Assam: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିଦ୍ୟୁତ-ପାଣି ସଂଯୋଗ କାଟି ଦେଲେ ଆସାମ ସରକାର, ଜାଣନ୍ତୁ କାରଣ...
Advertisement
Article Detail0/zeeodisha/odisha1423679

Assam: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିଦ୍ୟୁତ-ପାଣି ସଂଯୋଗ କାଟି ଦେଲେ ଆସାମ ସରକାର, ଜାଣନ୍ତୁ କାରଣ...

Assam Govt: ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରୁ ବିଦ୍ୟୁତ-ପାଣି ସଂଯୋଗ କାଟି ଦେବା ଘଟଣାରେ ପ୍ରତିକ୍ରିୟା ରଖିଛି ଆସାମ ସାଧାରଣ ପ୍ରଶାସନ ବିଭାଗ। 

Assam: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିଦ୍ୟୁତ-ପାଣି ସଂଯୋଗ କାଟି ଦେଲେ ଆସାମ ସରକାର, ଜାଣନ୍ତୁ କାରଣ...

Prafulla Kumar Mahanta: ପୂର୍ବତନ ଆସାମ ମୁଖ୍ୟମନ୍ତ୍ରୀ ପ୍ରଫୁଲ୍ଲ କୁମାର ମହନ୍ତଙ୍କ ବିଦ୍ୟୁତ-ପାଣି ସଂଯୋଗ କାଟି ଦେଇଛନ୍ତି ଆସାମ ସରକାର। ବୁଧବାର ଏହି ସୂଚନା ପ୍ରଦାନ କରିଛନ୍ତି ରାଜ୍ୟ ସରକାରଙ୍କ ଅଧିକାରୀ। ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଯେଉଁ ଘରୁ ବିଦ୍ୟୁତ-ପାଣି ସଂଯୋଗ ବିଚ୍ଛିନ୍ନ କରାଯଇଛି ତାହା ତାଙ୍କର ବିଧାନସଭା କ୍ୱାର୍ଟର ବୋଲି ଜଣାପଡ଼ିଛି। ଏନେଇ କୁହାଯାଇଛି ଯେ ବାରମ୍ବାର ନୋଟିସ ମିଲିବା ସତ୍ତ୍ୱେ ସରକାର ବାସଭବନ ଖାଲି କରିନଥିଲେ ପ୍ରଫୁଲ୍ଲ କୁମାର ମହନ୍ତ। 
 
ପୂର୍ବତନ ଆସାମ ମୁଖ୍ୟମନ୍ତ୍ରୀଙ୍କ (Former Assam Chief Minister) ଘରୁ ବିଦ୍ୟୁତ-ପାଣି ସଂଯୋଗ କାଟି ଦେବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ସରକାରଙ୍କ ଅଧିକାରୀ। ଏନେଇ ଜଣେ ଅଧିକାରୀ କହିଛନ୍ତି ଯେ ପ୍ରଫୁଲ୍ଲ କୁମାର ମହନ୍ତ (Prafulla Kumar Mahanta) ବର୍ତ୍ତମାନ ବିଧାୟକ ନାହାଁନ୍ତି। ସରକାରୀ ବାସଭବନରେ ରହିବାର ତାଙ୍କର କୌଣସି ଅଧିକାର ନାହିଁ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆସାମ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ (General Administration Department Assam) ରାଜ୍ୟର ବିଧାୟକଙ୍କୁ ସରକାରୀ ବାସଭବନ ଯୋଗାଇବା ଦାୟିତ୍ୱରେ ରହିଛି। ଅନ୍ୟ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଆସାମ ସଚିବାଳୟ (Assam Secretariat ) ବିଧାୟକଙ୍କ ନୂଆ ନୂଆ ସରକାରୀ ବାସଭବନ ନିର୍ମାଣ କରୁଛି। ପୁରୁଣା କ୍ୱାର୍ଟର୍ସ ଖାଲି କରିବାକୁ ସମସ୍ତ ବିଧାୟକଙ୍କ ନିକଟକୁ ନୋଟିସ ପଠାଯାଇଛି।

