Assembly Election 2022: ଏହି ରାଜ୍ୟରେ ମତଦାନ ତାରିଖ ବଦଳାଇଲେ Election Commission
Advertisement
Article Detail0/zeeodisha/odisha1094258

Assembly Election 2022: ଏହି ରାଜ୍ୟରେ ମତଦାନ ତାରିଖ ବଦଳାଇଲେ Election Commission

ହେଲେ ସଦ୍ୟ ମିଳିଥିବା ଖବର ଅନୁସାରେ ବିଧାନସଭା ନିର୍ବାଚନ ଲାଗି ପ୍ରସ୍ତୁତ ହୋଇଥିବା କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିଛନ୍ତି ନିର୍ବାଚନ ଆୟୋଗ। 

Assembly Election 2022: ଏହି ରାଜ୍ୟରେ ମତଦାନ ତାରିଖ ବଦଳାଇଲେ Election Commission

ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶର ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ, ମଣିପୁର ପ୍ରଭୃତି ୫ ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ। ଏହି ନିର୍ବାଚନ ପାଇଁ ଫେବୃଆରୀ ମାସରେ ମତଦାନ ଅନୁଷ୍ଠିତ ହେଉଖିବା ବେଳେ ମାର୍ଚ୍ଚ ୧୦ ତାରିଖ ପ୍ରକାଶ ପାଇବ ନିର୍ବାଚନ ଫଳାଫଳ। ଆଉ ଏନେଇ ପ୍ରସ୍ତୁତ ହୋଇସାରିଛି କାର୍ଯ୍ୟସୂଚୀ।

ହେଲେ ସଦ୍ୟ ମିଳିଥିବା ଖବର ଅନୁସାରେ ମଣିପୁର ବିଧାନସଭା ନିର୍ବାଚନ ଲାଗି ପ୍ରସ୍ତୁତ ହୋଇଥିବା କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିଛନ୍ତି ନିର୍ବାଚନ ଆୟୋଗ। ଏନେଇ ହୋଇଥିବା ପରିବର୍ତ୍ତନ ଅନୁସାରେ ଏହି ରାଜ୍ୟର ବିଧାନସଭା ନିର୍ବାଚନ ଲାଗି ୨୮ ଫେବୃଆରୀରେ ପ୍ରଥମ ଏବଂ ୫ ମାର୍ଚ୍ଚରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ।

ହେଲେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ୨୦୨୨ ମଣିପୁର ବିଧାନସଭା ନିର୍ବାଚନ ଲାଗି ୨୭ ଫେବୃଆରୀରେ ପ୍ରଥମ ଏବଂ ୩ ମାର୍ଚ୍ଚରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଲାଗି ନିଷ୍ପତ୍ତି ନେଇଥିଲେ ନିର୍ବାଚନ ଆୟୋଗ। ମାତ୍ର ଆୟୋଗ ମତଦାନ ତାରିଖକୁ ବଦଳାଇ ଦେଇଛନ୍ତି।  

Also Read: UP Election 2022: କେଉଁ ଜିଲ୍ଲାରେ ଏବଂ କେଉଁ ଆସନରେ କେବେ ହେବ ମତଦାନ?

ମୋଟ ୬୦ ଆସନ ବିଶିଷ୍ଟ ମଣିପୁରରେ ୨ ପର୍ଯ୍ୟାୟରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ। ଆଉ ମାର୍ଚ୍ଚ ୧୦ ତାରିଖ ପ୍ରକାଶ ପାଇବ ମଣିପୁର ସମେତ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ପ୍ରଭୃତି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ। ମଣିପୁରରେ ୨୦୧୭ ବିଧାନସଭା ନିର୍ବାଚନ ଲାଗି ଗୋଟିଏ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା ମତଦାନ।