Advertisement
Photo Details/zeeodisha/odisha1772176
photoDetails0hindi

Health Tips: ଏହି ସମସ୍ୟା ଥିବା ଲୋକେ ଆଦୌ ଖାଆନ୍ତୁ ନାହିଁ ଟମାଟୋ!

Health Tips: ଆକାଶ ଛୁଆଁ ହୋଇଛି ଟମାଟୋ ଦର । ମଧ୍ଯବିତ୍ତଙ୍କ ଲାଗି ଚିନ୍ତା ବଢାଇଛି ମହାଙ୍ଗା ଟମାଟୋ । ତେବେ ଲୋକେ ଅନେକ ସମୟରେ ଟମାଟୋ ଖାଇବାକୁ ପସନ୍ଦ କରିଥାଆନ୍ତି । କେହି ଏହାକୁ ସାଲାଡ଼ କରି ଖାଆନ୍ତି ତ ଆଉ କେହି ଏହାକୁ ସ୍ବାଦ ପାଇଁ ତରକାରୀରେ ପକାଇଥାଆନ୍ତି । ତେବେ ଟମୋଟେ ଖାଇବା ଯେତିକି ଲାଭଦାୟୀ ସେତିକି କ୍ଷତକାରକ ମଧ୍ୟ ହୋଇଥାଏ । ଏହିସବୁ ସମସ୍ୟା ଥିଲେ ଲୋକେ ଟମୋଟେ ଆଦୌ ଖାଆନ୍ତୁ ନାହିଁ ।

1/5

ଟମାଟେ ମଞ୍ଜିରେ ଭରପୂର ମାତ୍ରାରେ ଫାଇବର, ମିନେରାଲ୍ସ ଓ ଭିଟାମିନ୍ ରହିଥାଏ । ଏହାସହ ଏହାର  ମଞ୍ଜିରେ ଆଣ୍ଟିଅକ୍ସିଡ଼ାଣ୍ଟ ଭରପୂର ମାତ୍ରରେ ରହିଥାଏ । ଯାହା ଆମ ଶରୀରରୁ ବର୍ଜ୍ୟବସ୍ତୁ ବାହାର କରିବାରେ ସାହାଯ୍ୟ କରେ ।

2/5

ଟମାଟେ କର୍କଟ ଭଳି ରୋଗରୁ ରକ୍ଷା କରିବା ସହ ଶରୀର ଓଜନ ବୃଦ୍ଧି କମ୍ କରିଥାଏ । ଏଥିରେ ଥିବା ଫସଫରସ୍ ଓ କ୍ୟାଲସିୟମ୍ ହାଡ଼କୁ ଶକ୍ତିଶାଳୀ କରିବା ସହ ଆର୍ଥ୍ରଇଟିସ୍ ଓ ଅଷ୍ଟିପୋରୋସିସ୍ ଭଳି ସମସ୍ୟା ରୋକିଥାଏ ।

3/5

କିନ୍ତୁ ଯଦି ଆପଣଙ୍କର ପେଟ ସମ୍ବନ୍ଧିତ ସମସ୍ୟା ରହିଛି ତାହାଲେ ଆପଣ ଟମାଟେ ଖାଇବାଠାରୁ ଦୂରେଇ ରୁହନ୍ତୁ ।

4/5

କାରଣ ଟମାଟେ ମଞ୍ଜିର ବାହ୍ୟ ସ୍ତର କଠିନ ଅଟେ । ଯାହା ସହଜରେ ହଜମ ହୋଇନଥାଏ । ଏହା ହଜମ ହେବା ଲାଗି ବହୁ ସମୟ ଲାଗିଥାଏ । ତେଣୁ ଯେଉଁ ମାନଙ୍କ ହଜମ ପ୍ରକ୍ରିୟାରେ ଅସୁବିଧା ରହିଛି ସେମାନେ ଟମୋଟେ ଆଦୌ ନ ଖାଇବା ଭଲ ।

5/5

ଏହାର ମଞ୍ଜିରେ ଲାଇକୋପନ୍ ରହିଥାଏ । ଏହା ହାର୍ଟ ଉପରେ ପ୍ରଭାବ ପକାଇବା ସହ ଧମନୀରେ ପ୍ରଦାହକୁ କମ୍ କରିଥାଏ। ଆଲର୍ଜି ଓ ଅଜୀର୍ଣ୍ଣ ସମସ୍ୟା ଲୋକେ ଟମାଟେ ବା ଏହାର ମଞ୍ଜି ନଖାଇବା ଉଚିତ୍ ।