ଜିନ୍ନାଙ୍କୁ ସମର୍ଥନ କରୁଥିବା ଲୋକ ହେଉଛନ୍ତି ତାଲିବାନ ସମର୍ଥକ: UP CM Yogi
Advertisement

ଜିନ୍ନାଙ୍କୁ ସମର୍ଥନ କରୁଥିବା ଲୋକ ହେଉଛନ୍ତି ତାଲିବାନ ସମର୍ଥକ: UP CM Yogi

ଉତ୍ତର ପ୍ରଦେଶ ରାଜନୀତରେ ପ୍ରବେଶ କରିଥିଲେ ଜିନ୍ନା ପ୍ରସଙ୍ଗରୁ କେଉଁ ଦଳ ଫାଇଦା ଉଠାଇବା ତାହା ନିର୍ବାଚନ ରାଜନୀତିରୁ ଜଣାପଡି଼ବ। 

ଜିନ୍ନାଙ୍କୁ ସମର୍ଥନ କରୁଥିବା ଲୋକ ହେଉଛନ୍ତି  ତାଲିବାନ ସମର୍ଥକ: UP CM Yogi

ଲକ୍ଷ୍ନୌ: ଆସନ୍ତାବର୍ଷ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ଦଳ ପକ୍ଷରୁ ଆୟୋଜିତ ହେଉଛି ଦଳୀୟ କାର୍ଯ୍ୟକ୍ରମ। ଏହି କ୍ରମରେ ରବିବାର ଶାସକ ବିଜେପି ପକ୍ଷରୁ ଆୟୋଜିତ ହୋଇଥିବା ସାମାଜିକ ପ୍ରତିନିଧି ସମ୍ମେଳନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।  

ରବିବାର ବିଜେପି ପଛୁଆ ବର୍ଗ ମୋର୍ଚ୍ଚା (BJP OBC Morcha) ପକ୍ଷରୁ  ଆୟୋଜିତ ସାମାଜିକ ପ୍ରତିନିଧି ସମ୍ମେଳନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ମୁଖ୍ୟ ବିରୋଧି ଦଳ ସମାଜବାଦୀ ପାର୍ଟି ମୁଖ୍ୟ (Samajwadi Party Supremo) ଅଖିଳେଶ ଯାଦବଙ୍କ (Akhilesh Yadav) ନାଁ ନନେଇ ତାଙ୍କୁ ଟାର୍ଗେଟ କରି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ (UP CM Yogi) କହିଛନ୍ତି ପାକିସ୍ତାନର ପ୍ରତିଷ୍ଠାତା (Founder of Pakistan) ମହମ୍ମଦ ଅଲ୍ଲୀ ଜିନ୍ନାଙ୍କୁ (Muhammad Ali Jinnah) ସମର୍ଥନ କରୁଥିବା ଲୋକ ହେଉଛନ୍ତି  ତାଲିବାନ ସମର୍ଥକ (Taliban Supporter)। ତାଲିବାନକୁ ସମର୍ଥନ କରିବା ମାନବତା ବିରୋଧି ଶକ୍ତିକୁ ସମର୍ଥନ କରିବା। 

ଏନେଇ ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ତାଲିବାନକୁ ସମର୍ଥନ କରିବାର ଅର୍ଥ ହେଉଛି ଭଗବାନ ବୁଦ୍ଧଙ୍କ ଶାନ୍ତି ଏବଂ ବନ୍ଧୁତ୍ୱ ବାର୍ତ୍ତାକୁ ରୋକିବା ପାଇଁ କରାଯାଉଥିବା ଷଡଯନ୍ତ୍ରର ଏକ ଅଂଶବିଶେଷ। ତାଲିବାନକୁ ସମର୍ଥନ କରିବା ଅର୍ଥ ହେଉଛି ଅଧା ଜନସଂଖ୍ୟା ଏବଂ ପିଲାଙ୍କୁ ଅପମାନିତ କରିବା ଏବଂ କିଛି ଲୋକ ସେହି ଦିଗକୁ ଯାଉଛନ୍ତି, ଆମେ ସେମାନଙ୍କ ପ୍ରତି ସାବଧାନ ରହିବା ଆବଶ୍ୟକ।

Also Read: Jinnah ବିବାଦରେ Entry ମାରିଲେ Asaduddin Owaisi; କହିଲେ ଦେଶ ବିଭାଜନ ପାଇଁ କଂଗ୍ରେସ ଦାୟୀ

