Gujarat Election 2022: ଯୁବପିଢିଙ୍କ ଲାଗି ବଡ଼ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ
Advertisement
Article Detail0/zeeodisha/odisha1284131

Gujarat Election 2022: ଯୁବପିଢିଙ୍କ ଲାଗି ବଡ଼ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ

AAP National Convener Arvind Kejriwal: ସୋମବାର ଗୁଜୁରାଟ ଗସ୍ତରେ ଥିବା ଆମ ଆଦମୀ ପାର୍ଟି ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରାଜ୍ୟବାସୀଙ୍କ ସାମ୍ନାରେ ରୋଜଗାର ଉପରେ ଗ୍ୟାରେଣ୍ଟି' ଦେଇଛନ୍ତି।

Gujarat Election 2022: ଯୁବପିଢିଙ୍କ ଲାଗି ବଡ଼ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ

AAP National Convener in Gujarat: ଚଳିତ ବର୍ଷ ଶେଷ ଆଡକୁ ହେବାକୁ ଯାଉଛି ଗୁଜୁରାଟ ବିଧାନସଭା ନିର୍ବାଚନ। ଏହି ନିର୍ବାଚନକୁ ନେଇ ସତର୍କ ହୋଇଉଠିଲେଣି ବିଭିନ୍ନ ରାଜନୈତିକ ଦଳ। ଏହିକ୍ରମରେ ଗୁଜୁରାଟ ବିଧାନସଭା ନିର୍ବାଚନକୁ ସକ୍ରିୟ ହୋଇଉଠିଛି ଆମ ଆଦମୀ ପାର୍ଟି। ଏନେଇ ଦଳର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅଗଷ୍ଟ ୧ ତାରିଖ ସୋମବାର ଗୁଜୁରାଟ ଗସ୍ତ କରିଛନ୍ତି। ରାଜକୋଟସ୍ଥିତ ବେରାୱଲ ଠାରେ ଆୟୋଜିକ ହେଉଥିବା ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ଅବସରରେ ସେ ଲୋକଙ୍କ ସାମ୍ନାରେ ତାଙ୍କ ଦଳର ଦ୍ୱିତୀୟ ନିର୍ବାଚନୀ ଇସ୍ତାହାର ଘୋଷଣା କରିଥିଲେ।

ସୋମବାର ଗୁଜୁରାଟ (Gujarat) ଗସ୍ତରେ ଥିବା ଆମ ଆଦମୀ ପାର୍ଟି (Aam Aadmi Party) ଆପ ରାଷ୍ଟ୍ରୀୟ ସଂଯୋଜକ (AAP National Convener) ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ (Delhi Chief Minister Arvind Kejriwal) ରାଜ୍ୟବାସୀଙ୍କ ସାମ୍ନାରେ ରୋଜଗାର ଉପରେ ଗ୍ୟାରେଣ୍ଟି' ଦେଇଛନ୍ତି। ସେ ନିଯୁକ୍ତି ବାବଦରେ ୫ ଗ୍ୟାରେଣ୍ଟି ଦେଇ ଘୋଷଣା କରିଛନ୍ତି ଯେ ଯଦି ରାଜ୍ୟର ଆପ୍ ସରକାର ଗଠିତ ହୁଏ ତାହେଲେ ସମସ୍ତ ବେକାରଙ୍କୁ ୫ ବର୍ଷରେ ନିଯୁକ୍ତି ଦିଆଯିବ। ଯେ ପର୍ଯ୍ୟନ୍ତ ରୋଜଗାର ମିଳିନାହିଁ ସେ ପର୍ଯ୍ୟନ୍ତ ପ୍ରତ୍ୟେକ ବେକାର ବ୍ୟକ୍ତିଙ୍କୁ ମାସିକ ୩ ହଜାର ଟଙ୍କା ଭତ୍ତା ଦିଆଯିବ।

