ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ହେଉଛନ୍ତି ରାଜ୍ୟର ଦୁଇ ମୁଖ୍ୟମନ୍ତ୍ରୀ: Asaduddin Owaisi
Advertisement
Article Detail0/zeeodisha/odisha1098405

ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ହେଉଛନ୍ତି ରାଜ୍ୟର ଦୁଇ ମୁଖ୍ୟମନ୍ତ୍ରୀ: Asaduddin Owaisi

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ପ୍ରଚାର କରିବା ଅବସରରେ ଏଆଇଏମ୍ଆଇଏମ୍  ସଭାପତି କହିଛନ୍ତି ଦଳ ଭାଗିଦାରୀ ପରିବର୍ତ୍ତନ ମୋର୍ଚ୍ଚା ନାମକ ମେଣ୍ଟରେ ସାମିଲ ହୋଇଛନ୍ତି। 

ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ହେଉଛନ୍ତି ରାଜ୍ୟର ଦୁଇ ମୁଖ୍ୟମନ୍ତ୍ରୀ: Asaduddin Owaisi
ଲକ୍ଷ୍ନୌ: ବିଧାନସଭା ନିର୍ବାଚନ ଲାଗି ଦଳୀୟ ପ୍ରଚାର କରିବା ଅବସରରେ ଏଆଇଏମ୍ଆଇଏମ୍ ସଭାପତି ଅସାଦୁଦ୍ଦିନ ଓୱେସି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରିଛନ୍ତି। ରବିବାର ଆୟୋଜିତ ହୋଇଥିବା ଏକ ନିର୍ବାଚନ ସଭାକୁ ସମ୍ବୋଧିତ କରି ଏଆଇଏମ୍ଆଇଏମ୍ ମୁଖ୍ୟ କହିଛନ୍ତି ଉଭୟେ ହେଉଛନ୍ତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ।
 
ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ପ୍ରଚାର କରିବା ଅବସରରେ ଏଆଇଏମ୍ଆଇଏମ୍ ସଭାପତି (AIMIM Chief) ଅସାଦୁଦ୍ଦିନ ଓୱେସି (Asaduddin Owaisi) ରାଜ୍ୟବାସୀଙ୍କ ସାମ୍ନାରେ ତୃତୀୟ ବିକଳ୍ପ ଭାବେ ଭାଗିଦାରୀ ପରିବର୍ତ୍ତନ ମୋର୍ଚ୍ଚା (Bhagidari Parivartan Morcha) ନାମକ ଏକ ମେଣ୍ଟକୁ ରଖିଛନ୍ତି। ଏଆଇଏମ୍ଆଇଏମ୍ ଏହି ମେଣ୍ଟରେ ସାମିଲ ହୋଇଥିବା ନେଇ ଜଣାଇଛନ୍ତି ସେ।
 
 
ଗତ ଜାନୁଆରୀ ୨୨ ତାରିଖରେ ପୂର୍ବତନ ମନ୍ତ୍ରୀ ବାବୁ ସିଂହ କୁଶୱାହାଙ୍କ ନେତୃତ୍ୱାଧିନ ଜନ ଅଧିକାର ପାର୍ଟି (Jan Adhikar Party) ଏବଂ ବାମନ ମେଶ୍ରାମଙ୍କ (Waman Meshram) ନେତୃତ୍ୱାଧିନ ପଛୁଆବର୍ଗ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ କର୍ମଚାରୀ ସଂଘ (Backward And Minority Community Employee Federation) ବାମସେଫ୍ (BAMCEF) ଦ୍ୱାରା ପରିଚାଳିତ ଭାରତ ମୁକ୍ତି ମୋର୍ଚ୍ଚା (Bharat Mukti Morcha) ନାମକ ଦଳ ସହ ମେଣ୍ଟ ଗଠନ କରିବାକୁ ଘୋଷଣା କରିଥିଲେ  ଏଆଇଏମ୍ଆଇଏମ୍ ସଭାପତି ଅସାଦୁଦ୍ଦିନ ଓୱେସି। ପୂର୍ବତନ ମନ୍ତ୍ରୀ କୁଶୱାହାଙ୍କୁ ଏହି ମେଣ୍ଟର ସଂଯୋଦକ ଭାବେ ନିଯୁକ୍ତ କରାଯାଇଛି।
 
