Hyderabad: ଅମିତ ଶାହଙ୍କୁ ପାଲଟା ଜବାବ ଦେଲେ ଅସାଦୁଦ୍ଦିନ ଓୱେସୀ, କହିଲେ...
Advertisement

Hyderabad: ଅମିତ ଶାହଙ୍କୁ ପାଲଟା ଜବାବ ଦେଲେ ଅସାଦୁଦ୍ଦିନ ଓୱେସୀ, କହିଲେ...

Hyderabad Liberation Day: ହାଇଦ୍ରାବାଦ ବିନା ଭାରତ ଅସମ୍ପୂର୍ଣ୍ଣ ଏବଂ ଭାରତ ବିନା ହାଇଦ୍ରାବାଦ ଅସମ୍ପୂର୍ଣ୍ଣ। ଏହାକୁ ବୁଝିବାକୁ ଚେଷ୍ଟା କରିବା ଆବଶ୍ୟକ। ଆମେ କେବେ ବିରୋଧୀ ଥିଲୁ? ସେପ୍ଟେମ୍ବର ୧୭ ତାରିଖରେ ହାଇଦ୍ରାବାଦ ମୁକ୍ତି ଦିବସ ପାଳନ ନ କରିବାକୁ ଆମ ଦଳ କ'ଣ ମନା କରିଛି? 

Hyderabad: ଅମିତ ଶାହଙ୍କୁ ପାଲଟା ଜବାବ ଦେଲେ ଅସାଦୁଦ୍ଦିନ ଓୱେସୀ, କହିଲେ...

Asaduddin Owaisi targets Amit Shah: ହାଇଦ୍ରାବାଦ ମୁକ୍ତି ଦିବସ ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରଖିଥିବା ବୟାନ ଉପରେ ପାଲଟା ଜବାବ ଦେଇଛନ୍ତି ଏଆଇଏମଆଇଏମ ଅଧ୍ୟକ୍ଷ ତଥା ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ଓୱେସୀ। ଏନେଇ ସେ କହିଛନ୍ତି ଯେ ଆମେ ସେତେବେଳେ ଥିଲୁ ଏବଂ ବର୍ତ୍ତମାନ ମଧ୍ୟ ଅଛୁ। ହାଇଦ୍ରାବାଦ ବିନା ଭାରତ ଅସମ୍ପୂର୍ଣ୍ଣ। ସ୍ୱାଧୀନତା ସଂଗ୍ରାମରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ କିମ୍ବା ବିଜେପି ନଥିଲେ। ସେପ୍ଟେମ୍ବର ୧୭ ତାରିଖ ତେଲେଙ୍ଗାନା ଦିବସ ଅବସରରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ହାଇଦ୍ରାବାଦ ଠାରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଅସାଦୁଦ୍ଦିନ ଓୱେସୀ ଏବଂ ତେଲେଙ୍ଗାନାରେ କେସିଆର ସରକାରଙ୍କୁ ଟାର୍ଗେଟ କରିଥିଲେ। ଭୋଟ୍ ବ୍ୟାଙ୍କ ରାଜନୀତି ଯୋଗୁଁ ତେଲେଙ୍ଗାନାରେ କ୍ଷମତାସୀନ ଟିଆରଏସ ହାଇଦ୍ରାବାଦ ମୁକ୍ତି ଦିବସ ପାଳନ କରିବାକୁ ସାହସ ଜୁଟାଇ ପାରିବ ନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ।

