୨୦୧୯ରେ ୪୯ଜଣ ସାମ୍ୱାଦିକଙ୍କୁ ହତ୍ୟା
Advertisement

୨୦୧୯ରେ ୪୯ଜଣ ସାମ୍ୱାଦିକଙ୍କୁ ହତ୍ୟା

ସମଗ୍ର ବିଶ୍ୱରେ ଚଳିତ ବର୍ଷ 49 ଜଣ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି

ସୌଜନ୍ୟ: ସୋସିଆଲ ମିଡିଆ

ପ୍ରଜ୍ଞା ପାରମିତା ପତ୍ରୀ, ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଚଳିତ ବର୍ଷ 49 ଜଣ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି । ଏହି ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ କରିଛି ପ୍ୟାରିସର ରିପୋର୍ଟର୍ସ ଓ୍ୱିଦାଉଟ ବର୍ଡର୍ସ । ଏହି ପତ୍ରିକା ପକ୍ଷରୁ କୁହାଯାଇଛି ଯେ, ଚଳିତ ବର୍ଷ ଏହି ସାମ୍ବାଦିକମାନଙ୍କୁ ହତ୍ୟା କରାଯାଇଛି । ସାମ୍ବାଦିକତା ହେଉଛି ଏକ ଭୟାନକ ପେଶା । ତେବେ ଏହି ସଂଖ୍ୟା ୧୬ ବର୍ଷ ଭିତରେ ସବୁଠାରୁ କମ୍ । ସାମ୍ୱାଦିକମାନଙ୍କ ଏହି ହତ୍ୟା ୟେମେନ, ସିରିଆ, ଆଫଗାନିସ୍ଥାନ ପରି ଦେଶରେ ଖବର ସଂଗ୍ରହ କରିବା ବେଳେ ହୋଇଛି । ପ୍ୟାରିସର ଏକ ଜାଗ୍ରତ ପ୍ରହରୀ ସମସ୍ତଙ୍କୁ ଏନେଇ ଚେତାବନୀ ମଧ୍ୟ ଦେଇଛି । ଏହାର ଜ୍ୱଳନ୍ତ ଉଦାହରଣ ଭାବେ ବାଙ୍ଗାଲୁରୁର ଗୌରୀ ଲଙ୍କେଶ ଓ ସାଉଦୀ ଆରବର ଜମାଲ ଖୋଜଗୀ ହତ୍ୟାକୁ ନେଇପାରିବା ।

ପ୍ରତିବର୍ଷ ପାଖାପାଖି ୮୦ ସାମ୍ୱାଦିକ ଖବର ସଂଗ୍ରହ କରିବା ବେଳେ ହତ୍ୟାର ଶିକାର ହୋଇଥାଆନ୍ତି । ଲୋକଙ୍କ ପାଖରେ ଖବର ପହଞ୍ଚାଉ ପହଞ୍ଚାଉ ନିଜ ମୃତ୍ୟୁର ଖବର ଲୋକଙ୍କ ପାଖରେ ପହଞ୍ଚିଯାଇଥାଏ । ଉକ୍ତ ପତ୍ରିକାର ମୁଖ୍ୟଙ୍କ କହିବା ଅନୁସାରେ ସବୁଠାରୁ ଶାନ୍ତିପ୍ରିୟ ସ୍ଥାନ ଭାବେ ପରିଚିତ ସ୍ଥାନ ଗୁଡ଼ିକରେ ହିଁ ସାମ୍ୱାଦିକଙ୍କ ମୃତ୍ୟୁ ଅଧିକ ହୋଇଥାଏ । ମେକ୍ସିକୋ ପରି ଶାନ୍ତିପ୍ରିୟ ସ୍ଥାନରେ 10 ଜଣ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ମଧ୍ୟପୂର୍ବ ପରି ଲାର୍ଟିନ ଆମେରିକାରେ ମଧ୍ୟ ମୃତ୍ୟୁ ସଂଖ୍ୟା ୧୪ । ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକରେ ଗଣତନ୍ତ୍ର ପାଇଁ ଖବର ପରିବେଶଷ କରିବା ସମୟରେ ହିଁ ସାମ୍ୱାଦିକଙ୍କ ଅଧିକ ମାତ୍ରାରେ ମୃତ୍ୟୁ ହୋଇଥାଏ । ଯାହାକି ବାସ୍ତବିକ ଏକ ଚିନ୍ତାର ବିଷୟ ଅଟେ । 

RSFର ରିପୋର୍ଟ ମୁତାବକ ଯଦିଓ ସାମ୍ୱାଦିକଙ୍କ ମୃତ୍ୟୁ କମ୍ ହେଉଛି, କିନ୍ତୁ ଜେଲର ଚାରିକାନ୍ଥ ଭିତରେ ଅନେକ କବର ପାଇଯାଉଛନ୍ତି । ୨୦୧୯ ମସିହାରେ ପାଖାପାଖି ୩୮୯ ଜଣ ସାମ୍ୱାଦିକ ଜେଲର ଚାରିକାନ୍ଥ ଭିତରେ ଅଛନ୍ତି । ସେଥିମଧ୍ୟରୁ ଅଧାରୁ ଅଧିକ ଚାଇନା, ଇଜିପ୍ଚ, ସାଉଦି ଆରବ ଆଦି ଜାଗାରେ ସାମ୍ୱାଦିକମାନେ କଏଦୀ ସାଜିଯାଇଛନ୍ତି । ସିରିଆରେ ଅନେକ ମାତ୍ରାରେ ଅଗ୍ରଗତି ହୋଇଥିଲେ ମଧ୍ୟ ଆଜି ବି ବନ୍ଦୀ ଜୀବନ ବିତାଉଥିବା ସାମ୍ୱାଦିକଙ୍କୁ ମୁକ୍ତି ମିଳିନି ।