Andhra Pradesh Election 2024: ଆସନ ବୁଝାମଣା ନେଇ ଟିଡ଼ିପି-ଜେଏସପି -ବିଜେପି ମଧ୍ୟରେ କଥାବାର୍ତ୍ତା ଜାରି
Advertisement
Article Detail0/zeeodisha/odisha2148447

Andhra Pradesh Election 2024: ଆସନ ବୁଝାମଣା ନେଇ ଟିଡ଼ିପି-ଜେଏସପି -ବିଜେପି ମଧ୍ୟରେ କଥାବାର୍ତ୍ତା ଜାରି

BJP TDP JSP Alliance for Election 2024:  ଚଳିତ ବର୍ଷ ଆନ୍ଧ୍ର ପ୍ରଦେଶରେ ଅନୁଷ୍ଠିତ ହେଉଥିବା ଅନୁଷ୍ଠିତ ହେଉଥିବା ଉଭୟ ଲୋକସଭା-ବିଧାନସଭା ନିର୍ବାଚନରେ ମେଣ୍ଟ କରିବା ନେଇ ଟିଡ଼ିପି-ଜେଏସପି -ବିଜେପି ମଧ୍ୟରେ ଜାରି ରହିଛି କଥାବାର୍ତ୍ତା। 

Andhra Pradesh Election 2024: ଆସନ ବୁଝାମଣା ନେଇ ଟିଡ଼ିପି-ଜେଏସପି -ବିଜେପି ମଧ୍ୟରେ କଥାବାର୍ତ୍ତା ଜାରି

BJP TDP JSP Alliance in Election 2024: ପୁଣି ଥରେ ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟକୁ ଫେରିପାରେ ତେଲୁଗୁ ଦେଶମ ପାର୍ଟି (ଟିଡିପି)। ଯଦିଓ ଜନସେନା ପାର୍ଟି (ଜେଏସପି) ଏନଡିଏ ମେଣ୍ଟଗେ ସାମିଲ ରହିଛି। ଚଳିତ ବର୍ଷ ଆନ୍ଧ୍ର ପ୍ରଦେଶରେ ଅନୁଷ୍ଠିତ ହେଉଥିବା ଅନୁଷ୍ଠିତ ହେଉଥିବା ଉଭୟ ଲୋକସଭା-ବିଧାନସଭା ନିର୍ବାଚନ ପାଇଁ ୩ ଦଳ ମଧ୍ୟରେ କଥାବାର୍ତ୍ତା ଜାରି ରହିଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ୨୦୨୪ ନିର୍ବାଚନ ପାଇଁ ବିଜେପି-ଟିଡିପି-ଜେଏସପି ମଧ୍ୟରେ ମେଣ୍ଟ ହୋଇପାରେ।

ଏହି ସାମ୍ଭାବ୍ୟ ମେଣ୍ଟ ଚର୍ଚ୍ଚା ମଧ୍ୟରେ ଟିଡିପି ସୁପ୍ରିମୋ ଏନ.ଚନ୍ଦ୍ରବାବୁ ନାଇଡୁ ଏବଂ ଜେଏସପି ଅଧ୍ୟକ୍ଷ ପୱନ କଲ୍ୟାଣ ନୂଆଦିଲ୍ଲୀ ଠାରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଆଲୋଚନା କରିଛନ୍ତି। ଗତ ୨୦୧୮ ପର୍ଯ୍ୟନ୍ତ ବିଜେପି ନେତୃତ୍ୱାଧିନ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ଗଠବନ୍ଧନ (National Democratic Alliance) ମେଣ୍ଟର ଏକ ପ୍ରମୁଖ ସହଯୋଗୀ ଦଳ ରହିଥିଲା ତେଲୁଗୁ ଦେଶମ ପାର୍ଟି (ଟିଡିପି)। ବର୍ତ୍ତମାନ ଟିଡ଼ିପି ପୁନର୍ବାର ଏନଡିଏ ମେଣ୍ଟକୁ ଫେରିବା ପଇଁ ପୁରୁଣା ସହଯୋଗୀ ବିଜେପି ସହଲ କଥାବାର୍ତ୍ତା ଜାରି ରଖିଛି। ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ହୋଇଥିବା ବୈଠକରେ ଏନଡିଏ ମେଣ୍ଟରେ ଆସନ ବଣ୍ଟନ ସମ୍ବନ୍ଧୀୟ ସମସ୍ୟାର ସମାଧାନ କରିବା ଉପରେ ଗୁରୁତ୍ୱ ଦେଇଥିଲେ ୩ ଦଳ। ଗତ ବର୍ଷ ଅନୁଷ୍ଠିତ ହୋଇଥିବା ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ଜନସେନା ପାର୍ଟି, ବିଜେପି ସହ ମେଣ୍ଟ କରିଥିଲା। 

