Advertisement
Photo Details/zeeodisha/odisha1488670
photoDetails0hindi

Bollywood Actress: ଚର୍ଚ୍ଚାରେ ଏହି ୫ ଟପ୍ ଅଭିନେତ୍ରୀ, ଯିଏ ଆଇନ ଜାଲରେ ହୋଇଛନ୍ତି ଛନ୍ଦି

Bollywood Actress News: ଅନେକ ସେଲିବ୍ରିଟି ଅଛନ୍ତି ଯେଉଁମାନେ ନିଜର ଅଭିନୟ ସହ ନିଜର ବ୍ୟକ୍ତିଗତ ମାମଲାରେ ମଧ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟନ୍ତି। ତେବେ ଚାଲନ୍ତୁ ଜାଣିବା ବଲିଉଡର ଏହି ଅଭିନେତ୍ରୀଙ୍କ ବିଷୟରେ ଯେଉଁମାନେ  ଅନେକ ମାମଲାରେ ଆଇନର ଜାଲରେ ଛନ୍ଦି ହୋଇଛନ୍ତି। ଏହି ୫ ଅଭିନେତ୍ରୀ ନିଜର ଅଭିନୟ ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି ସତ କିଛି ବେଆଇନ କାମରେ ମଧ୍ୟ ଲିପ୍ତ ଯୋଗୁଁ ଆଇନର ଦ୍ୱାରସ୍ଥ ବି ହୋଇଛନ୍ତି। 

1/5

ରକୁଲ ପ୍ରିତ୍: ବଲିଉଡ ଓ ଟଲିଉଡର ଜଣେ ଜଣାଶୁଣା ଅଭିନେତ୍ରୀ । ତେବେ ୫ ବର୍ଷ ତଳେ ଘଟିଥିବା ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀର ଏକ ଡ୍ରଗ୍ସ କାରବାର ମନି ଲଣ୍ଡ୍ରିଂ କେସରେ ଇଡି ଆଜି ତାଙ୍କୁ ସମନ ଜାରି କରିଛି। 

2/5

ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍: ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ମନିଲଣ୍ଡ୍ରିଂ କେସରେ ଫସିଛନ୍ତି ସିଂହଳୀ ସୁନ୍ଦରୀ ଜ୍ୟାକଲିନ । ଏନେଇ ବାରମ୍ବାର ଇଡିରୁ ସମନ ଯିବା ପରେ ଇଡିରେ ହାଜର ହେଉଥିବା ନଜିର ରହିଛି । 

3/5

ନୋରା ଫତେହୀ: ସେହିପରି ଜ୍ୟାକଲିନଙ୍କ ପରି ମନିଲଣ୍ଡ୍ରିଂ କେସ ଓ ସୁକେଶଙ୍କ ଠାରୁ ଦାମୀ କାର୍ ନେବା ଅଭିଯୋଗରେ ବାରମ୍ବାର ଇଡି ଦ୍ୱାରା ଜେରା ହୋଇଛନ୍ତି ନୋରା ଫତେହୀ ।

4/5

ଦୀପିକା ପାଦୁକୋନ: ମୁମ୍ବାଇ ଡ୍ରଗ୍ସ ମାମଲାରେ ଫସିଥିଲେ ଦୀପିକା ପାଦୁକୋନ । ବଲିଉଡର ବଡବଡ ହସ୍ତୀଙ୍କ ସହ ତାଙ୍କୁ ମଧ୍ୟ ଏନସିବିର ଜେରାକୁ ସାମ୍ନା କରିବାକୁ ପଡ଼ିଥିଲା। 

5/5

ଶିଳ୍ପା ସେଟ୍ଟୀ: ଅଭିନେତ୍ରୀ ତଥା ବ୍ୟବସାୟୀ ରାଜକୁନ୍ଦ୍ରାଙ୍କ ପତ୍ନୀ ଶିଳ୍ପ ସେଟ୍ଟୀ ମଧ୍ୟ ଆଇନର ସ୍କାନରରେ ରହିଆସିଛନ୍ତି । ଏକ ଫ୍ରଡ କେସରେ କେବଳ ଶିଳ୍ପା ନୁହଁନ୍ତି, ତାଙ୍କ ଭଉଣୀ ସମିତା ଓ ତାଙ୍କ ମାଙ୍କୁ ମଧ୍ୟ ଜେରାରେ ସମ୍ମୁଖୀନ ହେବାକୁ ପଡ଼ିଥିଲା।