Red Fort History: ଲାଲ୍ କିଲ୍ଲା ନିର୍ମାଣରେ ଚୂନ ପଥର ବ୍ୟବହାର କରାଯାଉଥିଲା। ଏହି କାରଣରୁ ଏହାର ରଙ୍ଗ ଧଳା ଥିଲା। ହେଲେ ଯେତେବେଳେ ପାଗ କାରଣରୁ ଲାଲ କିଲ୍ଲା ସ୍ଥିତି ବିଗଡ଼ିବାରେ ଲାଗିଲା, ସେତେବେଳେ ବ୍ରିଟିଶ ସରକାର ଏହାକୁ ଲାଲ ରଙ୍ଗରେ ରଙ୍ଗାୟିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଅନେକ ଐତିହାସିକ ଘଟଣାର ମୂକ ସାକ୍ଷୀ ହେଉଛି ଲାଲ କିଲ୍ଲା। ଏହି ଦୁର୍ଗର ରକ୍ତାକ୍ତ ଇତିହାସ ରହିଛି। ମୋଗାଲ ଶାସକ ଫାରୁଖଶିୟରଙ୍କ ଠାରୁ ନେଇ ଶେଷ ସମ୍ରାଟ ବାହାଦୂର ଶାହ ଜାଫରଙ୍କ ଶାସନ କାଳରେ ଲାଲ କିଲ୍ଲା ଅନେକ କାର୍ଯ୍ୟକଳାପର କେନ୍ଦ୍ର ଥିଲା।
ଯମୁନା ନଦୀ କୂଳରେ ଲାଲ କିଲ୍ଲା ନିର୍ମାଣ କରାଯାଇଥିଲା। ମୋଗଲ ସମ୍ରାଟ ଶାହାଜାହାଁଙ୍କ ପୂର୍ବରୁ ମୋଗଲ ଶାସକ ଆଗ୍ରାକୁ ସେମାନଙ୍କ ରାଜଧାନୀ ଭାବେ ବ୍ୟବହାର କରି ଶାସନ କରୁଥିଲେ। ହେଲେ ଶାହାଜାହାଁ ଆଗ୍ରାରୁ ଦିଲ୍ଲୀକୁ ରାଜଧାନୀ ସ୍ଥାନାନ୍ତର କରିଥିଲେ।
୧୮୫୭ ମସିହାର ହୋଇଥିବା ବିଦ୍ରୋହ ପରେ ଲାଲ କିଲ୍ଲା ବ୍ରିଟିଶ ସରକାରଙ୍କ ନିୟନ୍ତ୍ରଣକୁ ଚାଲି ଯାଇଥିଲା। ଯେତେବେଳେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତ ବର୍ଷ ସ୍ୱାଧୀନ ହୋଇଥିଲା, ସେତେବଳେ ଲାଲ କିଲ୍ଲା ପରିସରରୁ ତ୍ରିରଙ୍ଗୋ ଉତ୍ତୋଳନ କରିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଗତ ୨୦୦୭ ବର୍ଷରେ ଏହାକୁ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳରେ ଅନ୍ତର୍ଭୁକ୍ତ କରାଯାଇଥିଲା।
ଲାଲ୍ କିଲ୍ଲା ନିର୍ମାଣରେ ଚୂନ ପଥର ବ୍ୟବହାର କରାଯାଉଥିଲା। ଏହି କାରଣରୁ ଏହାର ରଙ୍ଗ ଧଳା ଥିଲା। ହେଲେ ଯେତେବେଳେ ପାଗ କାରଣରୁ ଲାଲ କିଲ୍ଲା ସ୍ଥିତି ବିଗଡ଼ିବାରେ ଲାଗିଲା, ସେତେବେଳେ ବ୍ରିଟିଶ ସରକାର ଏହାକୁ ଲାଲ ରଙ୍ଗରେ ରଙ୍ଗାୟିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଲାଲ କିଲ୍ଲା କିଲା-ଇ ମୁବାରକ ନାମରେ ଜଣାଶୁଣା। ମୋଗଲ ଶାସନ କାଳରେ ଲାଲ କିଲ୍ଲା ମୁବାରକ କିଲା ନାମରେ ଜଣାଶୁଣା ଥିଲା। ମୋଗଲ ସମ୍ରାଟ ଶାହାଜାହାଁ ଆଗ୍ରା ଲାଲ କିଲ୍ଲାରୁ ପ୍ରେରଣା ନେଇ ତାଙ୍କ ଜେଜେବାପା ଆକବରଙ୍କ ସ୍ମୃତିରେ ଦିଲ୍ଲୀ ଠାରେ ଲାଲ କିଲ୍ଲା ନିର୍ମାଣ କରିଥିଲେ।
ट्रेन्डिंग फोटोज़