ଅରବିନ୍ଦ କେଜ୍ରିୱାଲଙ୍କ ଅନୁଯାୟୀ ଗୁଜୁରାଟରେ ଯୁବପିଢି ରୋଜଗାର ଅଭାବରୁ ଆତ୍ମହତ୍ୟା କରୁଛନ୍ତି। ଯଦି ରାଜ୍ୟରେ ଆପ୍ ସରକାର ଗଠନ ହୁଏ ତାହେଲେ କୌଣସି ଯୁବକଙ୍କୁ ଆତ୍ମହତ୍ୟା କରିବାର ଆବଶ୍ୟକତା ପଡ଼ିବ ନାହିଁ। ନିଜକୁ ଲୋକଙ୍କ ବଡ ଭାଇ ବୋଲି ବର୍ଣ୍ଣନା କରି ସେ ମୁଁ ରାଜ୍ୟର ପ୍ରତ୍ୟେକ ଯୁବକଙ୍କୁ କହିବାକୁ ଆସିଛି ଯେ ଆପଣଙ୍କ ବଡ଼ ଭାଇ ଆସିଛି। ଯୁବପିଢି ଆଉ ଆତ୍ମହତ୍ୟା କରିବାର ଆବଶ୍ୟକତା ନାହିଁ। ମୁଁ ପ୍ରତ୍ୟେକ ଅଭିଭାବକଙ୍କୁ କହିବାକୁ ଆସିଛି ଯେ ଆପଣଙ୍କ ପୁଅ ଆସିଛି। ଆଉ ୫ ମାସ ଅପେକ୍ଷା କରନ୍ତୁ। ଆମେ ଯୁବପିଢିଙ୍କୁ ରୋଜଗାର ଦେବୁ। ମୁଁ ଏହି ଗ୍ୟାରେଣ୍ଟି ଦେବାକୁ ଆସିଛି। ବିଭିନ୍ନ ଦଳ ନିର୍ବାଚନ ପୂର୍ବରୁ ସେମାନଙ୍କ ନିର୍ବାଚନୀ ଇସ୍ତାହାର ଆଣିଥାନ୍ତି। ଯଦି ଆପଣ ନିର୍ବାଚନ ପରେ ଦଳୀୟ ଇସ୍ତହାର ବାବଦରେ ରାଜନୈତିକ ଦଳକୁ ପଚାରନ୍ତି ତାହେଲେ ସେମାନେ ଏହାକୁ ଏକ ନିର୍ବାଚନୀ ଲଲିପପ୍  ବୋଲି କୁହିଥାନ୍ତି। ଆମେ ତାହା କରୁନାହୁଁ। ଆମେ ଯାହା କହିଥାଉ ତାହା କରିଥାଉ। ଆମେ ଗୋଟିଏ ଗୋଟିଏ ଶବ୍ଦ କହିବା ପୂର୍ବରୁ ବିଚାର କରିଥାଉ। ମୁଁ ଗ୍ୟାରେଣ୍ଟି ଦେଉଛି ଯେ ଯଦି ଆମେ ୫ ବର୍ଷରେ ଆମର ପ୍ରତିଶୃତି ପୂରଣ କରିନାହୁଁ ତାହେଲେ ପରବର୍ତ୍ତୀ ସମୟରେ ଆମକୁ ଧକ୍କା ମାରି ବାହାର କରିଦେବ। ମୁଁ ପରବର୍ତ୍ତୀ ସମୟରେ ଆପଣଙ୍କ ପାଖକୁ ଭୋଟ ମାଗିବାକୁ ଆସିବି ନାହିଁ।

ଅରବିନ୍ଦ କେଜ୍ରିୱାଲଙ୍କ ଅନୁସାରେ ମୁଁ ଗୁଜୁରାଟବାସୀକୁ ୫ ଗ୍ୟାରେଣ୍ଟି ଦେଉଛି। ପ୍ରତ୍ୟେକ ବେକାର ବ୍ୟକ୍ତିଙ୍କୁ ୫ ବର୍ଷରେ ନିଯୁକ୍ତି ଦିଆଯିବ। ସେ ଦାବି କରି କହିଛନ୍ତି ଯେ ବିଗତ ୫ ବର୍ଷ ମଧ୍ୟରେ ଆପ୍ ସରକାର ଦିଲ୍ଲୀରେ ୧୨ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେଇଛି। ଗୁଜୁରାଟରେ ରୋଜଗାର ନ ମିଳିବା ପର୍ଯ୍ୟନ୍ତ ପ୍ରତ୍ୟେକ ବେକାର ବ୍ୟକ୍ତିଙ୍କୁ ମାସିକ ୩ ହଜାର ଟଙ୍କା ବେକାରୀ ଭତ୍ତା ପ୍ରଦାନ କରାଯିବ। ଏହା ସହିତ ପେପର ଲିକ୍ ମାମଲାରେ ଏକ ଠୋସ୍ ଆଇନ ଆଣିବାକୁ ସେ ଲୋକଙ୍କୁ ଏକ ଗ୍ୟାରେଣ୍ଟି ଦେଇଥିଲେ। ସମବାୟ କ୍ଷେତ୍ରରେ ଚାକିରି ସମ୍ବନ୍ଧରେ ସ୍ୱଚ୍ଛତା ରଖାଯିବ। ଏହା ସହିତ ଲାଞ୍ଚ ଏବଂ ସୁପାରିଶ ଜରିଆରେ ହେଉଥିବା ଚାକିରି ଧାରାକୁ ସମାପ୍ତ କରାଯିବ।

Also Read: Gujarat Elections 2022: ପୁଣି ମାଗଣା ବିଜୁଳି ବାଣ୍ଟିବେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