Advertisement
Photo Details/zeeodisha/odisha2397549
photoDetails0hindi

PM Narendra Modi: ୟୁକ୍ରେନ-ପୋଲାଣ୍ଡ ଗସ୍ତରେ ମୋଦୀ, ଦେଲେ ଶାନ୍ତିର ବାର୍ତ୍ତା

PM Narendra Modi: ପୋଲାଣ୍ଡ-ୟୁକ୍ରେନ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ସମୟରେ ସେ ଦୁଇ ଦେଶର ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ଉପରେ ଆଲୋଚନା କରିଛନ୍ତି। ଏହିଗସ୍ତ ସମୟରେ ମୋଦୀ ପୋଲାଣ୍ଡ ର ରାଷ୍ଟ୍ରପତି ଆଣ୍ଡ୍ରେଜ ସେବାଷ୍ଟିଆନ ଡୁଡାଙ୍କ ସହ ମଧ୍ୟ ଆଲୋଚନା କରିବେ । ଗତ ୪୫ ବର୍ଷ ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ହେଉଛି ପ୍ରଥମ ପୋଲାଣ୍ଡ ଗସ୍ତ। 

 

1/5
ପିଏମ୍ ମୋଦୀଙ୍କ ଏହି ଗସ୍ତ ଉପରେ ସାରା ବିଶ୍ୱର ନଜର ରହିଥିଲା । ୧୯୯୧ରେ ୟୁକ୍ରେନ ସ୍ୱାଧିନ ରାଷ୍ଟ୍ରର ମାନ୍ୟତା ପାଇବା ପରେ ପ୍ରଥମ ଥର ପାଇଁ ସେହି ରାଷ୍ଟ୍ରକୁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ଗସ୍ତ କରିଛନ୍ତି ।

2/5
ୟୁକ୍ରେନ ଋଷ ବିପକ୍ଷରେ ଆକ୍ରମଣାତ୍ମକ ସୈନ୍ୟ ଅଭିଯାନ ଚଳାଇଥିବା ମଧ୍ୟରେ ମୋଦୀ ୟୁକ୍ରେନ ଗସ୍ତ କରିଛନ୍ତି । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ସହ ହାତ ମିଳାଇଥିଲେ ଓ ଆଲିଙ୍ଗନ କରିଥିଲେ । ଏହାସହ ମୋଦୀ ସେଠାରୁ ଶାନ୍ତିର ବାର୍ତ୍ତା ପ୍ରଦାନ କରିଥିଲେ। ଭାରତ କେବଳ ଶାନ୍ତିର ସପକ୍ଷେରେ ବୋଲି କହିଛନ୍ତି ମୋଦୀ। 

3/5
ଏହି ଗସ୍ତ ପରିପ୍ରେକ୍ଷୀରେ ଭାରତ-ୟୁକ୍ରେନ ମଧ୍ୟରେ ୪ଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣା ସ୍ୱାକ୍ଷରିତ ହୋଛି । ପ୍ରଥମ ଏମଓୟୁ- ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର ଓ ୟୁକ୍ରେନ ମନ୍ତ୍ରୀଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଛି ।

4/5
ସେହିପରି ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ପୋଲାଣ୍ଡରେ ପହଞ୍ଚିଥିଲେ। ପୋଲାଣ୍ଡର ଡେପୁଟି ପିଏମ ତାଙ୍କୁ ସ୍ୱାଗତ କରିବା ପାଇଁ ବିମାନ ବନ୍ଦରରେ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ୱାର୍ସାର ଏକ ହୋଟେଲରେ ପହଞ୍ଚିବା ମାତ୍ରେ ସେଠାରେ ଉପସ୍ଥିତ ଶତାଧିକ ଭାରତୀୟ ତାଙ୍କୁ ସ୍ୱାଗତ କରିଥିଲେ। 

5/5

ପରେ ନବନଗରର ଜାମ୍ ସାହେବ ସ୍ମାରକୀରେ ପହଞ୍ଚିଥିଲେ ମୋଦୀ। ଏହି ସ୍ମାରକୀ ଭାରତୀୟ ମହାରାଜାଙ୍କ ନାମରେ ନାମିତ ହୋଇଛି, ଯିଏ କି ପୋଲାଣ୍ଡର ୧୦୦୦ ଅନାଥ ପିଲାଙ୍କୁ ପିତାମାତାଙ୍କ ପରି ପାଳନ କରିଥିଲେ । ତା'ପରେ ସେ ପିଲାମାନଙ୍କୁ କହିଲେ, ନିଜକୁ ଅନାଥ ଭାବିବେ ନାହିଁ, ମୁଁ ତୁମର ପିତା ମୋଦୀ।