Advertisement
Photo Details/zeeodisha/odisha2468732
photoDetails0hindi

Naveen Patnaik: ଦୁର୍ଗାପୂଜା ମଣ୍ଡପ ବୁଲିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଭାଇରାଲ ହେଉଛି ସୁନ୍ଦର ଫଟୋ

Naveen Patnaik: ପୂଜା ମଣ୍ଡପ ବୁଲୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଶାରଦୀୟ ଦୂର୍ଗାପୂଜା ପାଇଁ ରାଜଧାନୀ ଚଳଚଞ୍ଚଳ ହୋଇଉଠିଥିବା ବେଳେ ନବୀନ ମଧ୍ୟ ଏ ଖୁସିର ମାହୋଲରେ ନିଜକୁ ସାମିଲ କରିଛନ୍ତି । ପୂର୍ବରୁ ଗଣେଶ ପୂଜା ପେଣ୍ଡାଲ ବୁଲିଥିଲେ ନବୀନ ପଟ୍ଟନାୟକ। ଆଉ ସେତେବେଳେ ତାଙ୍କୁ ଦେଖିବାକୁ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ନବୀନ ନବୀନ ନାରାରେ କମ୍ପିଥିଲା ପୂରା ସହର। ତେବେ ଆଜି ସେ ଦୁର୍ଗାପୂଜା ମଣ୍ଡପ ବୁଲି ଦେଖିଛନ୍ତି ଯାହାର ବହୁତ ସୁନ୍ଦର ସୁନ୍ଦର ଫଟୋ ଭାଇରାଲ ହେବାରେ ଲାଗିଛି।

1/5

ଆଜି ବିଭିନ୍ନ ପୂଜା ମଣ୍ଡପ ବୁଲିବା ସହ ମା’ଙ୍କର ଆଶିଷ ଭିକ୍ଷା କରିଛନ୍ତି ପୂର୍ବତନ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁକ୍ରବାର ମହାଷ୍ଟମୀ ଅବସରରେ ରାଜଧାନୀର ବିଭିନ୍ନ ପୂଜାମଣ୍ଡପ ବୁଲୁଛନ୍ତି ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 

 

Also Read: Puri Durga Puja: ଝଲସୁଛି ଶ୍ରୀକ୍ଷେତ୍ର, ଗୋଟିଏ କ୍ଲିକ୍ ରେ ବୁଲନ୍ତୁ ସବୁ ଦୁର୍ଗାପୂଜା ମଣ୍ଡପ

 

Also Read: Venus Transit 2024 Scorpio: ବିଛାରାଶିରେ ଶୁକ୍ରଙ୍କ ଚଳନ, ସମସପ୍ତକ ଯୋଗରୁ ୫ ରାଶି ହେବେ ମାଲାମାଲ୍

2/5

ନବୀନ ପଟ୍ଟନାୟକ ଭୁବନେଶ୍ବରରେ ୩ଟି ପୂଜା ମଣ୍ଡପ ବୁଲିବାର କାର୍ଯ୍ୟକ୍ରମ ଥିବାବେଳେ ରସୁଲଗଡ଼ରୁ ସକାଳ ସାଢ଼େ ୧୦ଟାରୁ ଦର୍ଶନ ଆରମ୍ଭ କରିଥିଲେ । ରସୁଲଗଡ ଦୁର୍ଗାପୂଜା ମଣ୍ଡପରେ ନବୀନଙ୍କୁ କମିଟି ତରଫରୁ ଭବ୍ୟ ସ୍ବାଗତ କରାଯାଇଥିଲା। 

3/5

ସେହିପରି ପୂର୍ବାହ୍ଣ ୧୧ଟାରେ ସହିଦନଗର ପୂଜା ପେଣ୍ଡାଲରେ ପହଞ୍ଚି  ମା’ଙ୍କୁ ଦର୍ଶନ କରିବା ସହିତ ପେଣ୍ଡାଲ ବୁଲି ଦେଖିଥିଲେ ନବୀନ ପଟ୍ଟନାୟକ । ନବୀନଙ୍କୁ ଅତି ପାଖରୁ ଦେଖି ଉତ୍ସାହିତ ହୋଇଯାଇଥିଲେ ସାଧାରଣ ଜନତା । 

4/5

ସେହିପରି ସାଢେ ୧୧ଟାରେ ବଡ଼ଗଡ଼ ମଣ୍ଡପରେ ପହଞ୍ଚି ମାଆଙ୍କୁ ଦର୍ଶନ କରିଥିବା ସହିତ ପେଣ୍ଡାଲ ବୁଲିଥିଲେ ନବୀନ । ମଣ୍ଡପ ବୁଲି ଯିବାକୁ ନବୀନଙ୍କୁ ଟୁଇନସିଟିର ବିଭିନ୍ନ ପୂଜା କମିଟି ନିମନ୍ତ୍ରଣ କରିଥିବା ବେଳେ ନିଆରା ଢଙ୍ଗରେ ଦେଖିବାକୁ ମିଳିଥିଲେ ଏହି ମହାନ ଜନନାୟକ। 

5/5

ପୂଜା ମଣ୍ଡପ ବୁଲିବା ସମୟରେ ଛୋଟପିଲାଙ୍କ ସହ କିଛି ସମୟ ବିତାଇଥିଲେ ନବୀନ। ଯାହାର ଏକ ସୁନ୍ଦର ଫଟୋ ଭାଇରାଲ ହେବାରେ ଲାଗିଛି।