ହାଇଦ୍ରାବାଦ ମୁକ୍ତି ଦିବସ (Hyderabad Liberation Day) ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ (Union Home Minister Amit Shah) ରଖିଥିବା ବୟାନ ଜବାବ ରଖି ଏଆଇଏମଆଇଏମ ଅଧ୍ୟକ୍ଷ ଅସାଦୁଦ୍ଦିନ ଓୱେସ (AIMIM Chief Asaduddin Owaisi) କହିଛନ୍ତି ଯେ ହାଇଦ୍ରାବାଦ (Hyderabad) ବିନା ଭାରତ (India) ଅସମ୍ପୂର୍ଣ୍ଣ ଏବଂ ଭାରତ ବିନା ହାଇଦ୍ରାବାଦ ଅସମ୍ପୂର୍ଣ୍ଣ। ଏହାକୁ ବୁଝିବାକୁ ଚେଷ୍ଟା କରିବା ଆବଶ୍ୟକ। ଆମେ କେବେ ବିରୋଧୀ ଥିଲୁ? ସେପ୍ଟେମ୍ବର ୧୭ ତାରିଖରେ ହାଇଦ୍ରାବାଦ ମୁକ୍ତି ଦିବସ ପାଳନ ନ କରିବାକୁ ଆମ ଦଳ କ'ଣ ମନା କରିଛି? ଆରେ ଆପଣ କେଉଁଠାରେ ଥିଲ? ଆମେ ଯେଉଁଠାରେ ଥିଲୁ, ଆଜି ଅଛୁ ଏବଂ ଭବିଷ୍ୟତରେ ମଧ୍ୟ ରହିବୁ। ଭାରତ ବର୍ଷର ସ୍ୱାଧୀନତା ସଂଗ୍ରାମରେ (Indian Freedom Movement) ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (Rashtriya Swayamsevak Sangh) କିମ୍ବା ବିଜେପି (BJP) ନଥିଲେ। ୧୯୪୭ ମସିହାରେ ଭାରତ ବର୍ଷ ସ୍ୱାଧୀନ ହୋଇଥିଲା। ହେଲେ ବିଜେପି-ଆରଏସଏସ ଦେଶ ସ୍ୱାଧିନ ହେବା ବେଳେ ନଥିଲେ। 

ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ଓୱେସୀ (Hyderabad MP Asaduddin Owaisi) କହିଛନ୍ତି ଯେ ବର୍ତ୍ତମାନ ସେ ଆସି କହୁଛନ୍ତି ଯେ ମୁଁ ବିଶ୍ୱସ୍ତ। ନିକଟରେ ଏକ ରାଲିକୁ ସମ୍ବୋଧିତ କରିବା ଅବସରରେ ଓୱାଇସି ଏଆଇଏମଆଇଏମ ଅଧ୍ୟକ୍ଷ ଏହି ବୟାନ ଦେଇଛନ୍ତି। ଯେଉଁଠି ରାଲିରେ ଯୋଗ ଦେଇଥିବା ଲୋକଙ୍କୁ ଓୱେସୀ ପଚାରିଥିଲେ ଯେ ଆପଣ ମୋତେ କୁହନ୍ତୁ ଆପଣ ଖୁସି ନାହାଁନ୍ତି ହାଇଦ୍ରାବାଦ ଭାରତ ବର୍ଷର ଏକ ଅଂଶବିଶେଷ ହୋଇଗଲା। ଏଭଳି ଲୋକ କିଛି ଶୁଣନ୍ତି ନାହିଁ। ଏହି ଲୋକ ହ୍ୱାଟସ୍ ଆପ୍ ୟୁନଭରସିଟି ଠାରୁ ଯାହା ଆସେ ତାହାକୁ ସେମାନେ ପଢି ଦିଅନ୍ତି। 

Also Read: Hyderabad: ହାଇଦ୍ରାବାଦ ମୁକ୍ତି ଦିବସକୁ ନେଇ ବିଜେପି ବିରୋଧରେ ବର୍ଷିଲେ ଅସାଦୁଦ୍ଦିନ ଓୱେସୀ

ବିଜେପି ଅଭିଯୋଗ କରିଛି ଯେ ଭୋଟ୍ ବ୍ୟାଙ୍କ ରାଜନୀତି (Vote Bank Politics) ପାଇଁ ତେଲେଙ୍ଗାନାରେ (Telangana) ହାଇଦ୍ରାବାଦ ମୁକ୍ତି ଦିବସ ବର୍ତ୍ତମାନ ପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ପାଳନ କରାଯାଉ ନାହିଁ। ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ ଯେ ଏହି ଅଞ୍ଚଳର ଲୋକଙ୍କ ଦାବି ରହିଛି ଯେ ସରକାରଙ୍କ ଅଂଶଗ୍ରହଣରେ ହାଇଦ୍ରାବାଦ ମୁକ୍ତି ଦିବସ ପାଳନ କରାଯାଉ। ହେଲେ ଏହା ଦୁର୍ଭାଗ୍ୟର ବିଷୟ ଏହା ଯେ ଦେଶ ସ୍ୱାଧିନ ହେବାକୁ ୭୫ ବର୍ଷ ବିତିଗଲାଣି ହେଲେ ଏଠାରେ ଶାସନ ଗାଦିରେ ବସିଥିବା ଲୋକ  ଭୋଟ ବ୍ୟାଙ୍କ ରାଜନୀତି ପାଇଁ ହାଇଦ୍ରାବାଦ ମୁକ୍ତି ଦିବସ ପାଳନ କରିବାକୁ ସାହସ ଜୁଟାଇ ପାରି ନାହାଁନ୍ତି।