ADR reports 2020-21 : ଆଞ୍ଚଳିକ ଦଳକୁ ମାଲାମାଲ କରୁଛି ଇଲେକ୍ଟୋରାଲ୍ ବଣ୍ଡ, BJDର ଆୟ ଅଧିକ ଖର୍ଚ୍ଚ କମ୍
Advertisement

ADR reports 2020-21 : ଆଞ୍ଚଳିକ ଦଳକୁ ମାଲାମାଲ କରୁଛି ଇଲେକ୍ଟୋରାଲ୍ ବଣ୍ଡ, BJDର ଆୟ ଅଧିକ ଖର୍ଚ୍ଚ କମ୍

୨୦୨୧ ଅକ୍ଟୋବର ଶେଷ ସୁଦ୍ଧା ତଥ୍ୟ ଦେବାକୁ ଆଞ୍ଚଳିକ ରାଜନୈତିକ ଦଳ ଗୁଡିକୁ ଡେଡ୍ ଲାଇନ୍ ଦିଆଯାଇଥିଲା। ବାର୍ଷିକ ଅଡିଟ୍ ରିପୋର୍ଟ ଉପଲବ୍ଧ ନଥିବା ଦଳ ଗୁଡିକ ମଧ୍ୟରେ ଲାଲୁ ପ୍ରସାଦଙ୍କ ରାଷ୍ଟ୍ରିୟ ଜନତା ଦଳ, ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ଏବଂ ଫାରୁଖ ଅବଦ୍ଦୁଲାଙ୍କ ଜାମ୍ମୁ କାଶ୍ମୀର ନ୍ୟାସନାଲ କଫରେନ୍ସ ଦଳ ଅଛନ୍ତି। ତେବେ ୩୧ଟି ଆଞ୍ଚଳିକ ଦଳର ବାର୍ଷିକ ଅଡିଟ୍ ରିପୋର୍ଟରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି। 

ପ୍ରତିକାତ୍ମକ ଫଟୋ

ADR reports 2020-21 : ୨୦୧୯-୨୦ ଓ ୨୦୨୦-୨୧ରେ ନିର୍ବାଚନ ଆୟୋଗରେ ଆଞ୍ଚଳିକ ଦଳଗୁଡିକ ଦ୍ୱାରା ଦାଖଲ ହୋଇଥିବା ବାର୍ଷିକ ଆୟ ଘୋଷଣାର ବିଶ୍ଳେଷଣ କରାଯାଇଛି। ଶୁକ୍ରବାର ସୁଦ୍ଧା ୫୪ଟି ଆଞ୍ଚଳିକ ଦଳ ମଧ୍ୟରୁ ୨୩ର ରିପୋର୍ଟ ଉପଲବ୍ଧ ନଥିଲା। ୨୦୨୧ ଅକ୍ଟୋବର ଶେଷ ସୁଦ୍ଧା ତଥ୍ୟ ଦେବାକୁ ଆଞ୍ଚଳିକ ରାଜନୈତିକ ଦଳ ଗୁଡିକୁ ଡେଡ୍ ଲାଇନ୍ ଦିଆଯାଇଥିଲା। ବାର୍ଷିକ ଅଡିଟ୍ ରିପୋର୍ଟ ଉପଲବ୍ଧ ନଥିବା ଦଳ ଗୁଡିକ ମଧ୍ୟରେ ଲାଲୁ ପ୍ରସାଦଙ୍କ ରାଷ୍ଟ୍ରିୟ ଜନତା ଦଳ, ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ଏବଂ ଫାରୁଖ ଅବଦ୍ଦୁଲାଙ୍କ ଜାମ୍ମୁ କାଶ୍ମୀର ନ୍ୟାସନାଲ କଫରେନ୍ସ ଦଳ ଅଛନ୍ତି। ତେବେ ୩୧ଟି ଆଞ୍ଚଳିକ ଦଳର ବାର୍ଷିକ ଅଡିଟ୍ ରିପୋର୍ଟରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି। 

ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ୍ (ADR)ର ବିଶ୍ଳେଷଣ ଅନୁଯାୟୀ, ତାମିଲନାଡୁର ଶାସକ DMK, ଆନ୍ଧ୍ରପ୍ରଦେଶର ଶାସକ YSR-Congress, ଓଡିଶା ଶାସକ BJD ସମେତ ପାଞ୍ଚଟି ଆଞ୍ଚଳିକ ଦଳ ୨୦୨୦-୨୧ ମସିହାରେ ଆୟର ଚାରି-ପଞ୍ଚମାଂଶ କେବଳ ରାଜନୈତିକ ଦାନ ବା ଇଲେକ୍ଟୋରାଲ ବଣ୍ଡ ମାଧ୍ୟମରେ ଗ୍ରହଣ କରିଛନ୍ତି। ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରାଯାଇଥିଲା ୩୧ଟି ଆଞ୍ଚଳିକ ଦଳ ୨୦୨୦-୨୧ରେ ପ୍ରାୟ ୫୩୦ କୋଟି ଟଙ୍କା ଆୟ କରିଛନ୍ତି। DMK ସର୍ବାଧିକ ଆୟ ପ୍ରାୟ ୧୫୦ କୋଟି ଟଙ୍କା ଥିବା ବେଳେ ୧୦୮ କୋଟି ଟଙ୍କା ସହ YSRC ଦ୍ୱିତୀୟରେ ଥିବାବେଳେ ୭୩ କୋଟି ଟଙ୍କା ସହ  BJD ତୃତୀୟ, ୬୫ କୋଟି ସହ JD(U) ଚତୁର୍ଥ ଓ ୩୬ କୋଟି ସହ TRS ପଞ୍ଚମ ସ୍ଥାନରେ ଅଛନ୍ତି।

Also Read: ବିଶ୍ୱର ୨୦ ଦେଶରେ Monkeypox ଆତଙ୍କ : ଚିନ୍ତାରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ, ICMR ଦେଲା ଏମିତି ନିର୍ଦ୍ଦେଶ

୩୧ ଟି ଆଞ୍ଚଳିକ ଦଳ ମଧ୍ୟରୁ, ADR ୨୯ଟି ଦଳର ତଥ୍ୟ ବିଶ୍ଳେଷଣ କରିଥିଲା ​​ଯାହା ଉଭୟ ୨୦୧୯-୨୦ ଏବଂ ୨୦୨୦-୨୧ ପାଇଁ ସେମାନଙ୍କର ତଥ୍ୟ ଉପଲବ୍ଧ କରାଇଥିଲା। ୨୦୧୯-୨୦ ତୁଳାନାରେ ୨୦୨୦-୨୧ରେ ୧୦ଟି ଦଳର ଆୟର ବୃଦ୍ଧି ହୋଇଥିବାବେଳେ ୧୯ଟି ଦଳର ପାଣ୍ଠି ହ୍ରାସ ହୋଇଛି। ୨୦୧୯-୨୦ ମଧ୍ୟରେ ୨୯ଟି ଦଳର ମୋଟ ଆୟ ପ୍ରାୟ ୮୦୦ କୋଟି ଟଙ୍କା ଥିଲା, କିନ୍ତୁ ପରବର୍ତ୍ତୀ ବର୍ଷରେ ଏହା ପ୍ରାୟ ୨୮୦ କୋଟି ଟଙ୍କାକୁ ହ୍ରାସ ପାଇଛି। ଗତ ଦୁଇ ବର୍ଷ ମଧ୍ୟରେ DMK ପରେ JD(U) ଏବଂ YSRCର ଆୟର ସର୍ବାଧିକ ବୃଦ୍ଧି ହୋଇଛି।

୨୦୨୦-୨୧ ବର୍ଷରେ ୧୭ଟି ଦଳ ସେମାନଙ୍କ ଆୟର ଗୋଟିଏ ଅଂଶ ଖର୍ଚ୍ଚ କରିଥିବାବେଳେ ୪ଟି ଦଳ ସେମାନଙ୍କ ଆୟଠାରୁ ଅଧିକ ବ୍ୟୟ କରିଥିଲେ। ମୋଟ ଆୟରୁ ୩୧ଟି ଦଳ ୪୧୪ କୋଟି ଟଙ୍କା ବ୍ୟୟ କରିଛନ୍ତି। YSRC ଏବଂ BJD ସେମାନଙ୍କ ଆୟର ୯୦%ରୁ ଅଧିକ ଟଙ୍କା ଖର୍ଚ୍ଚ କରିନାହାନ୍ତି। DMK, AIADMK, TDP, JDS, CPI (ML) (L), PMK, SKM, JMM, RLD, AGP, ZNP, NPF, SDF ଏବଂ JKPDP ସେମାନଙ୍କ ଆୟଠାରୁ ଅଧିକ ଖର୍ଚ୍ଚ କରିଥିବା ଘୋଷଣା କରିଛନ୍ତି। ସର୍ବାଧିକ ଖର୍ଚ୍ଚ ହୋଇଥିବା ପାଞ୍ଚଟି ଦଳ ହେଉଛନ୍ତି, DMK (୨୧୮ କୋଟି ଟଙ୍କା), TDP (୫୪ କୋଟି ଟଙ୍କା), AIADMK (୪୨ କୋଟି ଟଙ୍କା), JD(U) (୨୪ କୋଟି ଟଙ୍କା) ଏବଂ TRS (୨୨ କୋଟି ଟଙ୍କା)।

Also Read: ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ଜୁଲାଇ ୧ରେ ପୁଣି ବଢ଼ିବ ଏତେ ଦରମା!

