ଇତିହାସ ରଚିବେ ଯୋଗୀ
Advertisement
Article Detail0/zeeodisha/odisha649919

ଇତିହାସ ରଚିବେ ଯୋଗୀ

ସ୍ଥିର ସରକାର ଗଢିବାରେ ପ୍ରଥମ ଗେରୁଆ ମୁଖ୍ୟମନ୍ତ୍ରୀ

 ଇତିହାସ ରଚିବେ ଯୋଗୀ

ପ୍ରଭୁଦତ୍ତ ମହାରଣା, ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ରାଜନୈତିକ ପୃଷ୍ଠଭୂମୀ ବେଶ ରୋଚକ। ରାଜ୍ୟ ଗଠନର ଠାରୁ ବିଭିନ୍ନ ରାଜନୈତିକ ଦଳର ୨୧ ଜଣ ରାଜନେତା ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ ନିର୍ବାହ କରିସାରିଛନ୍ତି। ବର୍ତ୍ତମାନ ସପ୍ତଦଶ ବିଧାନସଭା ନିର୍ବାଚନରେ ଯୋଗୀ ଆଦିତ୍ୟନାଥ ୨୧ତମ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟନିର୍ବାହ କରୁଛନ୍ତି। ସେପଟେ ରାଜ୍ୟର ଭୋଟବ୍ୟାଙ୍କ ଓବିସି ଓ ପଛୁଆ ବର୍ଗଙ୍କ ଉପରେ ନିର୍ଭର କରିଥାଏ ଭୋଟବ୍ୟାଙ୍କ। 

ତେବେ ସେ ଯାହାବି ହେଉ, ରାଜ୍ୟ ରାଜନୀତି କ୍ଷେତ୍ରରେ ଇତିହାସ ରଚିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। କେବଳ ଇତିହାସ ସୃଷ୍ଟି କରିବେ ନାହିଁ, ଉତ୍ତରପ୍ରଦେଶର ରାଜନୀତିର ଇତିହାସର ପୃଷ୍ଠାରେ ମଧ୍ୟ ନିଜ ନାମକୁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ କରିବେ ଯୋଗୀ। ମୁଖ୍ୟମନ୍ତ୍ରୀ ଭାବେ ଏହି ଇତିହାସ ସୃଷ୍ଟି କରିବେ ଯୋଗୀ। କାରଣ ପୂର୍ବରୁ ବିଜେପିର କୌଣସି ମୁଖ୍ୟମନ୍ତ୍ରୀ ଏହି ପୂର୍ଣ୍ଣକାଳୀନ ମୁଖ୍ୟମନ୍ତ୍ରୀ ପଦରେ ରହିପାରିନାହାନ୍ତି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଯୋଗୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି। ବିଜେପିର ପ୍ରଥମ ତଥା ଏକ ମାତ୍ର ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦରେ ୩ ବର୍ଷର ପୁରଣ କରିବାକୁ ଯାଉଛନ୍ତି ଯୋଗୀ। 

ଉତ୍ତର ପ୍ରଦେଶର ରାଜନୈତିକ ପୃଷ୍ଠାକୁ ଓଲଟାଇଲେ, ୧୯୫୦ ମସିହାରେ ରାଜ୍ୟ ଗଠନ ପରେ ଯୋଗୀ ଆଦିତ୍ୟନାଥଙ୍କୁ ମିଶାଇ ମୋଟ ୨୧ ଜଣ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦରେ ରହିସାରିଛନ୍ତି। ୭୦ ବର୍ଷ ମଧ୍ୟରେ ୮ଟି ରାଜନୈତିକ ଦଳର ୨୧ ଜଣ ତୁଙ୍ଗ ନେତା ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ ହୋଇ ସାରିଛନ୍ତି। ଏହା ସହିତ ରାଜ୍ୟରେ ବିଭିନ୍ନ କାରଣ ତଥା ରାଜନୈତିକ ଅସ୍ଥିରତା କାରଣରୁ ମୋଟ ୯ ଥର ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି। ଅନେକ ସମୟରେ ରାଜ୍ୟରେ ବହୁ ରାଜନୈତିକ ସମସ୍ୟା ମଧ୍ୟ ସୃଷ୍ଟି ହୋଇଛି। 

