Advertisement
Photo Details/zeeodisha/odisha1706570
Zee OdishaPhotosଜୟା କିଶୋରୀ ନା ବାଗେଶ୍ୱର ଧାମ ବାବା ଧୀରନ୍ଦ୍ର କୃଷ୍ଣ ଶାସ୍ତ୍ରୀ କିଏ କରନ୍ତି ଅଧିକା ରୋଜଗାର?
photoDetails0hindi

ଜୟା କିଶୋରୀ ନା ବାଗେଶ୍ୱର ଧାମ ବାବା ଧୀରନ୍ଦ୍ର କୃଷ୍ଣ ଶାସ୍ତ୍ରୀ କିଏ କରନ୍ତି ଅଧିକା ରୋଜଗାର?

ଭାରତକୁ ମନ୍ଦିରର ଦେଶ ବୋଲି କୁହାଯାଏ। ଏଠାରେ ସମସ୍ତ ଧର୍ମକୁ ସମାନ ଗୁରୁତ୍ବ ଦିଆଯାଇଥାଏ। ରୀତିନୀତି ଓ ପରମ୍ପରାକୁ ଦୃଷ୍ଟିରେ ରଖି ଆମ ଦେଶର ଧାର୍ମିକ ପଣ୍ତିତ ମାନଙ୍କୁ ମଧ୍ୟ ଉଚିତ୍ ସମ୍ମାନ ଦିଆଯାଇଥାଏ । ସେହିପରି ଆମ ଭାରତରେ ପ୍ରବଚନ ଶୁଣିବା ଲାଗି ବହୁ କ୍ରେଜ ରହିଛି ।  ଆଜିକାଲି ବାଗେଶ୍ୱର ଧାମ ବାବା ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ଓ ପ୍ରବଚିକା ଜୟା କିଶୋରୀଙ୍କୁ ବହୁ ସମୟରେ ନେଇ ଚର୍ଚ୍ଚା ଲାଗିରହିଥାଏ । ଉଭୟ ପ୍ରବଚନ କାର୍ଯ୍ୟକ୍ରମ କରିଥାଆନ୍ତି । କିନ୍ତୁ ଏଠାରେ ପ୍ରଶ୍ନ ଉଠିଛି ପଣ୍ଡିତ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ନା ଜୟା କିଶୋରୀ କିଏ ପ୍ରବଚନ କାର୍ଯ୍ୟକ୍ରମ ଲାଗି ନେଇଥାଏ ଅଧିକ ଟଙ୍କା?

1/5

ବାଗେଶ୍ୱର ଧାମ ବାବା ପଣ୍ଡିତ ଧୀରନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କୁ କିଏ ବା ନ ଜାଣେ, ବର୍ତ୍ତମାନ ସେ ବହୁ ଲୋକଙ୍କ ଆଦର୍ଶ ପାଲଟିଥିବା ବେଳେ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ମଧ୍ଯ ରହିଛନ୍ତି। ତାଙ୍କର ପ୍ରବଚନ ଶୁଣିବା ଲାଗେ ସୁଦୂର ଦୂରରୁ ଲୋକେ ବାଗେଶ୍ୱର ଧାମକୁ ଛୁଟି ଆସିଥାଆନ୍ତି ।

2/5

ତେବେ ଗୋଟିଏ କାର୍ଯ୍ୟକ୍ରମ ଲାଗି ଧୀରନ୍ଦ୍ର କୃଷ୍ଣ ଶାସ୍ତ୍ରୀ କେତେ ଟଙ୍କା ନିଅନ୍ତି?  ଏହି ପ୍ରଶ୍ନ ଆପଣଙ୍କ ମନରେ ଆସିଥିବ ନିଶ୍ଚୟ । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ବାଗେଶ୍ୱର ଧାମ ବାବା ପ୍ରବଚନ କାର୍ଯ୍ୟକ୍ରମ ଲାଗି କୌଣସି ଚାର୍ଜ ନିଅନ୍ତି ନାହିଁ ।

3/5

ପଣ୍ଡିତ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ପ୍ରବଚନ ଦେୟକୁ ନେଇ ପ୍ରାୟ ୧ ବର୍ଷ ପୂର୍ବେ କହିଥିଲେ ଯେ, ଚଳିତ ବର୍ଷ ତାଙ୍କ ପ୍ରବଚନର ତାରିଖ କାର୍ଯ୍ୟସୂଚୀ ପୂର୍ଣ୍ଣ ହୋଇସାରିଛି। ପ୍ରବଚନ କାର୍ଯ୍ୟକ୍ରମ ପାଇଁ ସେ କେବେ ଦକ୍ଷିଣା ମାଗନ୍ତି ନାହିଁ। ସେ କେବଳ ବ୍ୟବସ୍ଥା ଚାହାଁନ୍ତି। ବିଶେଷକରି ତମ୍ବୁ-ଚଟାଣ ଓ ଅନ୍ନପୂର୍ଣ୍ଣା ଭଣ୍ଡାରେ ପାଇଁ ସହଯୋଗ ପ୍ରଦାନ କରାଯିବା ଆବଶ୍ୟକ।

 

4/5

ମିଡିଆ ରିପୋର୍ଟ ଅନୁଯାୟୀ, ପ୍ରବଚିକା ଜୟା କିଶୋରୀ ଗୋଟିଏ କାର୍ଯ୍ୟକ୍ରମ ପାଇଁ ୯ ଲକ୍ଷ ୫୦ ହଜାର ଟଙ୍କା ନେଇଥାଆନ୍ତି। ୪ ଲକ୍ଷ ୨୫ ହଜାର ଟଙ୍କା ସେ ଆଡ଼ଭାନ୍ସ ଆକାରରେ ନେଇଥାଆନ୍ତି, ବାକି ପେମେଣ୍ଟ ସେ କାର୍ଯ୍ୟକ୍ରମ ଶେଷ ହେବା ପରେ ନିଅନ୍ତି ।

5/5

ଜୟା କିଶୋରୀ ଏକ ମାସରେ ୪ରୁ ୫ଟି କାର୍ଯ୍ୟକ୍ରମ କରିଥାଆନ୍ତି, ତେବେ ୯ ଲକ୍ଷ ୫୦ ହଜାର ଟଙ୍କା ହିସାବରେ ସେ ମାସିକ ୪୦ରୁ ୫୦ ଲକ୍ଷ ଟଙ୍କା ରୋଜଗାର କରିଥାଆନ୍ତି |