କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଦେଇଥିବା ଚ୍ୟାଲେଞ୍ଜକୁ ସ୍ୱୀକାର କରିଛନ୍ତି ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଲେଶ ଯାଦବ।
Trending Photos
ନୂଆଦିଲ୍ଲୀ: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ବିଭିନ୍ନ ଦଳର ନେତାଙ୍କ ମଧ୍ୟରେ ଜାରି ରହିଛି ବାକ୍ୟଯୁଦ୍ଧ। ଏହିକ୍ରମରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଦେଇଥିବା ଚ୍ୟାଲେଞ୍ଜକୁ ସ୍ୱୀକାର କରିଛନ୍ତି ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଲେଶ ଯାଦବ।
ଉତ୍ତର ପ୍ରଦେଶର ଆଇନ ଶୃଙ୍ଖଳା ପରିସ୍ଥିତି ବାବଦରେ ତାଙ୍କ ସହ ଖୋଲା ବିତର୍କ କରିବାକୁ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଲେଶ ଯାଦବଙ୍କ ଉଦ୍ଦେଶ୍ୟରେ ଚ୍ୟାଲେଞ୍ଜ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ। ଏହାର ଜବାବ ରଖି ଅଖିଲେଶ ଯାଦବ କହିଛନ୍ତି ଆମେ ବର୍ତ୍ତମାନ ପ୍ରତ୍ୟେକ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ ରହିଛୁ। ସତ୍ୟର ପ୍ରସ୍ତୁତି ଆବଶ୍ୟକ ନାହିଁ। ବିତର୍କ ପାଇଁ ସେ ମୋତେ ସ୍ଥାନ ଏବଂ ସମୟ କୁହନ୍ତୁ।
କେନ୍ଦ୍ରମନ୍ତ୍ରୀ ଆହ୍ୱାନ ଉପରେ ଜବାବ ରଖି କିଛି ଦିନ ପୂର୍ବେ ଅଖିଳେଶ ଯାଦବ କହିଥିଲେ ମୋ ସହ କୃଷକଙ୍କ ପ୍ରସଙ୍ଗରେ ବିଜେପି ଯେତେବେଳେ ଚାହିଁବ ସେତେବେଳେ ବିତର୍କ କରିପାରିବ। କେନ୍ଦ୍ରୀୟ କୃଷି ଆଇନ କାହିଁକି ଅଣାଯାଇଛି ଏବଂ କାହିଁକି ଏହି ଆଇନ ଚାଷୀଙ୍କ ସପକ୍ଷରେ ନାହିଁ ତାହା ବିଜେପି ଜଣାଇବା ଦରକାର। ବିଜେପି ବିରୋଧରେ ବର୍ଷି ସେ କହିଛନ୍ତି ଯେ ସେମାନେ ଏଥିପାଇଁ ଲଜ୍ଜିତ ହେବା ଆବଶ୍ୟକ। କାରଣ ୭୦୦ କୃଷକ ସେମାନଙ୍କ ଯୋଗୁଁ ପ୍ରାଣ ହରାଇଛନ୍ତି। କୃଷକଙ୍କ ଆୟ ଦ୍ୱିଗୁଣିତ ହୋଇଛି ବୋଲି ବିଜେପି ଉତ୍ତର ଦେଇପାରିବ।
Also Read: ମୋଦି ଫୋବିଆ ରୋଗରେ ଆକ୍ରାନ୍ତ ହୋଇଛନ୍ତି ରାହୁଲ ଗାନ୍ଧୀ: ଅମିତ ଶାହ
ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବାବଦରେ ତାଙ୍କ ସହ ଖୋଲା ବିତର୍କ କରିବାକୁ ସମାଜବାଦୀ ପାର୍ଟି ସୁପ୍ରିମୋଙ୍କ ଉଦ୍ଦେଶ୍ୟରେ ଚ୍ୟାଲେଞ୍ଜ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ। ଏ ପ୍ରସଙ୍ଗରେ ଅଖିଲେଶ ଯାଦବଙ୍କ ଉଦ୍ଦେଶ୍ୟରେ କଟାକ୍ଷ କରି କେନ୍ଦ୍ରମନ୍ତ୍ରୀ ଶାହ କହିଥିଲେ ସେମାନେ କହୁଛନ୍ତି ରାଜ୍ୟରେ ଆଇନ କାନୁନ ବ୍ୟବସ୍ଥା ଠିକ ନାହିଁ। ବିଜେପି ସରକାର ଅମଳରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି କିପରି ରହିଛି ତାହାର ଜବାବ ଦେବାକୁ ଆମେ ପ୍ରସ୍ତୁତି। ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଶାସନ କାଳରେ ମାଫିଆ ରାଜ୍ୟ ଛାଡି ପଳାୟନ କରିଛନ୍ତି ଜେଲ ଚାରି କାନ୍ଥ ମଧ୍ୟରେ ଅଛନ୍ତି ଅଥବା ସମଜବାଦୀ ପାର୍ଟି ପ୍ରାର୍ଥୀ ତାଲିକାରେ ଅଛନ୍ତି।
Also Read: UP Election 2022: ଆଖୁ ଚାଷୀଙ୍କ ପାଇଁ ବଡ଼ ଘୋଷଣା କଲା BJP
ଯଦି ଅଖିଲେଶ ଯାଦବଙ୍କ ପାଖରେ ସାହସ ଅଛି ତାହେଲେ ସେ ତାଙ୍କ ସମାଜବାଦୀ ସରକାର ଅମଳରେ ଆଇନ ଶୃଙ୍ଖଳା ପରିସ୍ଥିତି କିପରି ଥିଲା ତାହାର ଜବାବ ସାମ୍ବାଦିକ ସମ୍ମିଳନୀ କରି ଦେବା ଆବଶ୍ୟକ।