ସୂତ୍ରରୁ ମିଳିଥିବା ପ୍ରାରମ୍ଭିକ ଆଲୋଚନା ଏନଡିଏ ମେଣ୍ଟରେ ଆସନ ବଣ୍ଟନକୁ ନେଇ ହୋଇଥିଲା।ଏହି ସାମ୍ଭାବ୍ୟ ମେଣ୍ଟରେ ଆନ୍ଧ୍ର ପ୍ରଦେଶର ମୋଟ ୨୫ ଲୋକସଭା ଆସନ ମଧ୍ୟରୁ ବିଜେପି ୬, ଜେଏସପି ୨, ଟିଡିପି ୧୭ ଆସନରେ ନିର୍ବାଚନ ଲଢିପାରେ। ସେହିପରି ରାଜ୍ୟର ମୋଟ ୧୭୫ ବିଧାନସଭା ଆସନ ମଧ୍ୟରୁ ବିଜେପି-ଜେଏସପି ୩୦ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ରାଜି ହୋଇଥିବାର କୁହାଯାଉଛି। ମାତ୍ର ଏନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ଅନ୍ୟପଟେ  ଟିଡିପି ସ୍ପଷ୍ଟ କରିଛି ଯେ ଦଳ ୧୪୫ ବିଧାନସଭା ଆସନରେ ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରିବ।

ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଲୋକସଭା ନିର୍ବାଚନରେ ବିଜେପି ଆନ୍ଧ୍ର ପ୍ରଦେଶର ପ୍ରମୁଖ ଲୋକସଭା ଆସନ କୁହାଯାଉଥିବା ବିଶାଖାପଟ୍ଟନମ୍, ବିଜୟୱାଡ଼ା, ରାଜମୁହେନ୍ଦ୍ରୀ, ତିରୁପତି, ଆରାକୁ, ରାଜମପେଟ୍, ଆଦି ଆସନ ଚାହୁଁଛି। ମିଶନ ୩୭୦ ଲକ୍ଷ୍ୟକୁ ଆଖିରେ ରଖି ବିଜେପି ଏନଡିଏ ମେଣ୍ଟକୁ ସମ୍ପ୍ରସାରଣ କରିବାରେ ଲାଗିଛି। ଏନେଇ ବିଭିନ୍ନ ରାଜ୍ୟର ଆଞ୍ଚଳିକ ଦଳ ସହ କଥାବାର୍ତ୍ତା କରୁଛି। ଏନଡିଏ ମେଣ୍ଟକୁ ପୁରୁଣା ସହଯୋଗୀ ରାଷ୍ଟ୍ରୀୟ  ଲୋକ ଦଳ ଏବଂ ଜନତା ଦଳ ୟୁନାଇଟେଡ ପ୍ରତ୍ୟାବର୍ତ୍ତନ କରି ସାରିଛନ୍ତି। ଆନ୍ଧ୍ରପ୍ରଦେଶ ବ୍ୟତୀତ ବିଜେପି ମଧ୍ୟ ଓଡିଶାରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ମେଣ୍ଟ ନେଇ କଥାବାର୍ତ୍ତା କରିସାରିଛି। 

ଗତ ୨୦୧୯ ବର୍ଷରେ ଆନ୍ଧ୍ର ପ୍ରଦେଶରେ ଅନୁଷ୍ଠିତ ହେଉଥିବା ଅନୁଷ୍ଠିତ ହେଉଥିବା ଉଭୟ ଲୋକସଭା-ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ୱା.ଏସଆର ଜଗନ୍ ମୋହନ ରେଡ୍ଡୀଙ୍କ ନେତୃତ୍ୱାଧିନ ୱାଇଏସଆର କଂଗ୍ରେସ ପାର୍ଟି ବାଜି ମାରି ନେଇଥିଲା। ଦଳ ରାଜ୍ୟର ମୋଟ ୧୬ ଲୋକସଭା ଆସନରୁ ୨୨ ଏବଂ ମୋଟ ୧୭୫ ବିଧାନସଭା ଆସନରୁ ୧୫୧ ସିଟ୍ ପାଇବାରେ ସଫଳ ହୋଇଥିଲା। ଏହି ନିର୍ବାଚନରେ ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେପି ଗୋଟିଏ ହେଲେ ଆସନ ମଧ୍ୟ ପାଇନଥିଲା।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ୱା.ଏସଆର ଜଗନ୍ ମୋହନ ରେଡ୍ଡୀଙ୍କ ଭଉଣୀ ୱାଇଏସ ଶର୍ମିଲା କଂଗ୍ରେସ ନେତୃତ୍ୱ ନେଉଛନ୍ତି। ବିଜେପି ଭଳି କଂଗ୍ରେସ ମଧ୍ୟ ୨୦୧୯ ବର୍ଷରେ ଆନ୍ଧ୍ର ପ୍ରଦେଶରେ ଅନୁଷ୍ଠିତ ହେଉଥିବା ଅନୁଷ୍ଠିତ ହେଉଥିବା ଉଭୟ ଲୋକସଭା-ବିଧାନସଭା ନିର୍ବାଚନରେ ଖାତା ଖୋଲିବାକୁ ସକ୍ଷମ ହୋଇନଥିଲା। ଏଥର ୱାଇଏସ ଶର୍ମିଲାଙ୍କ ନେତୃତ୍ୱରେ କଂଗ୍ରେସ ପୁନର୍ବାର କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ରଣନୀତି ପ୍ରସ୍ତୁତ କରିଛି। ୱାଇଏସ ଶର୍ମିଲା ଏବେ ଆନ୍ଧ୍ର ପ୍ରଦେଶ କଂଗ୍ରେସ କମିଟି ସଭାପତି ଦାୟିତ୍ୱରେ ଅଛନ୍ତି।