ହିନ୍ଦୁ ହେଉଛନ୍ତି ଆମ ପୂର୍ବଜ: ଏଆଇୟୁଡିଏଫ ମୁଖ୍ୟ ବଦ୍ରୁଦ୍ଦିନ ଅଜମଲ
Advertisement
Article Detail0/zeeodisha/odisha1250939

ହିନ୍ଦୁ ହେଉଛନ୍ତି ଆମ ପୂର୍ବଜ: ଏଆଇୟୁଡିଏଫ ମୁଖ୍ୟ ବଦ୍ରୁଦ୍ଦିନ ଅଜମଲ

AIUDF Chief Badruddin Ajmal: ମୁଣ୍ଡ କାଟ କରିବାକୁ ଧମକ ଦେଇଥିବା ଲୋକଙ୍କ ବିରୋଧରେ ବର୍ଷି ବଦ୍ରୁଦ୍ଦିନ ଅଜମଲ କହିଛନ୍ତି ଯେ ଯଦି ସେମାନଙ୍କ ପାଖରେ ସାହସ ଥାଏ ତାହେଲେ ପ୍ରଥମେ ସେମାନେ ସେମାନଙ୍କ ମୁଣ୍ଡ କାଟି ଦେଖାନ୍ତୁ।

ହିନ୍ଦୁ ହେଉଛନ୍ତି ଆମ ପୂର୍ବଜ: ଏଆଇୟୁଡିଏଫ ମୁଖ୍ୟ ବଦ୍ରୁଦ୍ଦିନ ଅଜମଲ

AIUDF Chief Badruddin Ajmal: ପୁଣି ଥରେ ନିଜର ବୟାନ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ଆସାମ ଧୁବ୍ରୀ ଲୋକସଭା ଆସନର ସାଂସଦ ତଥା ଅଲ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ ମୁଖ୍ୟ ବଦ୍ରୁଦ୍ଦିନ ଅଜମଲ। ସଦ୍ୟ ସେ ରଖିଥିବା ବୟାୟକୁ ଚର୍ଚ୍ଚା ଜୋର ଧରିଛି। ତାଙ୍କ ପୂର୍ବ ପୁରୁଷ ହିନ୍ଦୁ ଥିବା ଦାବି କରିଛନ୍ତି ସେ। ଏନେଇ ସେ କହିଛନ୍ତି ମୋର ପୂର୍ବ ପୁରୁଷ ହିନ୍ଦୁ ଥିଲେ। ଏକ ଛୋଟ ହିନ୍ଦୁ ଗୋଷ୍ଠୀର କାରଣରୁ ଅତ୍ୟାଚାର କାରଣରୁ ମୋର ପୂର୍ବଜ ଇସଲାମ ଗ୍ରହଣ କରିଥିଲେ। ଧର୍ମ ପରିବର୍ତ୍ତନ କୌଣସି ବାଧ୍ୟ ବାଧକତା ନଥିବା କହିଛନ୍ତି ଧୁବ୍ରୀ ସାଂସଦ ବଦ୍ରୁଦ୍ଦିନ ଅଜମଲ।।

ଆରଏସଏସ ଏବଂ ବିଜେପି ବିରୋଧରେ ବର୍ଷି ଅଲ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ ମୁଖ୍ୟ ବଦ୍ରୁଦ୍ଦିନ ଅଜମଲ କହିଛନ୍ତି ଯେ ହିନ୍ଦୁ ରାଷ୍ଟ୍ର ଏଜେଣ୍ଡା ହେଉଛି ଏକ ରାଜନୈତିକ ନାଟକବାଜି। ଯାହା ସେମାନେ ହିନ୍ଦୁ ଭୋଟ୍ ପାଇବା ପାଇଁ ଏହାକୁ ଏକ ରାଜନୈତିକ ଉପକରଣ ଭାବରେ ବ୍ୟବହାର କରୁଛନ୍ତି। ଏହା ସବୁଦିନ ପାଇଁ ଏକ ସ୍ୱପ୍ନ ହୋଇ ରହିଯିବ।

