Advertisement
photoDetails0hindi

ଜୟା କିଶୋରୀ ନା ବାଗେଶ୍ୱର ଧାମ ବାବା ଧୀରନ୍ଦ୍ର କୃଷ୍ଣ ଶାସ୍ତ୍ରୀ କିଏ କରନ୍ତି ଅଧିକା ରୋଜଗାର?

ଭାରତକୁ ମନ୍ଦିରର ଦେଶ ବୋଲି କୁହାଯାଏ। ଏଠାରେ ସମସ୍ତ ଧର୍ମକୁ ସମାନ ଗୁରୁତ୍ବ ଦିଆଯାଇଥାଏ। ରୀତିନୀତି ଓ ପରମ୍ପରାକୁ ଦୃଷ୍ଟିରେ ରଖି ଆମ ଦେଶର ଧାର୍ମିକ ପଣ୍ତିତ ମାନଙ୍କୁ ମଧ୍ୟ ଉଚିତ୍ ସମ୍ମାନ ଦିଆଯାଇଥାଏ । ସେହିପରି ଆମ ଭାରତରେ ପ୍ରବଚନ ଶୁଣିବା ଲାଗି ବହୁ କ୍ରେଜ ରହିଛି ।  ଆଜିକାଲି ବାଗେଶ୍ୱର ଧାମ ବାବା ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ଓ ପ୍ରବଚିକା ଜୟା କିଶୋରୀଙ୍କୁ ବହୁ ସମୟରେ ନେଇ ଚର୍ଚ୍ଚା ଲାଗିରହିଥାଏ । ଉଭୟ ପ୍ରବଚନ କାର୍ଯ୍ୟକ୍ରମ କରିଥାଆନ୍ତି । କିନ୍ତୁ ଏଠାରେ ପ୍ରଶ୍ନ ଉଠିଛି ପଣ୍ଡିତ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ନା ଜୟା କିଶୋରୀ କିଏ ପ୍ରବଚନ କାର୍ଯ୍ୟକ୍ରମ ଲାଗି ନେଇଥାଏ ଅଧିକ ଟଙ୍କା?

1/5

ବାଗେଶ୍ୱର ଧାମ ବାବା ପଣ୍ଡିତ ଧୀରନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କୁ କିଏ ବା ନ ଜାଣେ, ବର୍ତ୍ତମାନ ସେ ବହୁ ଲୋକଙ୍କ ଆଦର୍ଶ ପାଲଟିଥିବା ବେଳେ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ମଧ୍ଯ ରହିଛନ୍ତି। ତାଙ୍କର ପ୍ରବଚନ ଶୁଣିବା ଲାଗେ ସୁଦୂର ଦୂରରୁ ଲୋକେ ବାଗେଶ୍ୱର ଧାମକୁ ଛୁଟି ଆସିଥାଆନ୍ତି ।

2/5

ତେବେ ଗୋଟିଏ କାର୍ଯ୍ୟକ୍ରମ ଲାଗି ଧୀରନ୍ଦ୍ର କୃଷ୍ଣ ଶାସ୍ତ୍ରୀ କେତେ ଟଙ୍କା ନିଅନ୍ତି?  ଏହି ପ୍ରଶ୍ନ ଆପଣଙ୍କ ମନରେ ଆସିଥିବ ନିଶ୍ଚୟ । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ବାଗେଶ୍ୱର ଧାମ ବାବା ପ୍ରବଚନ କାର୍ଯ୍ୟକ୍ରମ ଲାଗି କୌଣସି ଚାର୍ଜ ନିଅନ୍ତି ନାହିଁ ।

3/5

ପଣ୍ଡିତ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ପ୍ରବଚନ ଦେୟକୁ ନେଇ ପ୍ରାୟ ୧ ବର୍ଷ ପୂର୍ବେ କହିଥିଲେ ଯେ, ଚଳିତ ବର୍ଷ ତାଙ୍କ ପ୍ରବଚନର ତାରିଖ କାର୍ଯ୍ୟସୂଚୀ ପୂର୍ଣ୍ଣ ହୋଇସାରିଛି। ପ୍ରବଚନ କାର୍ଯ୍ୟକ୍ରମ ପାଇଁ ସେ କେବେ ଦକ୍ଷିଣା ମାଗନ୍ତି ନାହିଁ। ସେ କେବଳ ବ୍ୟବସ୍ଥା ଚାହାଁନ୍ତି। ବିଶେଷକରି ତମ୍ବୁ-ଚଟାଣ ଓ ଅନ୍ନପୂର୍ଣ୍ଣା ଭଣ୍ଡାରେ ପାଇଁ ସହଯୋଗ ପ୍ରଦାନ କରାଯିବା ଆବଶ୍ୟକ।

 

4/5

ମିଡିଆ ରିପୋର୍ଟ ଅନୁଯାୟୀ, ପ୍ରବଚିକା ଜୟା କିଶୋରୀ ଗୋଟିଏ କାର୍ଯ୍ୟକ୍ରମ ପାଇଁ ୯ ଲକ୍ଷ ୫୦ ହଜାର ଟଙ୍କା ନେଇଥାଆନ୍ତି। ୪ ଲକ୍ଷ ୨୫ ହଜାର ଟଙ୍କା ସେ ଆଡ଼ଭାନ୍ସ ଆକାରରେ ନେଇଥାଆନ୍ତି, ବାକି ପେମେଣ୍ଟ ସେ କାର୍ଯ୍ୟକ୍ରମ ଶେଷ ହେବା ପରେ ନିଅନ୍ତି ।

5/5

ଜୟା କିଶୋରୀ ଏକ ମାସରେ ୪ରୁ ୫ଟି କାର୍ଯ୍ୟକ୍ରମ କରିଥାଆନ୍ତି, ତେବେ ୯ ଲକ୍ଷ ୫୦ ହଜାର ଟଙ୍କା ହିସାବରେ ସେ ମାସିକ ୪୦ରୁ ୫୦ ଲକ୍ଷ ଟଙ୍କା ରୋଜଗାର କରିଥାଆନ୍ତି |