Nupur Sharma Controversy: ପୁଣି ବିଜେପି ଉଦ୍ଦେଶ୍ୟରେ ବର୍ଷିଲେ ଅସାଦୁଦ୍ଦିନ ଓୱେସୀ
Advertisement

Nupur Sharma Controversy: ପୁଣି ବିଜେପି ଉଦ୍ଦେଶ୍ୟରେ ବର୍ଷିଲେ ଅସାଦୁଦ୍ଦିନ ଓୱେସୀ

Nupur Sharma Controversy: ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀ କରି ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ କହିଛନ୍ତି ବିଜେପି ଏହାର ନିଲମ୍ବିତ ଦଳୀୟ ପ୍ରବକ୍ତା ନୁପୂର ଶର୍ମାଙ୍କୁ ବଞ୍ଚାଉଛି। ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ଏହି ଘଟଣାରେ ହସ୍ତକ୍ଷେପ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ।

Nupur Sharma Controversy: ପୁଣି ବିଜେପି ଉଦ୍ଦେଶ୍ୟରେ ବର୍ଷିଲେ ଅସାଦୁଦ୍ଦିନ ଓୱେସୀ

Nupur Sharma Controversy: ଇସଲାମ ସଂସ୍ଥାପକ ପୈଗମ୍ବର ମହମ୍ମଦଙ୍କ ବାବଦରେ ନିଲମ୍ବିତ ବିଜେପି ମୁଖପାତ୍ର ନୁପୂର ଶର୍ମା ରଖିଥିବା ବୟାନକୁ ନେଇ ପୁଣି ଥରେ ବିଜେପି ବିରୋଧରେ ବର୍ଷିଛନ୍ତି ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ। ପୈଗମ୍ବର ମହମ୍ମଦଙ୍କ ବାବଦରେ ରଖିଥିବା ବୟାନ ପାଇଁ ନୁପୂର ଶର୍ମାଙ୍କୁ ଗିରଫ କରିବାକୁ ପୂର୍ବରୁ କରିଥିବା ଦାବିକୁ ଦୋହାରଇଛନ୍ତି ସେ। 

ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀ କରି ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ କହିଛନ୍ତି ବିଜେପି ଏହାର ନିଲମ୍ବିତ ଦଳୀୟ ପ୍ରବକ୍ତା ନୁପୂର ଶର୍ମାଙ୍କୁ ବଞ୍ଚାଉଛି। ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ଏହି ଘଟଣାରେ ହସ୍ତକ୍ଷେପ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ। ନରେନ୍ଦ୍ର ମୋଦି ହେଉଛନ୍ତି ସମଗ୍ର ଦେଶର ପ୍ରଧାନମନ୍ତ୍ରୀ। ଏଭଳି ପରିସ୍ଥିତିରେ ସେ ମୁସଲମାନଙ୍କ ଭାବନାକୁ ବୁଝି ଏକ ଉଦାହରଣ ସୃଷ୍ଟି କରିବା ଆବଶ୍ୟକ। ଦଳରୁ ନୂପୁର ଶର୍ମାଙ୍କ ନିଲମ୍ବନ ଏକ ଦଣ୍ଡ ନୁହେଁ। ସମସ୍ତେ ଏହା ବୁଝିବା ଦରକାର। ଅନ୍ୟପକ୍ଷେ ଦକ୍ଷିଣ ଭାରତରେ ଖୁବ ଶୀଘ୍ର ବିଜେପି ଏକ ବୈଠକ କରିବାକୁ ଯାଉଛି ଯେଉଁଥିରେ ଅତିଥି ତାଲିକାରେ ନୂପୁର ଶର୍ମାଙ୍କ ନାଁ ରହିଛି। ଏଭଳି ପରିସ୍ଥିତିରେ ପୋଲିସ ପ୍ରଶାସନକୁ ଏହାର କାମ କରିବାକୁ ଅନୁମତି ଦିଆଯାଉ ନାହିଁ ବୋଲି ସ୍ପଷ୍ଟ ହୋଇଛି। ସେଥିପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମାମଲାରେ ନ୍ୟାୟ ହୋଇ ପାରିନହିଁ।

