Gujarat Election 2022: ନିର୍ବାଚନ ତାରିଖ ଘୋଷଣା ପରେ ବଦଳି ଗଲା କେଜ୍ରିୱାଲଙ୍କ ଭାଷା, କହିଲେ...
Advertisement
Article Detail0/zeeodisha/odisha1423577

Gujarat Election 2022: ନିର୍ବାଚନ ତାରିଖ ଘୋଷଣା ପରେ ବଦଳି ଗଲା କେଜ୍ରିୱାଲଙ୍କ ଭାଷା, କହିଲେ...

Gujarat Election 2022: ନିର୍ବାଚନ ତାରିଖ ଘୋଷଣା କରି ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର କହିଛନ୍ତି ଯେ ଗୁଜୁରାଟ ବିଧାନସଭା ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ, ୧ ଡିସେମ୍ବରରେ ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟ୍ ଗ୍ରହଣ କରାଯିବ, ଦ୍ୱିତୀୟ ପର୍ଯ୍ୟାୟ ପାଇଁ ରାଜ୍ୟରେ ୫ ଡିସେମ୍ବର ଭୋଟ୍ ହେବ ।

Gujarat Election 2022: ନିର୍ବାଚନ ତାରିଖ ଘୋଷଣା ପରେ ବଦଳି ଗଲା କେଜ୍ରିୱାଲଙ୍କ ଭାଷା, କହିଲେ...

Gujarat Election 2022, ଗାନ୍ଧୀନଗର: ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ହୋଇଛି। ଗୁରୁବାର ନିର୍ବାଚନ ଆୟୋଗ, ଗୁଜରାଟର ରଜନୈତିକ ମାହୋଲରେ ନିଆଁ ଲଗାଇଦେଇଛନ୍ତି! ଡିସେମ୍ବରରେ ଗୁଜୁରାଟରେ ବିଧାନସଭା ନିର୍ବାଚନ ହେବ। ଏଥିପାଇଁ ତାରିଖ ଘୋଷଣା ହୋଇଛି। ଗୁଜରାଟରେ ଦୁଇଟି ପର୍ଯ୍ୟାୟରେ ଡିସେମ୍ବର ଏକ ଓ ପାଞ୍ଚରେ ନିର୍ବାଚନ ହେବ। ତେବେ ନିର୍ବାଚନର ତାରିଖ ଘୋଷଣା ପରେ ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି। ସେ ତାଙ୍କର ପ୍ରଥମ ଟ୍ୱିଟରେ ଏମିତି କିଛି କହିଛନ୍ତି, ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଗୁରୁବାର ମଧ୍ୟାହ୍ନରେ ନିର୍ବାଚନ ଆୟୋଗ, ୧୮୨ ବିଧାନସଭା ସିଟ୍ ବିଶିଷ୍ଟ ଗୁଜରାଟର ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଡିସେମ୍ବର ୧ ଓ ୫ରେ ଗୁଜରାଟରେ ଭୋଟ ପଡିବ। ଡିସେମ୍ବର ୮ରେ ଫଳାଫଳ ପ୍ରକାଶ ପାଇବ। ତେବେ ନିର୍ବାଚନ କମିଶନର ପ୍ରେସମିଟ ସରିବାର କିଛି କ୍ଷଣ ମଧ୍ୟରେ ଆପ୍ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କ ପ୍ରଥମ ଟ୍ୱିଟ୍ କରିଛନ୍ତି। ସେ ଝାଡୁ ଓ ନଜର ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, "ଗୁଜରାଟର ଜନତା ଏଥର ବଡ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ଅଛନ୍ତି, ଆମେ ନିଶ୍ଚୟ ଜିତିବୁ।" ଅନ୍ୟ ଏକ ଟ୍ୱିଟରେ କେଜ୍ରିୱାଲ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏଥିରେ ସେ ଗୁଜରାଟର ଲୋକଙ୍କୁ ପ୍ରେମଭରା ସନ୍ଦେସ ଦେଇଛନ୍ତି। ସେ ଗୁଜରାଟୀ ଭାଷାରେ ସମ୍ବୋଧନ କରୁଥିବା ନଜର ଆସୁଛନ୍ତି।

Also Read: Gujarat Election Date: ବାଜିଲା ନିର୍ବାଚନ ବିଗୁଲ, ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କଲା ନିର୍ବାଚନ ଆୟୋଗ

