Advertisement
Photo Details/zeeodisha/odisha1675498
photoDetails0hindi

Lemon Juice Benefits: ଗରମ ଦିନରେ ଲେମ୍ବୁ ରସ ପିଇବାରୁ ମିଳିଥାଏ ଏସବୁ ଜବରଦସ୍ତ ଲାଭ

Lemon Juice Benefits: ପେଟ ଯନ୍ତ୍ରଣା, ହଜମ, ଅମ୍ଳତା, ପେଟ ଫୁଲିବା ଓ ମୋଟାପଣ ଭଳି ସମସ୍ତ ସମସ୍ୟା ପାଇଁ ଲେମ୍ବୁର ସେବନ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । କେବଳ ଏତିକି ନୁହେଁ, ପେଟ ଜନିତ ସମସ୍ୟା ସହିତ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ମଧ୍ୟ ଏହା ବହୁତ ଉପକାରୀ ହୋଇଥାଏ ।

1/5

Lemon Juice Benefits: ଗ୍ରୀଷ୍ମ ଋତୁରେ ଶୀତଳତାର ଅନୁଭବ କରାଇଥାଏ ଲେମ୍ବୁ (Lemon) । ଏହି ଲେମ୍ବୁ ଅନେକ ସମସ୍ୟାର ରାମବାଣ ଉପଶମ ଅଟେ । ପେଟ ଯନ୍ତ୍ରଣା, ହଜମ, ଅମ୍ଳତା, ପେଟ ଫୁଲିବା ଓ ମୋଟାପଣ ଭଳି ସମସ୍ତ ସମସ୍ୟା ପାଇଁ ଲେମ୍ବୁର ସେବନ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । କେବଳ ଏତିକି ନୁହେଁ, ପେଟ ଜନିତ ସମସ୍ୟା ସହିତ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ମଧ୍ୟ ଏହା ବହୁତ ସହାୟକ ହୋଇଥାଏ ।

ଲେମ୍ବୁ ରସ (Lemon Juice) ପିଇବାର ଲାଭ:

2/5
ଲେମ୍ବୁ ରସ (Lemon Juice) ପିଇବାର ଲାଭ:

ଲୌହ, ମ୍ୟାଗ୍ନେସିୟମ୍, ଫସଫରସ୍, କ୍ୟାଲସିୟମ୍, ପୋଟାସିୟମ୍, ଏବଂ ଜିଙ୍କ ପରି ମିନେରାଲ୍ ସମୃଦ୍ଧ ଲେମ୍ବୁ ଆମ ଶରୀରର pH ସ୍ତରକୁ ସନ୍ତୁଳିତ କରେ । ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବା ସହିତ ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବିକାଶରେ ସହାୟକ ହୋଇଥାଏ ।

3/5

ଲେମ୍ବୁ (Lemon) ରେ ବିଭିନ୍ନ ପ୍ରକାରର ଉପକାରୀ ଭିଟାମିନ୍ ଥାଏ । ଯେପରିକି ଥିଏମାଇନ୍, ନିୟାସିନ୍, ରାଇବୋଫ୍ଲାଭିନ, ଭିଟାମିନ୍ ବି-6, ଭିଟାମିନ୍-ଇ, ଫୋଲେଟ୍ ସାମିଲ ଥାଏ । ଏହି ସମସ୍ତ ଭିଟାମିନ୍ କୋଷ୍ଠକାଠିନ୍ୟ, କିଡନୀ ଏବଂ ଗଳା ସମସ୍ୟାରେ ଉପକାରୀ ହୋଇଥାଏ ।

4/5

ଏସବୁ ବ୍ୟତୀତ ମଧୁମେହ ସମସ୍ୟା ମଧ୍ୟ ଏହାର ବ୍ୟବହାର ଦ୍ୱାରା ବହୁ ପରିମାଣରେ ମୁକ୍ତି ପାଇପାରିବେ । ଯଦି ଆପଣଙ୍କର ଗଳା ଯନ୍ତ୍ରଣା ହେଉଛି, ତେବେ ଉଷୁମ ପାଣିରେ ଲେମ୍ବୁ ରସ ମିଶ୍ରଣ କରି ପିଇବା ଦ୍ୱାରା ଆରାମ ମିଳିଥାଏ ।

ଅଧିକ ପଢ଼ନ୍ତୁ-ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ପୁଣି ବଢ଼ିଲା ମହଙ୍ଗା ଭତ୍ତା, ଆକାଉଣ୍ଟକୁ ଆସିବ ମୋଟା ଅଙ୍କର ଟଙ୍କା

ଅଧିକ ପଢ଼ନ୍ତୁ-ବିଜେପି ବିଧାୟକଙ୍କ ପୁଅଙ୍କ ହୃଦଘାତରେ ନିଧନ, କୋଠରୀରୁ ମୃତଦେହ ଉଦ୍ଧାର

ଅଧିକ ପଢ଼ନ୍ତୁ-୧୨ ବର୍ଷ ପରେ ଗୁରୁ ସୃଷ୍ଟି କଲେ ବିପରୀତ ରାଜ ଯୋଗ, ବର୍ତ୍ତମାନ ଏହି ୫ ରାଶି ଉପରେ ବର୍ଷିବ ପ୍ରବଳ ଧନ

5/5

ଅନେକ ଲୋକଙ୍କଠାରେ ମେଦବହୁଳତା ସମସ୍ୟା ଦେଖାଯାଉଛି । ପରିବର୍ତ୍ତିତ ଜୀବନ ଶୈଳୀ ଏବଂ ଖାଦ୍ୟପେୟରେ ଅନିୟମିତତା ଏହାର ମୁଖ୍ୟ କାରଣ । ତେବେ ଉଷୁମ ପାଣିରେ ଫାଳେ ଲେମ୍ବୁ ରସ ମିଶାଇ ଦିନରେ ୩-୪ଥର ପିଇଲେ ପେଟ ପାଖରେ ଥିବା ଚର୍ବି କମ୍ ହେବାରେ ଲାଗିଥାଏ

ଡିସକ୍ଲେମର: ଏହି ପ୍ରବନ୍ଧଟି କେବଳ ସାଧାରଣ ସୂଚନା ପାଇଁ ଲେଖାଯାଇଛି । ଏହା କୌଣସି ପ୍ରକାରେ କୌଣସି ଔଷଧ କିମ୍ବା ଚିକିତ୍ସାର ବିକଳ୍ପ ହୋଇପାରିବ ନାହିଁ । ଅଧିକ ବିବରଣୀ ପାଇଁ ସର୍ବଦା ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ ।