Advertisement
Photo Details/zeeodisha/odisha2395246
photoDetails0hindi

Odisha News: ମଦ ମୃତ୍ଯୁକୁ ନେଇ ବିଧାନସଭା ତୁମ୍ବିତୋଫାନ, 'ସମ୍ପୂର୍ଣ୍ଣ ବନ୍ଦ ହେବ ଚୋରା ମଦ ବେପାର'

Odisha News: ଗଞ୍ଜାମ ଜିଲ୍ଲାରେ ବିଷାକ୍ତ ମଦ ପିଇ ଦୁଇ ଜଣଙ୍କ ମୃତ୍ୟୁ ଘଟଣାକୁ ନେଇ ସରକାରଙ୍କୁ ଘେରିଛି ବିଜେଡି। ଏନେଇ ତଦନ୍ତ କରିବା ପାଇଁ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ରାଜସ୍ୱ ଆୟୁକ୍ତଙ୍କ ସ୍ତରରେ ତଦନ୍ତ ଆଦେଶ ଦିଆଯାଇଛି।

1/7

Odisha News:ଗଞ୍ଜାମ ଜିଲ୍ଲାରେ ବିଷାକ୍ତ ମଦ ପିଇ ଦୁଇ ଜଣଙ୍କ ମୃତ୍ୟୁ ଘଟଣାକୁ ନେଇ ସରକାରଙ୍କୁ ଘେରିଛି ବିଜେଡି। ଏନେଇ ତଦନ୍ତ କରିବା ପାଇଁ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ରାଜସ୍ୱ ଆୟୁକ୍ତଙ୍କ ସ୍ତରରେ ତଦନ୍ତ ଆଦେଶ ଦିଆଯାଇଛି।  

 

2/7

 ୨ ମାସ ଭିତରେ ସେ ରିପୋର୍ଟ ଦେବେ ବୋଲି ବିଧାନସଭାରେ ଆଇନ ମନ୍ତ୍ରୀ କହିଛନ୍ତି ପୃଥ୍ଵୀରାଜ ହରିଚନ୍ଦନ। 

3/7

ଆଇନ ମନ୍ତ୍ରୀ ପୃଥ୍ୱିରାଜ ହରିନଚନ୍ଦନଙ୍କ ସୂଚନା ଅନୁସାରେ, ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ଚୋରା ମଦ ଭାଟି ଉପରେ ଚଢ଼ାଉ ଜାରି ରହିଛି। 

4/7

ଏଥି  ସହ ରାଜ୍ୟବ୍ୟାପୀ ବର୍ତ୍ତମାନ ସୁଦ୍ଧା ୧୧୭ ଜଣଙ୍କୁ ଗିରଫ କରାଯାଇଛି। ଚୋରା ମଦ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ।

5/7

ମଦ ମୃତ୍ଯୁକୁ ନେଇ ଆଜି ବିଧାନସଭା ତୁମ୍ବିତୋଫାନ ହୋଇଥିଲା । ବାରମ୍ବାର ହଙ୍ଗାମା ହେବାରୁ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁତଲବି କରିଦେଇଥିଲେ ବାଚସ୍ପତି।

6/7

 ଆରମ୍ଭରୁ ଗୃହରେ ଗଞ୍ଜାମ ଚିକିଟି ମଦମୃତ୍ଯୁ ନେଇ ହଟ୍ଟଗୋଳ ହୋଇଥିଲା। ଅବକାରୀ ମନ୍ତ୍ରୀ ତୁରନ୍ତ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଥିଲା ବିଜେଡି। 

7/7

କାହିଁକି ସରକାର ବିଷାକ୍ତ ମଦମୃତ୍ଯୁକୁ ନେଇ ଘଣ୍ଟ ଘୋଡାଇବାକୁ ଚାହୁଁଛନ୍ତି ବୋଲି ବିଜେଡି ପ୍ରଶ୍ନ କରିଛି। ତେବେ ଗଞ୍ଜାମ ଜିଲ୍ଲା ଚିକିଟି ମଦ ମୃତ୍ୟୁରେ ଏବେବି ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ୧୪ ଜଣ ବ୍ୟକ୍ତି ।