ଅରବିନ୍ଦ କେଜ୍ରିୱାଲ ଗୁଜରାଟୀ ଭାଷାରେ କହିଛନ୍ତି, " ନମସ୍କାର, ଆପଣମାନେ କେମିତି ଅଛନ୍ତି? ଆପଣମାନେ ମୋତେ ଆପଣଙ୍କ ଭାଇ ମାନୁଛନ୍ତି ନା, ମୋତେ ଆପଣଙ୍କ ପରିବାର ସଦସ୍ୟ ମାନୁଛନ୍ତି ନା। ମୋତେ ଏତେ ପ୍ରେମ କରୁଥିବାରୁ ଆପଣଙ୍କ ଠାରେ ମୁଁ ଆଭାରୀ। ମୁଁ କଥା ଦେଉଛି, ଆପଣଙ୍କ ଭାଇ ଆପଣଙ୍କ ପରିବାର ସମ୍ଭାଳିବ। ଆପଣଙ୍କ ଭାଇ ବିଜୁଳି ଫ୍ରି କରିଦେବ। ଆପଣଙ୍କ ପିଲାଙ୍କ ପାଇଁ ସାନଦାର ସ୍କୁଲ ଦେବ। ସ୍ୱାସ୍ଥ୍ୟ ସେବା ପାଇଁ ସାନଦାର ହସ୍ପିଟାଲ ତିଆରି କରିବ। ଯୁବକ ଯୁବତି ପାଇଁ ରୋଜଗାରର ବ୍ୟବସ୍ଥା କରିବ। ଆପଣମାନଙ୍କୁ ରାମଚନ୍ଦ୍ରଙ୍କ ଦର୍ଶନ ପାଇଁ ଅଯୋଧ୍ୟା ନେଇଯିବ। ତେବଳ ଥରେ ମଉକା ଦିଅନ୍ତୁ, ଜୀବନ ସାରା ଆପଣଙ୍କ ଭାଇ ହୋଇରହିବି।"

ଗୁଜରାଟର ଭୋଟର ତାଲିକା ଅନୁଯାୟୀ, ରାଜ୍ୟରେ ମୋଟ ୪,୯୦,୮୯,୭୬୫ ଭୋଟର ପଞ୍ଜିକୃତ ହୋଇଛନ୍ତି। ସେଥି ମଧ୍ୟରୁ ୨,୫୩,୩୬,୬୧୦ ପୁରୁଷ ଓ ୨,୩୭,୫୧,୭୩୮ ମହିଳା ଭୋଟର ଅଛନ୍ତି । ମୋଟ ୧୧,୬୨,୫୨୮ ନୂତନ ଭୋଟର ପଞ୍ଜିକୃତ ହୋଇଛନ୍ତି। ଏହା ସହ ୧୪୧୭ ଟ୍ରାନ୍ସଜେଣ୍ଡର ମଧ୍ୟ ଭୋଟର ତାଲିକାରେ ସାମିଲ ହୋଇଛନ୍ତି। ଗୁଜରାଟ ବିଧାନସଭା ନିର୍ବାଚନରେ ୧୪୨ ମଡେଲ ମତଦାନ କେନ୍ଦ୍ର ପ୍ରତିଷ୍ଠା ହେବ। ୧,୨୭୪ ମତଦାନ କେନ୍ଦ୍ରରେ କେବଳ ମହିଳା କର୍ମଚାରୀ ଓ ସୁରକ୍ଷା କର୍ମୀ ନିୟୋଜିତ ହେବେ। ଭିନ୍ନକ୍ଷମଙ୍କ ପାଇଁ ରାଜ୍ୟରେ ମୋଟ ୧୮୨ଟି ସ୍ୱତନ୍ତ୍ର ମତଦାନ କେନ୍ଦ୍ର ରହିବ। ଏଥି ସହିତ, ଏକ ମତଦାନ କେନ୍ଦ୍ର ଏପରି ହେବ, ଯେଉଁଠାରେ କେବଳ ଜଣେ ଭୋଟର ଅଛନ୍ତି, କିନ୍ତୁ ୧୫ ଜଣିଆ ଟିମ୍ ମଧ୍ୟ ସେମାନଙ୍କ ଭୋଟ୍ ପାଇଁ ଯିବେ। ୮୦ ବର୍ଷରୁ ଅଧିକ ବୟସ୍କ ଓ ୪୦ ପ୍ରତିଶତରୁ ଅଧିକ ଅକ୍ଷମତା ଥିବା ବ୍ୟକ୍ତିମାନେ ଘରୁ ବାଲାଟ ପେପର ମାଧ୍ୟମରେ ଭୋଟ୍ ଦେବାର ସୁବିଧା ପାଇବେ।