PM Modi ଙ୍କୁ Asaduddin Owaisi ଙ୍କ ପ୍ରଶ୍ନ ଯଦି ହିଜାବ ଭୁଲ ତାହେଲେ ପଗଡି଼ କିପରି ଠିକ?
Advertisement
Article Detail0/zeeodisha/odisha1099116

PM Modi ଙ୍କୁ Asaduddin Owaisi ଙ୍କ ପ୍ରଶ୍ନ ଯଦି ହିଜାବ ଭୁଲ ତାହେଲେ ପଗଡି଼ କିପରି ଠିକ?

ହିଜାବ ବିବାଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ପୂର୍ବରୁ ଅସାଦୁଦ୍ଦିନ ଓୱେସି କହିଥିଲେ ଦିନେ ହିଜାବି ପ୍ରଧାନମନ୍ତ୍ରୀ ହେବେ। 

PM Modi ଙ୍କୁ Asaduddin Owaisi ଙ୍କ ପ୍ରଶ୍ନ ଯଦି ହିଜାବ ଭୁଲ ତାହେଲେ ପଗଡି଼ କିପରି ଠିକ?

ନୂଆଦିଲ୍ଲୀ: ହିଜାବ ବିବାଦ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦ୍ଦେଶ୍ୟରେ ଟାର୍ଗେଟ କରିଛନ୍ତି ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସି। ଏନେଇ ପ୍ରଶ୍ନ ପଚାରି ସେ କହିଛନ୍ତି ଯେ ଯଦି ହିଜାବ ଭୁଲ ତାହେଲେ ଯେତେବେଳେ ଆୟର୍ଲାଣ୍ଡ ପୋଲିସ ବାହିନୀକୁ ୟୁନିଫର୍ମ ସହିତ ହିଜାବ ଏବଂ ପଗଡି ପିନ୍ଧିବାକୁ ଅନୁମତି ମିଳିଥିଲା ସେତେବେଳେ ପ୍ରଧାନମନ୍ତ୍ରୀ କାହିଁକି ଏହି ନିଷ୍ପତ୍ତିକୁ ପ୍ରଶଂସା କରିଥିଲେ।

ହିଜାବ ବିବାଦ ପ୍ରସଙ୍ଗରେ ଟ୍ୱିଟ କରି ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସି କହିଛନ୍ତି ଗତ ୨୦୧୯ ବର୍ଷରେ ଆୟର୍ଲାଣ୍ଡ ପୋଲିସ ବାହିନୀକୁ ୟୁନିଫର୍ମ ସହିତ ହିଜାବ ଏବଂ ପଗଡି ପିନ୍ଧିବାକୁ ଅନୁମତି ମିଳିଥିଲା। ସେତେବେଳେ ମୋଦି ସରକାର ଏହାକୁ ପ୍ରବାସୀ ଭାରତୀୟଙ୍କ ସ୍ୱାର୍ଥରେ ବୋଲି କହି ଏହି ନିଷ୍ପତ୍ତିକୁ ସ୍ୱାଗତ କରିଥିଲେ। ଯଦି ଏହା ଆୟର୍ଲାଣ୍ଡ ପାଇଁ ଐତିହାସିକ ଥିଲା ତାହେଲେ କର୍ଣ୍ଣାଟକର ଛାତ୍ରୀଙ୍କ ସହ ତାଙ୍କର ଅସୁବିଧା? ସେମାନଙ୍କର ସମ୍ମାନ କାହିଁକି ଉଡ଼ାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ସେ।  

ହିଜାବ ବିବାଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ପୂର୍ବରୁ ଅସାଦୁଦ୍ଦିନ ଓୱେସି କହିଥିଲେ ଦିନେ ହିଜାବି ପ୍ରଧାନମନ୍ତ୍ରୀ ହେବେ। କେବଳ ହିଜାବ୍ ନୁହେଁ ନିକାବ୍ ପିନ୍ଧି ମଧ୍ୟ କଲେଜ ଯାଇହେବ। ହିଜାବ୍ ପିନ୍ଧୁଥିବା ଝିଅ ଦିନେ ଏହି ଦେଶର ପ୍ରଧାନମନ୍ତ୍ରୀ ହେବ। ଭାରତୀୟ ସମ୍ବିଧାନ ଆପଣଙ୍କୁ ଚାଦର, ନିକାବ କିମ୍ବା ହିଜାବ ପିନ୍ଧିବାର ଅଧିକାର ଦେଇଥାଏ। ଏହା ହେଉଛି ଆମର ପରିଚୟ। ଯେ କୌଣସି ମୁସଲିମ୍  ମହିଳା ବିନା ଭୟରେ ହିଜାବ ପିନ୍ଧି ପାରିବେ। 

Also Read: ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ହେଉଛନ୍ତି ରାଜ୍ୟର ଦୁଇ ମୁଖ୍ୟମନ୍ତ୍ରୀ: Asaduddin Owaisi

ବୁର୍ଖା, ହିଜାବ ଏବଂ ଚାଦର ପିନ୍ଧିବା ଇସଲାମର ଏକ ଜରୁରୀ ବୈଶିଷ୍ଟ୍ୟ ବୋଲି କେରଳ ହାଇକୋର୍ଟ କହିଛନ୍ତି। ଯଦି ପ୍ରଧାନମନ୍ତ୍ରୀ ମୋଦି ଏବଂ ବିଜେପି ନେତା ଦାଢି ବଢାଇ ଟୋପି ପିନ୍ଧି ସଂସଦ ଆସିପାରିବେ ତାହେଲେ ଜଣେ ଝିଅ ହିଜାବ ପିନ୍ଧି କାହିଁକି ଶିକ୍ଷାନୁଷ୍ଠାନରେ ପ୍ରବେଶ କରିପାରିବ ନାହିଁ।