Gujarat Elections 2022: ପୁଣି ମାଗଣା ବିଜୁଳି ବାଣ୍ଟିବେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ
Advertisement
Article Detail0/zeeodisha/odisha1267732

Gujarat Elections 2022: ପୁଣି ମାଗଣା ବିଜୁଳି ବାଣ୍ଟିବେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ

AAP Supremo Arvind Kejriwal: ଗୁରୁବାର ଗୁଜୁରାଟ ଗସ୍ତରେ ଆସି ସୁରଟ ଠାରେ ପହଞ୍ଚିଥିଲେ ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ।

Gujarat Elections 2022: ପୁଣି ମାଗଣା ବିଜୁଳି ବାଣ୍ଟିବେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ

AAP Supremo Arvind Kejriwal: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏକ ବଡ଼ ଘୋଷଣା କରିଛନ୍ତି। ଗୁରୁବାର ଗୁଜୁରାଟ ଗସ୍ତରେ ଆସି ସେ କହିଛନ୍ତି ଯେ ବର୍ତ୍ତମାନ ଗୁଜୁରାଟ ପରିବର୍ତ୍ତନ ଚାହୁଁଛି। ସେମାନେ ରାଜ୍ୟରେ ମାଗଣା ବିଦ୍ୟୁତ ପ୍ରଦାନ କରିବେ। ସେ ଏହା ମଧ୍ୟ କହିଛନ୍ତି ଯେ ଗୁଜୁରାଟରେ ୨୪ ଘଣ୍ଟା ବିଦ୍ୟୁତ୍ ଯୋଗାଣ କରାଯିବା ତାଙ୍କର ପ୍ରୟାସ ହେବ।
 
ଗୁରୁବାର ଗୁଜୁରାଟ ଗସ୍ତରେ ଆସି ସୁରଟ ଠାରେ ପହଞ୍ଚିଥିଲେ ଆମ୍ ଆଦମୀ ପାର୍ଟି (Aam Aadmi Party) ମୁଖ୍ୟ ଅରବିନ୍ଦ କେଜ୍ରିୱାଲ (Arvind Kejriwal)। ଏହି ଅବସରରେ ସେ କହିଛନ୍ତି ଯେ ଗୁଜୁରାଟରେ ସମସ୍ତଙ୍କୁ ଭୟଭୀତ କରାଯାଇଛି। ବିଗତ ୨୭ ବର୍ଷ ଧରି କେବଳ ଗୋଟିଏ ଦଳ ରାଜ୍ୟକୁ ଶାସନ କରୁଛି। ଏଥିପାଇଁ ଅହଂକାର ଆସୁଛି। ବର୍ତ୍ତମାନ ଗୁଜୁରାଟ ପରିବର୍ତ୍ତନ ଚାହୁଁଛି। ଦରଦାମ ବୃଦ୍ଧି ପାଉଛି। ବିଦ୍ୟୁତ୍ ଦର ମଧ୍ୟ ବଢୁଛି। ପଞ୍ଜାବରେ ମାଗଣା ବିଦ୍ୟୁତ ଯୋଗଣା କରାଯାଇଛି। ବର୍ତ୍ତମାନ ଗୁଜୁରାଟରେ ମଧ୍ୟ ବିଦ୍ୟୁତ୍ ମାଗଣା କରାଯିବ।

ଆମକୁ ରାଜନୀତି କରିବା ଆସେ ନାହିଁ। ଆମ ଦଳ ହେଉଛି ସଚ୍ଚୋଟ ଲୋକଙ୍କ ଦଳ। ଯଦି ଆମେ କାମ କରିବୁ ନାହିଁ ତାହେଲେ ଆମକୁ ଭୋଟ ଦେବ ନାହିଁ। ଯଦି ଆମ ଦଳ ସରକାରକୁ ଆସେ ତାହେଲେ ୩୦୦ ୟୁନିଟ ମାଗଣା ବିଜୁଳି (Free Electricity) ପ୍ରଦାନ କରାଯିବ। ଦିଲ୍ଲୀ-ପଞ୍ଜାବ ଭଳି ରାଜ୍ୟରେ ମାଗଣା ବିଜୁଳି ପ୍ରଦାନ କରାଯାଉଛି। ଗୁଜୁରାଟକୁ ମଧ୍ୟ ମାଗଣା ବିଜୁଳି ମିଳିବ। ୨୪ ଘଣ୍ଟା ପର୍ଯ୍ୟନ୍ତ ନିରବିଚ୍ଛିନ୍ନ ବିଜୁଳି ମିଳିବ। ପାୱାର କଟ (Power Cut) ହେବ ନାହିଁ। ଏପରି ଯାଦୁ କରିବାର କଳା ଭଗବାନ ମୋତେ ଦେଇଛନ୍ତି।  ଅନ୍ୟ କେହି ଏହି ଯାଦୁ କରିପାରିବେ ନାହିଁ।

ବିଜେପି ଉଦ୍ଦେଶ୍ୟରେ ଟାର୍ଗେଟ କରି ଆପ୍ ମୁଖ୍ୟ କହିଛନ୍ତି ଅନେକ ଦଳ ନିର୍ବାଚନ ପୂର୍ବରୁ ଆସି କୁହନ୍ତି ଯେ ଏହା ହେଉଛି ଆମର ସଙ୍କଳ୍ପ ପତ୍ର। ନିର୍ବାଚନ ପରେ ଯେତେବେଳେ ଆପଣ ତାଙ୍କୁ ପଚାରନ୍ତି ଯେ ଆପଣ ୧୫ ଲକ୍ଷ ଟଙ୍କା ଦେବାକୁ ପ୍ରତିଶୃତି ଦେଇଛନ୍ତି ସେମାନେ ସେତେବେଳେ ଏହାକୁ ଏକ ଜୁମଲା ବୋଲି କହିଥାନ୍ତି। ଆମେ ନିର୍ବାଚନ ସହ ଜଡ଼ିତ ଜୁମଲା କରୁନାହୁଁ। ଆମେ ଯାହା କହୁଛୁ ତାହା କରୁ। ଲୋକଙ୍କ ମଧ୍ୟରେ ବଣ୍ଟିତ ମାଗଣା ସେବାକୁ ଭଗବାନଙ୍କ ପ୍ରସାଦ କୁହାଯାଏ। ଆପଣଙ୍କ ବନ୍ଧୁ ଏବଂ ମନ୍ତ୍ରୀଙ୍କୁ ମାଗଣା ବଣ୍ଟନ କରିବା ଏକ ପାପ।

Also Read: Gujarat Election 2022: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ଏପରି ରଣନୀତି ପ୍ରସ୍ତୁତ କଲା କଂଗ୍ରେସ