୭୦ ବର୍ଷର ରାଜ୍ୟ ଗଠନ ମଧ୍ୟରେ ୧୯୯୧ ମସିହାରେ ପ୍ରଥମଥର ପାଇଁ ଶାସନଗାଦିକୁ ଆସିଥିଲା ବିଜେପି। ଅତ୍ରାଉଲିରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା କଲ୍ୟାଣ ସିଂଙ୍କ ଉପରେ ଭରଷା କରିଥିଲା ଦଳ। ମାତ୍ର ବାବ୍ରି ମସଜିଦ ଭଙ୍ଗା ଘଟଣା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ପ୍ରଥମ ଥର ଗାଦିକୁ ଆସିଥିଲେ ହେଁ ମାତ୍ର ବର୍ଷେ ୧୬୫ ଦିନ ସରକାର ଗଢିବାରେ ସଫଳ ହୋଇଥିଲେ କଲ୍ୟାଣ। ବାବ୍ରି ମସଜିଦ ଭଙ୍ଗା ଘଟଣାରେ କଲ୍ୟାଣ ସିଂଙ୍କ ସରକାରଙ୍କୁ ବରଖାସ୍ତ କରିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପିଭି ନରସିଂହା ରାଓ। 

ଏହାପରେ ରାଜ୍ୟରେ ରାଜନୈତିକ ସଂକଟ ଦେଖାଦେବାରୁ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା। ରାଜ୍ୟରେ ପ୍ରାୟ ୬ ଡିସେମ୍ବର, ୧୯୯୨ ଠାରୁ ୪ ଡିସେମ୍ବର ୧୯୯୩ ମସିହା ପର୍ଯ୍ୟନ୍ତ ପ୍ରାୟ ଏକବର୍ଷ ରାଷ୍ଟ୍ରପତି ଶାସନ ଜାରି ରହିଥିଲା। ଏହାର  ପ୍ରମୁଖ କାରଣ ଥିଲା ରାଜ୍ୟରେ ବାବ୍ରି ମସଜିଦ ଘଟଣା। 

fallback

ଏହାପରେ ପୁନର୍ବାର ୧୯୯୭ ମସିହାରେ ବିଧାନସଭା ନିର୍ବାଚନରେ ଗେରୁଆ ଦଳକୁ ଦ୍ୱିତୀୟ ଥର ସରକାର ଗଠନ କରିବାକୁ ସୁଯୋଗ ଦେଇଥିଲେ ରାଜ୍ୟବାସୀ। ଏହି ସମୟରେ ଦ୍ୱିତୀୟ ଥର ପାଇଁ କଲ୍ୟାଣ ସିଂ ମୁଖ୍ୟମନ୍ତ୍ରୀ ହୋଇଥିଲେ। ମାତ୍ର ସେ ଏଥର ମଧ୍ୟ ପୂର୍ଣ୍ଣକାଳୀନ ସରକାର ଗଢିବାରେ ବିଫଳ ହୋଇଥିଲେ। ଫଳରେ ମାତ୍ର ଦୁଇ ବର୍ଷ ଓ ୫୨ ଦିନର ସରକାର ଭାଙ୍ଗି ଯାଇଥିଲା। 

ତେବେ ତାହା ପରେ ବିଜେପିର ରାମପ୍ରକାଶ ଗୁପ୍ତାଙ୍କୁ ମଧ୍ୟ ଏକ ବର୍ଷପାଇଁ ସରକାର ଗଢିବାକୁ ନିର୍ଦ୍ଦେଶ ଦେଇଥିଲା ଦଳ। ମାତ୍ର ୩୫୧ ଦିନ ସରକାର ଗଢିବା ପରେ କୌଣସି କାରଣରୁ ତାଙ୍କୁ ମଧ୍ୟ ସରକାର ଭାଙ୍ଗିବାକୁ ପଡ଼ିଥିଲା। ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ଭାବେ ପୂର୍ଣ୍ଣକାଳୀମ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବାରେ ବିଫଳ ହେବା ସହିତ ତାଙ୍କୁ ମଧ୍ୟ ନିରାଶ ହେବାକୁ ପଡ଼ିଥିଲା। 

ବାରମ୍ବାର ଏଭଳି ସମସ୍ୟା ସୃଷ୍ଟି ହେବା ପରେ ଗେରୁଆ ଦଳ ପାଇଁ ସମସ୍ୟା ଗୁରୁତର ରୁପ ନେଇଥିଲା। ରାଜ୍ୟର ମଙ୍ଗ ସମ୍ଭାଳିବାରେ ବାରମ୍ବାର ବିଫଳ ହେବା ପରେ ଦଳ ବର୍ତ୍ତମାନର ପ୍ରତିରକ୍ଷ ମନ୍ତ୍ରୀ ରାଜନାଥ ସିଂଙ୍କ ଉପରେ ଭରସା କରିଥିଲା ଦଳ। ହାଇଦରଗଡ଼ରୁ ନିର୍ବାଚିତ ହୋଇଥିବା ରାଜନାଥ ସିଂଙ୍କ ଉପରେ ସୁନା କଳସ ଢାଳିଥିଲା ହାତୀ। ଫଳରେ ସେ ୨୦୦୦ ମସିହା ଅକ୍ଟୋବର ୨୮ ତାରିଖରୁ ମୁଖ୍ୟମନ୍ତ୍ରୀ ପଦରେ ବସିଥିଲେ ରାଜନାଥ। 

