ଆଜମଗଡ଼ ବନାମ ଆର୍ଯ୍ୟମଗଡ଼: ଦଳ ସରକାର ଗଢିଲେ କରିବ ଜିଲ୍ଲାର ନାମ ପରିବର୍ତ୍ତନ
Advertisement
Article Detail0/zeeodisha/odisha1028899

ଆଜମଗଡ଼ ବନାମ ଆର୍ଯ୍ୟମଗଡ଼: ଦଳ ସରକାର ଗଢିଲେ କରିବ ଜିଲ୍ଲାର ନାମ ପରିବର୍ତ୍ତନ

ମୁଖ୍ୟମନ୍ତ୍ରୀ ଯୋଗୀ କେବଳ ନାମ ପରିବର୍ତ୍ତନ କରିବା କାମ କରିଛନ୍ତି।        

ଆଜମଗଡ଼ ବନାମ ଆର୍ଯ୍ୟମଗଡ଼: ଦଳ ସରକାର ଗଢିଲେ କରିବ ଜିଲ୍ଲାର ନାମ ପରିବର୍ତ୍ତନ

ଲକ୍ଷ୍ନୌ: ସରକାର ବଦଳିଲେ ବଦଳାଇ ଦିଆଯିବ ଜିଲ୍ଲାର ନାମ। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉଦ୍ଦେଶ୍ୟରେ ଏହା କହିଛନ୍ତି ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଲେଶ ଯାଦବ। ସୋମବାର ରାଜଧାନୀ ଲକ୍ଷ୍ନୌ ଠାରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ କେବଳ ନାମ ପରିବର୍ତ୍ତନ କରିବା କାମ କରିଛନ୍ତି।        

ଗତ ଶନିବାର ସମାଜବାଦୀ ପାର୍ଟି ସୁପ୍ରିମୋ (Samajwadi Party Supremo) ଅଖିଲେଶ ଯାଦବଙ୍କ (Akhilesh Yadav) ସଂସଦୀୟକ୍ଷେତ୍ର ଆଜମଗଡ଼ (Azamgarh Lok Sabha) ଠାରେ ପ୍ରତିଷ୍ଠା ହେବାକୁ ଯାଉଥିବା ଏକ ରାଜ୍ୟ ବିଶ୍ୱ ବିଦ୍ୟାଳୟର ଶିଳାନ୍ୟାସ ସମାରୋହରେ ଯୋଗ ଦେବା ଅବସରରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (UP CM Yogi) ଆଜମଗଡ଼ ଜିଲ୍ଲାର (Azamgarh Dist) ନାମ ପରିବର୍ତ୍ତନ କରି ଆର୍ଯ୍ୟମଗଡ଼ (Aryamgarh) କରିବାକୁ ସଙ୍କେତ ଦେଇଥିଲେ। ଏନେଇ ସେ କହିଥିଲେ ରାଜ୍ୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ବାସ୍ତବରେ ଆଜମଗଡ଼କୁ ଆର୍ଯ୍ୟମଗଡ଼ରେ ପରିଣତ କରିବ।   

Also Read: ଉଚିତ ସମ୍ମାନ ଏବଂ ଆବଶ୍ୟକ ଆସନ ମିଳିଲେ ସମାଜବାଦୀ ପାର୍ଟି ସହ ହେବ ଗଠବନ୍ଧନ: ଶିବପାଲ ଯାଦବ

ନାମ ପରିବର୍ତ୍ତନ କରିବାକୁ ନେଇ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ରଖି ଅଖିଳେଶ ଯାଦବ କହିଛନ୍ତି ସେମାନେ ଆଜାମଗଡର ବିକାଶ କରିପାରିବେ ନାହିଁ। ସେମାନେ କେବଳ ନାମ ପରିବର୍ତ୍ତନ କରିବା କାମ କରୁଛନ୍ତି। ଯେତେବେଳେ ଲୋକେ କରୋନା ଆକ୍ରାନ୍ତ ସଂକ୍ରମଣରେ ସଂକ୍ରମିତ ହୋଇ ପ୍ରାଣ ହରାଉଥିଲେ ସେତେବେଳେ ଅମ୍ଳଜାନ ବ୍ୟବସ୍ଥା କରାଯାଇ ନଥିଲା। ଏଠାରେ ରାଜ୍ୟ ସରକାର ଅମ୍ଳଜାନ କାରଖାନା ସ୍ଥାପନ କରିନାହାଁନ୍ତି। ସାଂସଦ ପାଣ୍ଠିରୁ ଏଠାରେ ଏକ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ କରାଯାଇଛି।

Also Read: ଜିନ୍ନାଙ୍କୁ ସମର୍ଥନ କରୁଥିବା ଲୋକ ହେଉଛନ୍ତି ତାଲିବାନ ସମର୍ଥକ: UP CM Yogi

ଗାଜୀପୁର ଠାରୁ ଆଜମଗଡ ପର୍ଯ୍ୟନ୍ତ ରଥଯାତ୍ରା ଉପରେ ଜାରି ହୋଇଥିବା କଟକଣା ବାବଦରେ ପ୍ରତିକ୍ରିୟା ରଖି ଅଖିଳେଶ ଯାଦବ କହିଛନ୍ତି ଯେ ଆମେ  ଦଳୀୟ କାର୍ଯ୍ୟାଳୟରୁ ବାହାରିବା ମାତ୍ରେ ଏହା ଆମକୁ ଗିରଫ କରାଯିବ। ଏଭଳି ଲୋକ ଜନସାଧାରଣଙ୍କୁ ହଇରାଣ କରିଛନ୍ତି। ଜନତା ସେମାନଙ୍କ ଗର୍ବ ଭାଙ୍ଗିବେ। ଉଡାଜାହାଜରେ ପଡୁଥିବା ତେଲ ଶସ୍ତା ହୋଇଛି ଏବଂ ସାଧାରଣ ଲୋକ ବ୍ୟବହାର କରୁଥିବା ପେଟ୍ରୋଲ ମହଙ୍ଗା ହୋଇଯାଇଛି। ONGC ୬୦୦ ଗୁଣା  ଲାଭ କମାଇଛି। ଏହା ସତ୍ତ୍ୱେ ତୈଳ ଦର ବୃଦ୍ଧି ପାଉଛି। ସବୁ ପରେ ଟଙ୍କା କୁଆଡେ ଯାଉଛି ବୋଲି ପ୍ରଶ୍ନ କରିଛନ୍ତି ସେ।