ଆସାମ ସାଧାରଣ ପ୍ରଶାସନ ବିଭାଗ ଅଧିକାରୀ କହିଛନ୍ତି ଯେ, ଗତ ଅଗଷ୍ଟ ୧୫ ତାରିଖ ସୁଦ୍ଧା, ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରଫୁଲ୍ଲ କୁମାର ମହନ୍ତଙ୍କ ବ୍ୟତୀତ ଅନ୍ୟ ସମସ୍ତ ବିଧାୟକ ସେମାନଙ୍କ ଘର ଖାଲି କରିଛନ୍ତି। ବର୍ତ୍ତମାନ ସେ ବିଧାୟକ ନାହାଁନ୍ତି। ବିଗତ ଅଢେଇ ମାସ ମଧ୍ୟରେ ସେ ସରକାରୀ ବାସଭବନରେ ତାଙ୍କର ରହଣୀକୁ ଆହୁରି ୭ ଦିନ ବୃଦ୍ଧି ପାଇଁ ଅନୁରୋଧ କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ଅନୁଯାୟୀ ତାଙ୍କୁ ସେଠାରେ ରହିବାକୁ ଅନୁମତି ଦିଆଯାଇଥିଲା। କ୍ରମାଗତ ଭାବେ ତାଙ୍କୁ ନୋଟିସ ଜାରି କରାଯିବା ପରେ ସେ କ୍ୱାର୍ଟର୍ସ ଖାଲି କରୁନଥିଲେ। ଏହି କାରଣରୁ ତାଙ୍କର ସରକାରୀ ବାସଭବନରୁ ବିଦ୍ୟୁତ-ପାଣି ସଂଯୋଗ କାଟିବାକୁ ପଡିଲା ବୋଲି କହିଛନ୍ତି ସାଧାରଣ ପ୍ରଶାସନ ବିଭାଗ ଅଧିକାରୀ।

ଗତ ୧୯୮୫ ମସିହାରେ ପ୍ରଥମ ଥର ପାଇଁ ଆସାମ ମୁଖ୍ୟମନ୍ତ୍ରୀ ହୋଇଥିଲେ ପ୍ରଫୁଲ୍ଲ କୁମାର ମହନ୍ତ। ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କୁ ଏକ ୩ ମହଲା ବିଶିଷ୍ଟ ସରକାରୀ ବାସଭବନ ଆବଣ୍ଟିତ କରାଯାଇଥିଲା। ଯେଉଁଠାରେ ସେ ବିଗତ ୩୭ ବର୍ଷ ଧରି ରହି ଆସୁଥିଲେ। ସରକାରୀ ବାସଭବନରୁ ବିଦ୍ୟୁତ-ପାଣି ସଂଯୋଗ କାଟି ଦେବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ଜୋୟଶ୍ରୀ ଗୋସ୍ୱାମୀ ମହନ୍ତ (Joyasree Goswami Mahanta)। ରାଜ୍ୟ ସରକାରୀଙ୍କ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆଣି ସେ କହିଛନ୍ତି ପୂର୍ବରୁ ଆମ ଏକ ନୂଆ ଘରକୁ ଯାଇସାରିଛୁ।

ନିଜର ରାଜନୈତିକ ଜୀବନରେ ୨ ଥର ଆସାମ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି ପ୍ରଫୁଲ୍ଲ କୁମାର ମହନ୍ତ। ପ୍ରଥମେ ଦଫାରେ ସେ ୧୯୮୫-୧୯୯୦ ଏବଂ ଦ୍ୱିତୀୟ ଦଫାରେ ୧୯୯୬-୨୦୦୧ ପର୍ଯ୍ୟନ୍ତ ଆସାମ ମୁଖ୍ୟମନ୍ତ୍ରୀ ପଦ ଭାର ଗ୍ରହଣ କରିଥିଲେ।