୧୯୯୭ ମସିହାରେ ନିର୍ବାଚନରେ ସଫଳତା ହାତେଇଥିବା ବିଜେପି ଦଳ ଭାବେ ପୂର୍ଣ୍ଣକାଳୀନ ମୁଖ୍ୟମନ୍ତ୍ରୀ ଗାଦିକୁ ହାତେଇବାରେ ସଫଳ ହୋଇଥିଲା। ମାତ୍ର ଏହି ୫ ବର୍ଷ ମଧ୍ୟରେ ବିଭିନ୍ନ ରାଜନୈତିକ କାରଣରୁ ଦଳକୁ ୩ ଜଣ ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇବାକୁ ପଡ଼ିଥିଲା। ପରବର୍ତ୍ତି ସମୟରେ ହୋଇଥିବା ପାଖାପାଖି ୩ଟି ନିର୍ବାଚନରେ ବିଫଳତାର ସ୍ୱାଦ ଚାଖିଥିଲା ଦଳ। ପରେ ବହୁଜନ ସମାଜ ପାର୍ଟି ଓ ସମାଜବାଦୀ ପାର୍ଟି ରାଜ୍ୟରେ ଦୁଇ ଦୁଇଥର ସରକାର ଗଢିଥିଲେ। ଏମାନଙ୍କ ମଧ୍ୟରେ ଅଖିଲେଶ ଯାଦବ ପୂର୍ଣ୍ଣକାଳୀନ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳି ସାରିଛନ୍ତି। 

୨୦୧୭ ମସିହାରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ପୁଣି ଥରେ କ୍ଷମତାକୁ ଫେରିଥିଲା ଗେରୁଆ ଦଳ। ଦଳର ତୁଙ୍ଗନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହ ପ୍ରମୁଖଙ୍କ ଭରସା ଜିତି ପାରିଥିଲେ ଯୋଗୀ ଆଦିତ୍ୟନାଥ। ଏହା ସହିତ ରାଜ୍ୟର ୨୧ତମ ମୁଖ୍ୟମନ୍ତ୍ରୀ ଭାବେ ୧୯ ମାର୍ଚ୍ଚ ୨୦୧୭ରେ ଶପଥ ନେଇଥିଲେ। ଆଉ ସେ ବିଜେପିର ଏକମାତ୍ର ପ୍ରାର୍ଥୀ ଭାବେ ମୁଖ୍ୟମନ୍ତ୍ରୀ ପଦରେ ୨ ବର୍ଷ ୩୪୮ ଦିନ କାର୍ଯ୍ୟ କରିସାରିଲେଣି। ଆସନ୍ତା ୧୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ୩ ବର୍ଷ ପୁରଣ କରିବେ। 

କଲ୍ୟାଣ ସିଂ ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ କାଳରେ ମୋଟ ୩ ବର୍ଷ ୨୧୭ ଦିନ ସରକାର ଗଢିଛନ୍ତି। ମାତ୍ର କୌଣସି ଥର ପୂର୍ଣକାଳୀନ ସରକାର ଗଢିବାରେ ସେ ସଫଳ ହୋଇନାହାନ୍ତି। କିନ୍ତୁ ରାଜ୍ୟରେ ଯ଼ୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ଭାବେ ମୋଟ ୨ ବର୍ଷ ୩୪୮ ଦିନ ସରକାର ଗଢି ସାରିଲେଣି। ଆଗକୁ ମଧ୍ୟ ଯୋଗୀ ତାଙ୍କ ସରକାରକୁ ଜାରି ରଖିବେ। ପୂର୍ଣ୍ଣକାଳୀନ ମୁଖ୍ୟମନ୍ତ୍ରୀ ଭାବେ ଗେରୁଆ ଦଳର ଏକ ମାତ୍ର ପ୍ରାର୍ଥୀ ହେବେ ଯୋଗୀ ଆଦିତ୍ୟନାଥ।