ବିବାଦୀୟ ବୟାନ ଦେବା ମାମାଲାରେ ନିଲମ୍ବିତ ବିଜେପି ମୁଖପାତ୍ର ନୁପୂର ଶର୍ମାଙ୍କ ଲାଗି ଅସୁବିଧା ବଢିଯାଇଛି। ଏହି ମାମଲାରେ ଜେରା ପାଇଁ ଦିଲ୍ଲୀ ପୋଲିସ ଯଥା ଶୀଘ୍ର ତାଙ୍କୁ ଆଉ ଏକ ନୋଟିସ୍ ପଠାଇବାକୁ ଯାଉଛି। ତାଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜୀକୃତ ହେବା ପରେ ଦିଲ୍ଲୀ ପୋଲିସ ୪୧ଏ ଅଧିନରେ ତଦନ୍ତରେ ଯୋଗଦେବା ପାଇଁ ନୁପୁର ଶର୍ମାଙ୍କୁ ଏକ ନୋଟିସ୍ ପଠାଇଥିଲା। ଏହା ପରେ ପୋଲିସ ଜୁନ ୧୮ ତାରିଖରେ ନୁପୁର ଶର୍ମାଙ୍କ ବୟାନ ମଧ୍ୟ ରେକର୍ଡ କରିଥିଲା।

ବିବାଦୀୟ ବୟାନ ଦେବା ମାମଲାରେ ଶୁକ୍ରବାର  ସୁପ୍ରିମକୋର୍ଟ ନୂପୁର ଶର୍ମାଙ୍କୁ ନିନ୍ଦା କରିଛନ୍ତି। ସେପାଇଁ ସେ ଦେଶକୁ କ୍ଷମା ମାଗିବା ଉଚିତ ବୋଲି କୋର୍ଟ କହିଛନ୍ତି। ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜେ.ବି ପାରଦୀୱାଲାଙ୍କ ଖଣ୍ଡପୀଠ ଏହି ଦୃଢ଼ ମନ୍ତବ୍ୟ ଦେଇ ନୂପୁର ଶର୍ମାଙ୍କ ବିରୋଧରେ ବିରୋଧରେ ପଞ୍ଜୀକୃତ ମାମଲାକୁ ଦିଲ୍ଲୀକୁ ସ୍ଥାନାନ୍ତର କରିବାକୁ କହିଛନ୍ତି। 

ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠ କହିଛନ୍ତି ଯେ ଏକ ଟିଭି ବିତର୍କ କାର୍ଯ୍ୟକ୍ରମରେ ଇସଲାମ ସଂସ୍ଥାପକ ପୈଗମ୍ବର ମହମ୍ମଦଙ୍କ ବାବଦରେ ବିବାଦୀୟ ବୟାନ ଦେବା କାରଣରୁ ଦେଶର ବିଭିନ୍ନ ହୋଇଥିବା ହିଂସାକାଣ୍ଡ ପାଇଁ ନୁପୁର ଶର୍ମା ଦେଶକୁ କ୍ଷମା ମାଗିବା ଆବଶ୍ୟକ। ଏହି ବିତର୍କ ସମୟରେ କିପରି ଉତ୍ତେଜନା ସୃଷ୍ଟି କରାଯାଇଥିଲା ତାହା ଆମେ ଦେଖିଛୁ। କେବଳ ସେଥିପାଇଁ ଦାୟୀ। ଏ ମାମଲାରେ ସୁପ୍ରିମକୋର୍ଟ କ୍ଷୋଭ ପ୍ରକାଶ କରିବା ସହ କହିଛନ୍ତି ଯେ ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ଯାହା ସବୁ ଘଟି ଯାଉଛି ସେଥିପାଇଁ କେବଳ ନୁପୂର ଶର୍ମା ଦାୟୀ। ଏଥିପାଇଁ ସେ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ। ହେଲେ ତାଙ୍କ ଆଇନଜୀବୀ ମନିନ୍ଦର ସିଂହ କହିଥିଲେ ଯେ ପୂର୍ବରୁ ସେ ଏହି ଘଟଣାରେ ଲିଖିତ ଭାବେ କ୍ଷମା ମାଗିଛନ୍ତି। ହେଲେ ସେ ଟିଭି ଜରିଆରେ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି କୋର୍ଟ କହିବା ସହ ବର୍ତ୍ତମାନ ତାହା ବିଳମ୍ବ ହୋଇଗଲାଣି। ପୂର୍ବରୁ ନୂପୁର ଶର୍ମା ସର୍ତ୍ତମୂଳକ ଭାବେ କ୍ଷମା ମାଗିଥିବା କୋର୍ଟ କହିଛନ୍ତି।

Also Read: ନୂପୂର ଶର୍ମାଙ୍କୁ ଗିରଫଦାରୀ ଦୋହରାଇ ବିଜେପି ବିରୋଧରେ ଗର୍ଜିଲେ ଅସାଦୁଦ୍ଦିନ ଓୱେସି

Also Read: ଦଳୀୟ ପ୍ରବକ୍ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ନେଇ ବିଜେପି ବିରୋଧରେ ଗର୍ଜିଲେ ଅସାଦୁଦ୍ଦିନ ଓୱେସୀ