Goa Election 2022 Result: ତୃତୀୟ ଥର ଲାଗି ସରକାର ଗଠନ କରିବ BJP, ହେଲେ ମିଳିନାହିଁ ପୂର୍ଣ୍ଣ ବହୁମତ
Advertisement
Article Detail0/zeeodisha/odisha1121624

Goa Election 2022 Result: ତୃତୀୟ ଥର ଲାଗି ସରକାର ଗଠନ କରିବ BJP, ହେଲେ ମିଳିନାହିଁ ପୂର୍ଣ୍ଣ ବହୁମତ

କ୍ରମାଗତ ଭାବେ ତୃତୀୟ ଥର ଲାଗି ଏହି ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି ବିଜେପି।  

Goa Election 2022 Result: ତୃତୀୟ ଥର ଲାଗି ସରକାର ଗଠନ କରିବ BJP, ହେଲେ ମିଳିନାହିଁ ପୂର୍ଣ୍ଣ ବହୁମତ

ପାଣାଜୀ: ଗୋଆ ବିଧାନସଭା ନିର୍ବାଚନ ୨୦୨୨ ଲାଗି ଆସିଯାଇଛି ନିର୍ବାଚନ ଫଳାଫଳ। ଯଦିଓ ଏହି ରାଜ୍ୟରେ ବିଜେପି କ୍ରମାଗତ ଭାବେ ତୃତୀୟ ଥର ଲାଗି ସରକାର ଗଠନ କରିବାକୁ ଯାଉଛି ମାତ୍ର ଦଳ ପୂର୍ଣ୍ଣ ବହୁମତ ହାସଲ କରିବାରେ ସକ୍ଷମ ହୋଇନାହିଁ। ଏହି ନିର୍ବାଚନରେ ସ୍ୱାଧିନ ପ୍ରାର୍ଥୀଙ୍କ ସମେତ ବିଭିନ୍ନ ଦଳରୁ ମୋଟ ୩୦୨ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବେଳେ ଏଠାରେ ବହୁକୋଣୀୟ ମୁକାବିଲା ହୋଇଥିଲା। 
 
ମୋଟ ୪୦ ବିଧାନସଭା ଆସନ ବିଶିଷ୍ଟ ଗୋଆରେ ସରକାର ଗଠନ କରିବାକୁ ୨୧ ବିଧାୟକ ସମର୍ଥନ ଆବଶ୍ୟକ। ହେଲେ ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ଶାସକ ବିଜେପି ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭା ହୋଇଛି। ଦଳକୁ ଏଥର ୨୦ ଆସନ ଆସନ ମିଳିଥିବା ବେଳେ ସରକାର ଗଠନ କରିବା ଲାଗି ଆଉ ଜଣେ ମାତ୍ର ବିଧାୟକଙ୍କ ସମର୍ଥନ ଆବଶ୍ୟକ।  

୨୦୨୨ ଗୋଆ ବିଧାନସଭା ନିର୍ବାଚନରେ କେଉଁ ଦଳ ପାଇଲା କେତେ ଆସନ?

  • ଆମ ଆଦମୀ ପାର୍ଟି:୨
  • ବିଜେପି:୨୦
  • ଗୋଆ ଫରୱାର୍ଡ ପାର୍ଟ:୧ 
  • ସ୍ୱାଧିନ:୩
  • କଂଗ୍ରେସ:୧୧ 
  • ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି:୨
  • ରିଭୋଲ୍ୟୁସନାରୀ ଗୋଆନ୍ସ ପାର୍ଟି:୧

ଦଳୀୟ ବିଜୟ ଉପରେ ପ୍ରତିକ୍ରିୟା ରଖି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି ରାଜ୍ୟରେ ପୁଣି ଥରେ ବିଜେପି ସରକାର ଗଠନ କରିବାକୁ ଯାଉଛି। କ୍ରମାଗତ ଭାବେ ତୃତୀୟ ଥର ଲାଗି ଗୋଆ ଦଖଲ କରିଛି ବିଜେପି।  ସରକାର ଗଠନ କରିବା ଲାଗି ଆଉ ଜଣେ ମାତ୍ର ବିଧାୟକଙ୍କ ସମର୍ଥନ ଆବଶ୍ୟକ ରହିଥିବାରୁ ଦଳ ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି ଏବଂ ସ୍ୱାଧିନ ବିଧାୟକ ନେବ ବୋଲି ଜଣାାଇଛନ୍ତି ମୁଖ୍ୟମନ୍ତ୍ରୀ ସାୱନ୍ତ।  

ଗୋଆ ବିଧାନସଭା ନିର୍ବାଚନରେ ଦଳୀୟ ବିଜୟ ଉପରେ ପ୍ରତିକ୍ରିୟା ରଖି ଆମ ଆଦମୀ ପାର୍ଟି ଜାତୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆମକୁ ୨ ଆସନ ମିଳିଛି। ରାଜ୍ୟରେ ଏହା ଦ୍ୱାରା ସଚ୍ଚୋଟତାର ରାଜନୀତି ଆରମ୍ଭ ହୋଇଛି।