଟ ପ୍ରେମୀଙ୍କ ଖଚାଖଚ ଭିଡ଼ ହୋଇଥିଲା। ତେବେ ଏହି ଭିଡ଼କୁ ଦେଖି କ୍ରିକେଟ ଭାଷ୍ୟକାର ହର୍ଷ ଭୋଗଲେ ପ୍ରଶଂସା କରିବାକୁ ପଛାଇନାହାନ୍ତି। ସେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଉଲ୍ଲେଖ କରିଛନ୍ତି ଯେ, ବିଦାୟ କଟକ। ଷ୍ଟାଡ଼ିୟମ ଭର୍ତ୍ତି କ୍ରିକେଟ ପ୍ରଶଂସକଙ୍କ ଉତ୍ସାହ ଏହି ମ୍ୟାଚକୁ ବେଶ ରୋମାଞ୍ଚ କରିଥିଲା। କଟକ ଆଜି ଏକ ଭଲ ମ୍ୟାଚ ଦେଖିବାକୁ ପାଇଲା ବୋଲି ସେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲ ଉଲ୍ଲେଖ କରିଥିଲେ।

ଭାଷ୍ୟକାର ଆକାଶ ଚୋପ୍ରା ମଧ୍ୟ ଓଡ଼ିଶାର ଖାଦ୍ୟପେୟକୁ ବେଶ ପ୍ରଶଂସା କରିଛନ୍ତି। ସେ ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ଓଡ଼ିଶା ଖାଦ୍ୟପେୟର ଫଟୋକୁ ପୋଷ୍ଟ କରି ଲେଖିଛନ୍ତି ଯେ, ଖାଦ୍ୟ ଅତ୍ୟନ୍ତ ସୁସ୍ୱାଦୁ ଥିଲା। ମିକ୍ସ ଭେଜ ଘାଣ୍ଟ(ଡାଲମା), ଫିସ କାଲିଆ(ମାଛ ତରକାରୀ) ଅତ୍ୟନ୍ତ ସୁସ୍ୱାଦୁ ଥିଲା। ସେହିପରି ପ୍ଲାଷ୍ଟିକ ଚଟନୀ(ଭଣ୍ଡ ଚଟଣୀ)ର ମଧ୍ୟ ବେଶ ପ୍ରଶଂସା କରିଛନ୍ତି।   ପ୍ରଥମ ଥର ଏହାକୁ ଖାଇବାର ଅନୁଭୂତି ମଧ୍ୟ ନିଆରା ରହିଥିଲା ବୋଲି ସେ ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ପ୍ରଶଂସା କରିଛନ୍ତି ।

ଅନୁଷ୍ଠିତ ମ୍ୟାଚରେ ଓ୍ୱେଷ୍ଟଇଣ୍ଡିଜ ଦଳ ହାରିଯାଇଥିଲେ ମଧ୍ୟ ଓଡ଼ିଶାବାସୀଙ୍କ ମନ ଜିଣିଛନ୍ତି ବୋଲି ଓ୍ୱେଷ୍ଟଇଣ୍ଡି କ୍ରିକେଟ ବୋର୍ଡ ତାର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ଉଲ୍ଲେଖ କରିଛନ୍ତି। କ୍ରିକେଟ ବୋର୍ଡ ତାର ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛି ଯେ, ଆତିଥେୟତା ପାଇଁ କଟକକୁ ଧନ୍ୟବାଦ। ଦେଶର ଅନ୍ୟ ସହରରେ ମଧ୍ୟ ଆତିଥେୟତା ମିଳୁଛି। ମାତ୍ର କଟକରେ ଏହା ନିଆରା ବୋଲି ଉଲ୍ଲେଖ କରିଛି ଓ୍ୱେଷ୍ଟଇଣ୍ଡିଜ ଟିମ।  

ସେହିଭଳି ଅଭ୍ୟାସ ସମୟରେ ପ୍ରଶଂସକଙ୍କ ଭିଡ଼କୁ ନେଇ ମଧ୍ୟ ବେଶ ସକରାତ୍ମକ ପ୍ରତିକ୍ରିୟା ରଖିଛି ଏହି ଦଳ। ଅଦ୍ଭୁତ ଦୃଶ୍ୟ। ଓ୍ୱେଷ୍ଟଇଣ୍ଡିଜ କୁ ଉତ୍ସାହିତ କରିବାକୁ ପ୍ରଶଂସକଙ୍କ ଭଡ଼। ଅଭ୍ୟାସରେ ମଧ୍ୟ ପ୍ରଶଂସକଙ୍କ ଭିଡ଼। ତୃତୀୟ ଦିନିକିଆ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି ବୋଲି ଟ୍ୱିଟର ପେଜ ଉଲ୍ଲେଖ କରିଛି ଦଳ।