ସ୍ୱେଚ୍ଛାକୃତ ଅବଦାନ ବା ଇଲେକ୍ଟୋରାଲ ବଣ୍ଡ ମାଧ୍ୟମରେ ରାଜନୈତିକ ଦଳଗୁଡିକ ୨୫୦ କୋଟି ଟଙ୍କା ବା ସେମାନଙ୍କ ଆୟର ୪୭.୩୪ ପ୍ରତିଶତ ଆୟ କରିଥିବାବେଳେ ଅନ୍ୟାନ୍ୟ ସୂତ୍ରରୁ ୧୨୬ କୋଟି ବା ୨୩.୮୫ ପ୍ରତିଶତ ଅର୍ଥ ପାଇଛନ୍ତି। ଏକ RTIର ପ୍ରଶ୍ନର ଉତ୍ତରରେ ARD ଦେଇଥିବା ତଥ୍ୟାନୁସାରେ, ୨୦୨୦-୨୧ ମସିହାରେ ପ୍ରାୟ ୧୦୨୦ କୋଟି ଟଙ୍କା ମୂଲ୍ୟର ଇଲେକ୍ଟୋରାଲ ବଣ୍ଡ କିଣାଯାଇଥିଲା। ପାଞ୍ଚଟି ଆଞ୍ଚଳିକ ଦଳ YSRC, DMK, BJD, AAP ଏବଂ JD(U) ଇଲେକ୍ଟୋରାଲ ବଣ୍ଡ ମାଧ୍ୟମରେ ସର୍ବାଧିକ  ୨୫୦ କୋଟି ଟଙ୍କା ଗ୍ରହଣ କରିଛନ୍ତି। ଏଥିରେ BJD ୬୭ କୋଟି ଟଙ୍କା ପାଇଛି। 

ସୂଚନାଯୋଗ୍ୟ, ୨୦୧୯-୨୦ ଆର୍ଥିକ ବର୍ଷରେ ସାତୋଟି ଜାତୀୟ ଏବଂ ୪୪ଟି ଆଞ୍ଚଳିକ ଦଳ ଦ୍ୱାରା ଘୋଷିତ ହୋଇଥିବା ମୋଟ ସମ୍ପତ୍ତି ଯଥାକ୍ରମେ ୬୯୮୮ କୋଟି ଏବଂ ୨୧୨୯ କୋଟି ଟଙ୍କା ଥିଲା। ସେଥିମଧ୍ୟରୁ BJPର ସର୍ବାଧିକ ସମ୍ପତ୍ତି ୪୮୪୭ କୋଟି ଟଙ୍କା ବା ଜାତୀୟ ଦଳଗୁଡିକ ମଧ୍ୟରେ ୬୯.୩୬ ପ୍ରତିଶତ ଥିଲା। ଏହା ପରେ BSP ୬୯୮ କୋଟି ଟଙ୍କା (୯.୯୯ ପ୍ରତିଶତ) ଏବଂ INC ୫୮୮ କୋଟି ଟଙ୍କା (୮.୪୨ ପ୍ରତିଶତ) ସମ୍ପତ୍ତି ଘୋଷଣା କରିଛି। ସେହିପରି ୪୪ଟି ଆଞ୍ଚଳିକ ରାଜନୈତିକ ଦଳ ମଧ୍ୟରେ ଶ୍ରେଷ୍ଠ ୧୦ଟି ଦଳ ୨୦୨୮ କୋଟି ଟଙ୍କା ସମ୍ପତ୍ତି ଘୋଷଣା କରିଥିଲେ। ଯାହା ସମସ୍ତ ଆଞ୍ଚଳିକ ଦଳ ଘୋଷଣା କରିଥିବା ମୋଟ ସମ୍ପତ୍ତିର ୯୫.୨୭ ପ୍ରତିଶତ ଥିଲା।