Odisha Election 2024: ସକାଳ ୯ଟା ସୁଦ୍ଧା ପ୍ରାୟ ୭.୬୯% ଭୋଟିଂ, ସାରା ଦେଶରେ ପଛୁଆ
Advertisement
Article Detail0/zeeodisha/odisha2272660

Odisha Election 2024: ସକାଳ ୯ଟା ସୁଦ୍ଧା ପ୍ରାୟ ୭.୬୯% ଭୋଟିଂ, ସାରା ଦେଶରେ ପଛୁଆ

ଏହି ପର୍ଯ୍ୟାୟରେ ୯୯ ଳକ୍ଷ ୬୧ ହଜାର ଭୋଟର ଭୋଟ୍‍ ଦେବାର ବ୍ୟବସ୍ଥା ହୋଇଛି। ଏହି ପର୍ଯ୍ୟାୟରେ ୧୦୮୮୨ ବୁଥରେ ଭୋଟ ଗ୍ରହଣ କରାଯାଉଛି।

Odisha Election 2024: ସକାଳ ୯ଟା ସୁଦ୍ଧା ପ୍ରାୟ ୭.୬୯% ଭୋଟିଂ, ସାରା ଦେଶରେ ପଛୁଆ

Odisha Election 2024: ଭୁବନେଶ୍ୱର:  ଆଜି ଶେଷ ପର୍ଯ୍ୟାୟ ନିର୍ବାଚନରେ ମତଦାନ ହାରରେ ପଛୁଆ ଚାଲିଛି ଓଡ଼ିଶା। ସାରା ଦେଶରେ ସକାଳ ୯ଟା ସୁଦ୍ଧା ହାରାହାରି ୧୧.୩୧ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ଓଡ଼ିଶାରେ ସର୍ବ ନିମ୍ନ ଭୋଟିଂ ହାର ରହିଛି। ଏଠାରେ ମାତ୍ର ୭.୬୯ ପ୍ରତିଶତ ଭୋଟିଂ ହୋଇଛି। ସର୍ବାଧିକ ଭୋଟିଂ ହିମାଚଳ ପ୍ରଦେଶରେ ହୋଇଛି। ସେଠାରେ ଭୋଟିଂ ହାର ୧୪.୩୫ ପ୍ରତିଶତ ରହିଛି। 

ଗ୍ରୀଷ୍ମ ପ୍ରବାହ ନଥିଲେ ମଧ୍ୟ ପ୍ରବଳ ଗୁଳୁଗୁଳି ରାଜ୍ୟରେ ଜାରି ରହିଛି।  ଏଥିଯୋଗୁ ଭୋଟିଂ ହାର ସାମାନ୍ୟ ବାଧାପ୍ରାପ୍ତ ହୋଇଥିବା ଆଶଙ୍କା କରାଯାଇଛି। ରାଜ୍ୟରେ ୬ ଲୋକସଭା ମଣ୍ଡଳୀ ଓ ୪୨ ବିଧାନସଭା ମଣ୍ଡଳୀ ପାଇଁ ଭୋଟ ଗ୍ରହଣ କରାଯାଉଛି। ସକାଳ ୯ଟା ସୁଦ୍ଧା ରାଜ୍ୟରେ ପ୍ରାୟ ୭.୬୯ % ମତଦାନ ହୋଇଛି। ସର୍ବାଧିକ ଭୋଟିଂ ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ବେଳେ ସବୁଠାରୁ କମ୍ ଭୋଟ କେନ୍ଦ୍ରାପଡ଼ା ସ୍ଥାନରେ ହୋଇଛି। ମୟୁରଭଞ୍ଜରେ ୭.୩୩ % ଭୋଟିଂ ହୋଇଥିବା ବେଳେ, ବାଲେଶ୍ୱରରେ ୭.୪୬ %, କେନ୍ଦ୍ରାପଡ଼ାରେ ୭.୨୭ %, ଭଦ୍ରକରେ ୭.୭୯ %, ଯାଜପୁରରେ ୭.୭୪ % ଜଗତସିଂହପୁରରେ ୮.୫୪ ପ୍ରତିଶତ ଭୋଟିଂ ହୋଇଛି। 

କାଁ ଭାଁ ବିଶୃଂଖଳା ହୋଇଥିଲେ ମଧ୍ୟ  ରାଜ୍ୟରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ୯୯ ଳକ୍ଷ ୬୧ ହଜାର ଭୋଟର ଭୋଟ୍‍ ଦେବାର ବ୍ୟବସ୍ଥା ହୋଇଛି। ଏହି ପର୍ଯ୍ୟାୟରେ ୧୦୮୮୨ ବୁଥରେ ଭୋଟ ଗ୍ରହଣ କରାଯାଉଛି। ସମଗ୍ର ଦେଶରେ ନିର୍ବାଚନ ପରିଚାଳନା ଓ ଭୋଟିଂ ହାରକୁ ନଜର ପକାଇଲେ  ସକାଳ ୯ଟା ସୁଦ୍ଧା ବିହାରରେ ୧୦.୫୮% ଭୋଟିଂ ହୋଇଛି। ଚଣ୍ଡିଗଡ଼ରେ ୧୧.୬୪%, ଝାଡ଼ଖଣ୍ଡରେ ୧୨.୧୫% ପଞ୍ଜାବରେ ୯.୬୪%, ଉତ୍ତର ପ୍ରେଦଶରେ ୧୨.୯୪, ପଶ୍ଚିମବଙ୍ଗରେ ୧୨.୬୩ ପ୍ରତିଶତ ଭୋଟିଂ ହୋଇଛି।