ନିକଟରେ ଅମରୋହା ଠାରେ ନିର୍ବାଚନ ପ୍ରଚାର କରିବା ଅବସରରେ ଅସାଦୁଦ୍ଦିନ ଓୱେସି କହିଥିଲେ ଯଦି ଉତ୍ତର ପ୍ରଦେଶରେ ଭାଗିଦାରୀ ପରିବର୍ତ୍ତନ ମୋର୍ଚ୍ଚା ସରକାର ଗଠନ ହୁଏ, ତାହେଲେ ବାବୁ ସିଂହ କୁଶୱାହା ପ୍ରଥମେ ମେଣ୍ଟ ପକ୍ଷରୁ ମୁଖ୍ୟମନ୍ତ୍ରୀ ହେବେ। ଏହି ମେଣ୍ଟ ସରକାରରେ ୩ ଜଣ ଉପମୁଖ୍ୟମନ୍ତ୍ରୀ ରହିବେ। ସେମାନଙ୍କ ମଧ୍ୟରୁ ଜଣେ ସଂଖ୍ୟାଲଘୁ ମୁସଲମାନ ସମ୍ପ୍ରଦାୟରୁ ଜଣେ  ଏବଂ ଅନ୍ୟ ୨ ଜଣ ପଛୁଆବର୍ଗରୁ ହେବେ।
 
 
ରାଜ୍ୟର ଫୁର୍ରୁଖାବାଦ ଜିଲ୍ଲାରେ ଆୟୋଜିତ ହୋଇଥିବା ଆୟୋଜିତ ହୋଇଥିବା ଜନସଭାକୁ ସମ୍ବୋଧିତ କରିବା ଅବସରରେ ଏଆଇଏମ୍ଆଇଏମ୍ ସଭାପତି ମେଣ୍ଟର ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିଥିଲେ। ଏହି ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ ହେଉଛି ସାମାଜିକ ନ୍ୟାୟ। ଆମକୁ ଏଥି ପାଇଁ ସଂଗ୍ରାମ କରିବାକୁ ହେବ।
 
ସେହିପରି ହିଜାବ ବିବାଦ (Hijab Row) ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଅସାଦୁଦ୍ଦିନ ଓୱେସି କହିଥିଲେ ଦିନେ ହିଜାବି ପ୍ରଧାନମନ୍ତ୍ରୀ ହେବେ। କେବଳ ହିଜାବ୍ ନୁହେଁ ନିକାବ୍ ପିନ୍ଧି ମଧ୍ୟ କଲେଜ ଯାଇହେବ। ହିଜାବ୍ ପିନ୍ଧୁଥିବା ଝିଅ ଦିନେ ଏହି ଦେଶର ପ୍ରଧାନମନ୍ତ୍ରୀ ହେବ। ଭାରତୀୟ ସମ୍ବିଧାନ ଆପଣଙ୍କୁ ଚାଦର, ନିକାବ କିମ୍ବା ହିଜାବ ପିନ୍ଧିବାର ଅଧିକାର ଦେଇଥାଏ। ଏହା ହେଉଛି ଆମର ପରିଚୟ। ଯେ କୌଣସି ମୁସଲିମ୍  ମହିଳା ବିନା ଭୟରେ ହିଜାବ ପିନ୍ଧି ପାରିବେ। 
 
 
 
 
ନିକଟରେ ମୋରଦାବାଦ ଠାରେ ନିର୍ବାଚନ ପ୍ରଚାର ସମୟରେ ଅସାଦୁଦ୍ଦିନ ଓୱେସି କହିଛନ୍ତି ବୁର୍ଖା, ହିଜାବ ଏବଂ ଚାଦର ପିନ୍ଧିବା  ଇସଲାମର ଏକ ଜରୁରୀ ବୈଶିଷ୍ଟ୍ୟ ବୋଲି କେରଳ ହାଇକୋର୍ଟ କହିଛନ୍ତି। ଯଦି ପ୍ରଧାନମନ୍ତ୍ରୀ ମୋଦି ଏବଂ ବିଜେପି ନେତା ଦାଢି ବଢାଇ ଟୋପି ପିନ୍ଧି ସଂସଦ ଆସିପାରିବେ ତାହେଲେ ଜଣେ ଝିଅ ହିଜାବ ପିନ୍ଧି କାହିଁକି ଶିକ୍ଷାନୁଷ୍ଠାନରେ ପ୍ରବେଶ କରିପାରିବ ନାହିଁ।