କିଛି ଦିନ ପୂର୍ବେ ବଦ୍ରୁଦ୍ଦିନ ଅଜମଲ ଆସାମ ମୁସଲମାନଙ୍କୁ ଆଗାମୀ ବକ୍ରି ଇଦ୍ ଅବସରରେ ଗାଇ ବଳି ନଦେବାକୁ ନିବେଦନ କରିଥିଲେ ଏବଂ ଧାର୍ମିକ ଦାୟିତ୍ୱ ପୂରଣ କରିବା ପାଇଁ ଅନ୍ୟ ପଶୁଙ୍କୁ ବଳି ଦେବାକୁ ଅନୁରୋଧ କରିଥିଲେ। ହେଲେ ତାଙ୍କର ଏହି ବୟାନକୁ ନେଇ ରାଜ୍ୟରେ ସୃଷ୍ଟି ହୋଇଥିଲା ବିବାଦ। ତାଙ୍କର ଏହି ବୟାନକୁ ନେଇ ବିବ୍ରତ ହୋଇ ଉଠିଥିଲେ ମୁସଲିମ ନେତା। ଏନେଇ ପ୍ରତିକ୍ରିୟା ରଖି ସେ କହିଥିଲେ ହିନ୍ଦୁଙ୍କ ଭାବନାକୁ ସମ୍ମାନ ଦେବା ପାଇଁ ମୁଁ ନିବେଦନ କରିଛି। ଏପରିକି ଅନେକ ମୁସଲମାନ ଧାର୍ମିକ ଅନୁଷ୍ଠାନ ଗାଇ ବଳି ଦେବାକୁ ସମର୍ଥନ କରନ୍ତି ନାହିଁ। ତାଙ୍କ କହିବା ଅନୁସାରେ ଦେଶର ସର୍ବବୃହତ ଇସଲାମୀୟ ଶିକ୍ଷାନୁଷ୍ଠାନ ଦାରୁଲ ଉଲୁମ ଦେଓବନ୍ଦ ମଧ୍ୟ କିଛି ବର୍ଷ ପୂର୍ବେ ଗାଇ ବଳି ନଦେବାକୁ ଆହ୍ୱାନ ଦେଇଥିଲା।

ବଦ୍ରୁଦ୍ଦିନ ଅଜମଲ କହିଛନ୍ତି ହିନ୍ଦୁ ଧର୍ମରେ ଗାଇକୁ ମାଆ ଭଳି ପୂଜା କରାଯାଏ। ଆମେ ସେମାନଙ୍କ ଧାର୍ମିକ ଭାବନାକୁ ଆଘାତ କରିବା ଉଚିତ୍ ନୁହେଁ। ଏନେଇ ସେ କହିଛନ୍ତି ଯେ ଦେଶର ସର୍ବବୃହତ ଇସଲାମୀୟ ଶିକ୍ଷାନୁଷ୍ଠାନ ଦାରୁଲ ଉଲୁମ ଦେଓବନ୍ଦ ଗତ ୨୦୦୮ ବର୍ଷରେ ଏକ ସାର୍ବଜନୀ ଆହ୍ୱାନ ଦେଇ କହିଥିଲେ ଯେ ବକ୍ରି ଇଦ୍ ଅବସରରେ ଗାଇ ବଳି ଦିଆନଯାଉ। ବକ୍ରି ଇଦ ଅବସରରେ ଗାଇ ବଳି ଦେବାକୁ ନେଇ କୌଣସି ଉଲ୍ଲେଖ ନାହିଁ। ମୁଁ ମୋର ସହକର୍ମୀଙ୍କୁ ଅନୁରୋଧ କରୁଛି ଯେ ବକ୍ରି ଇଦ ଅବସରରେ ଗାଇ ବଦଳରେ ଅନ୍ୟ କୌଣସି ପ୍ରାଣୀର ବଳିଦାନ ଦିଅନ୍ତୁ। ଯାହା ଦ୍ୱାରା ଦେଶର ସଂଖ୍ୟାବହୁଳ ଲୋକଙ୍କ  ଧାର୍ମିକ ଭାବନାକୁ ଯେପରି କୌଣସି ଆଘାତ ନ ପହଞ୍ଚେ। 

ଇସଲାମ ସଂସ୍ଥାପକ ପୈଗମ୍ବର ମହମ୍ମଦଙ୍କ ବାବଦରେ ନିଲମ୍ବିତ ବିଜେପି ମୁଖ୍ୟପାତ୍ର ନୂପୁର ଶର୍ମା ରଖିଥିବା ବୟାନକୁ ବିରୋଧ କରି ଦେଶର ଅନେକ ସ୍ଥାନରେ ବିଭିନ୍ନ ମୁସଲିମ ସଙ୍ଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରା ଯାଇଥିଲା। ଅଧିକାଂଶ ମୁସଲମାନ ନେତା ବିଶ୍ୱାସ କରନ୍ତି ଯେ ନୂପୁର ଶର୍ମା ପୈଗମ୍ବର ମହମ୍ମଦଙ୍କୁ ଅପମାନିତ କରିଛନ୍ତି। ହେଲେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ବଦ୍ରୁଦ୍ଦିନ ଅଜମଲ କହିଥିଲେ ଭାରତ ବର୍ଷରେ ସମସ୍ତେ ହିନ୍ଦୁ ଥିଲେ। ଇସଲାମ ଗୁଣ ଦେଖି ସେ ଜଣେ ମୁସଲମାନ ହୋଇଛନ୍ତି। ଦେଶର କିଛି ମୌଳବାଦୀ ମୁସଲିମ ନୁପୁର ଶର୍ମାଙ୍କ ବିରୋଧରେ ଏକ ଦାୟିତ୍ୱହୀନ ଭୂମିକା ଗ୍ରହଣ କରିଛନ୍ତି। ଏପରିକି ସେ ମୁଣ୍ଡ କାଟ କରିବା ଭଳି ଧମକକୁ ମଧ୍ୟ ବିରୋଧ କରିଥିଲେ।

ଯେଉମାନେ ମୁଣ୍ଡ କାଟ କରିବା କଥା କହୁଛନ୍ତି ସେମାନେ ହେଉଛନ୍ତି ମୂର୍ଖ। ଏହା ଇସଲାମ ବିରୋଧୀ। ପୈଗମ୍ବର ମହମ୍ମଦଙ୍କୁ ପଥର ମାଡ଼ କରାଯାଇଥିଲା। ଯଦି ସେହି ସମୟରେ ଆଲ୍ଲା ପଥର ମାଡ଼ କରିଥିବା ଲୋକକୁ ମାରି ଦେଇଥାନ୍ତେ ତାହେଲେ ତାହେଲେ ସାରା ବିଶ୍ୱର ଇସଲାମର ବିସ୍ତାର ହୋଇଥାନ୍ତା? ବର୍ତ୍ତମାନ ବିଶ୍ୱରେ ୨୦୦ କୋଟି ମୁସଲିମ ଅଛନ୍ତି। ଆମର ପୂର୍ବଜ ସମସ୍ତେ ହିନ୍ଦୁ ଥିଲେ। ହେଲେ ଇସଲାମର ଗୁଣ ହେତୁ ସେମାନେ ଧର୍ମ ବଦଳାଇ ଥିଲେ। ଇସଲାମ ବାବଦରେ ଯିଏ ଯେତେ ବଡ଼ କଥା କହୁଛି ତାକୁ ଉପରବାଲାଙ୍କ ହାତରେ ଛାଡି ଦିଆଯିବା ଆବଶ୍ୟକ। 

ମୁଣ୍ଡ କାଟ କରିବାକୁ ଧମକ ଦେଇଥିବା ଲୋକଙ୍କ ବିରୋଧରେ ବର୍ଷି ବଦ୍ରୁଦ୍ଦିନ ଅଜମଲ କହିଛନ୍ତି ଯେ ଯଦି ସେମାନଙ୍କ ପାଖରେ ସାହସ ଥାଏ ତାହେଲେ ପ୍ରଥମେ ସେମାନେ ସେମାନଙ୍କ ମୁଣ୍ଡ କାଟି ଦେଖାନ୍ତୁ। ମୁଣ୍ଡ କାଟ କରିବା ପାଇଁ ସେମାନଙ୍କ ପାଖେ ଏତେ ସାହାସ ନାହିଁ ଯେ ସେମାନେ ନିଜେ ଛୁରୀ ଉଠାଇ ପାରିବେ। ଏହି ଧମକ ସହିତ ଇସଲାମ ସହିତ କୌଣସି ସମ୍ପର୍କ ନାହିଁ।

Also Read: President Election 2022: ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ମିଳିପାରେ AIUDF ସମର୍ଥନ

Also Read: Assam Rajya Sabha Election: ବିରୋଧି କଳିରୁ ବାଜି ମାରିଲା ବିଜେପି

Also Read: Assam Rajya Sabha Election: ଶେଷ ହେଲା Congress-AIUDF ମେଣ୍ଟ, ଫାଇଦା ଉଠାଇପାରେ BJP