ଯେତେବେଳେ ଜଣେ ବ୍ୟକ୍ତି ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ସମାଜକୁ ଶୋଷଣ କରନ୍ତି ସେତେବେଳେ ସେ ଯେତେ ଲାଭ ନେଲେ ମଧ୍ୟ ସମାଜର ପ୍ରଗତିର ଶିଖରରେ ପହଞ୍ଚିପାରିବେ ନାହିଁ। କିଛି ଘଟଣା ଅଛି ଯାହା ଇତିହାସ ଆମକୁ ଶିଖିବାକୁ ପ୍ରେରଣା ଦିଏ। ତାଲିବାନ ଯେତେବେଳେ ଆଫଗାନିସ୍ତାନ ଠାରେ ରହିଥିବା ବାମିୟାନ ବୁଦ୍ଧ ପ୍ରତିମୂର୍ତ୍ତି ଭାଙ୍ଗିଦେଇଥିଲା ସେତେବେଳେ ସାାରା ଦୁନିଆ ​​ତାଲିବାନ ଦ୍ୱାରା କରାଯାଇଥିବା ଏଭଳି ଅତ୍ୟାଚାରକୁ ଦେଖିଥିଲା। ତାଲିବାନ ଯେପରି ଶାନ୍ତି ଏବଂ କରୁଣାର ପ୍ରତୀକ ମହାତ୍ମା ବୁଦ୍ଧଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିଥିଲା ତାହାକୁ କେବେ ଭୁଲି ହେବ ନାହଁ। ବୁଦ୍ଧ ମୂର୍ତ୍ତି ଭାଙ୍ଗିବାର ଅର୍ଥ ହେଉଛି ଶାନ୍ତି ଏବଂ କରୁଣା ଭାଙ୍ଗିବା।

ଯେତେବେଳେ ୧୯୯୯ ମସିହାରେ ଯେତେବେଳେ ତାଲିବାନ ଦ୍ୱାରା ବାମିୟାନ ବୁଦ୍ଧ ମୂର୍ତ୍ତି (Bamiyan Buddha Statue) ଭଙ୍ଗାଯାଇଥିଲା ସେତେବେଳେ ସେତେବେଳେ ଆମେ ଭାବିଥିଲୁ ଯେଉଁମାନେ ମହାତ୍ମା ବୁଦ୍ଧଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଛନ୍ତି ସେମାନେ ଦିନେ ଏକ ବଡ଼ ବିପର୍ଯ୍ୟୟର ସାମ୍ନା କରିବେ। ଯାହାର ଫଳସ୍ୱରୂପ କିଛି ଦିନ ପରେ ଆମେରିକା ଆଫଗାନିସ୍ତାନରେ ତାଲିବାନ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଥିଲା। ବିରୋଧିଙ୍କ ପାଖରେ କୌଣସି ପ୍ରସଙ୍ଗ ନାହିଁ ସେମାନେ ଦେଶକୁ ଏକତା ସୂତ୍ରରେ ବାନ୍ଧିଥିବା  ଲୌହ ମାନବ (Iron Man of India) ସର୍ଦ୍ଦାର ପଟେଲଙ୍କୁ (Sardar Patel) କିପରି ଅପମାନିତ କରାଯିବ ତାହା ଜାଣନ୍ତି। ଗୋଟିଏ ପଟେ ଦେଶକୁ ଯୋଡିଥିବା ସର୍ଦ୍ଦାର ପଟେଲ ଏବଂ ଅନ୍ୟ ପଟେ ଦେଶ ବିଭାଜନ ଜିନ୍ନା ଅଛନ୍ତି। ସେମାନେ ଜିନ୍ନାଙ୍କୁ ସମର୍ଥନ କରୁଛନ୍ତି ହେଲେ ଆମେ ସର୍ଦ୍ଦାର ପଟେଲଙ୍କୁ ସମର୍ଥନ କରୁଛୁ। 

Also Read: UP Poll 2022: Jinnah ଙ୍କୁ ପ୍ରଂଶସା କରି BJP ଜାଲରେ ଫସିଯିବକି Samajwadi Party?

ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ କାରଣରୁ ଉତ୍ତର ପ୍ରଦେଶ ରାଜନୀତରେ ପ୍ରବେଶ କରିଥିଲେ ମହମ୍ମଦ ଅଲ୍ଲୀ ଜିନ୍ନା। ନିକଟରେ ଦଳ ପକ୍ଷରୁ ଆୟୋଜିତ ହୋଇଥିବା ସମାଜବାଦୀ ରଥ ଯାତ୍ରା ନେଇ ରାଜ୍ୟର ହରଦୋଇ ଜିଲ୍ଲା ଠାରେ ପହଞ୍ଚିବା ଅବସରରେ ସେ ଦେଶର ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଅବସରରେ ପାକିସ୍ତାନର ପ୍ରତିଷ୍ଠାତାଙ୍କୁ ସ୍ମରଣ କରି କରିଥିଲେ। ଏନେଇ ସେ କହିଥଲେ ସର୍ଦ୍ଦାର ପଟେଲ, ମହାତ୍ମା ଗାନ୍ଧୀ, ଜବାହାର ଲାଲ ନେହେରୁ, ମହମ୍ମଦ ଅଲ୍ଲୀ ଜିନ୍ନା ଗୋଟିଏ ଶିକ୍ଷାନୁଷ୍ଠାନରେ ପାଠ ପଢି ବାରିଷ୍ଟର ହୋଇଥିଲେ। ବାରିଷ୍ଟର ହେବା ପରେ ସେମାନେ ଦେଶକୁ ସ୍ୱାଧିନ କରିବା ପାଇଁ ସେମାନେ ସଂଘର୍ଷ କରିବାରୁ କେବେ ପଛକୁ ହଟିନଥିଲେ। 

ଏ ପ୍ରସଙ୍ଗରେ ବିଜେପି ସମେତ ଏଆଇଏମ୍ଆଇଏମ୍ ମୁଖ୍ୟ ଅସାଦୁଦ୍ଦିନ ଓୱେସି (AIMIM President Asaduddin Owaisi) ତାଙ୍କୁ କ୍ରମାଗତ ଟାର୍ଗେଟ କରିଛନ୍ତି। ଏହି ମାମଲାରେ ଅଖିଳେଶ ଯାଦବ ପଛକୁ ହଟିବା ପାଇଁ ପ୍ରସ୍ତୁତ ନୁହଁନ୍ତି। ଏହାକୁ ଆୟୁଧ କରି ବିଜେପି ତାଙ୍କୁ ମୁସଲମାନ ପ୍ରେମୀ ବୋଲି କହିବା ପାଇଁ ଏକ ଅଭିଯାନ ଆରମ୍ଭ କରିଛି। ସେ ଭୋଟ୍ ବ୍ୟାଙ୍କ ରାଜନୀତି କରୁଥିବା ନେତା ବୋଲି ବିଜେପି ପକ୍ଷରୁ କୁହାଯାଇଛି। ସର୍ଦ୍ଦାର ପଟେଲଙ୍କୁ ଜିନ୍ନାଙ୍କ ସହ ତୁଳନା କରିବା ସବୁଠାରୁ ଖରାପ ଭୋଟ୍ ବ୍ୟାଙ୍କ ରାଜନୀତି (Vote Bank Politics)। ଇତିହାସରେ ଜିନ୍ନା ସବୁବେଳେ ଜଣେ ଖଳାନାୟକ ହୋଇରହିବେ। ଯେଉଁମାନେ ତାଙ୍କୁ ସମର୍ଥନ କରନ୍ତି ସେମାନେ ହେଉଛନ୍ତି ତାଲିବାନ ସମର୍ଥକ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି। 

Also Read: ଜିନ୍ନା ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ ହୋଇନଥାନ୍ତା ବିଭାଜନ: OP Rajbhar

ଜିନ୍ନା ପ୍ରସଙ୍ଗକୁ କେନ୍ଦ୍ର କରି ଆଗାମୀ ନିର୍ବାଚନରେ ଉତ୍ତର ପ୍ରଦେଶର ରାଜନୀତିରେ ସାମ୍ପ୍ରଦାୟିକ ଧ୍ରୂବୀକରଣ କରିବାକୁ ପ୍ରୟାସ କରାଯାଉଥିବା ଚର୍ଚ୍ଚା ହେଉଛି। ଯାହା ଦ୍ୱାରା ଭୋଟ ବିଭାଜନ ହୋଉପାରିବ। ଯଦି ଏପରି ହୁଏ ତାହେଲେ ଏହାର ଫାଇଦା ବିଜେପି ଉଠାଇପାରେ। ଏନେଇ ଜିନ୍ନାଙ୍କ ଉପରେ ରଖିଥିବା ବୟାନକୁ ସମାଜବାଦୀ ପାର୍ଟି ମୁଖ୍ୟଙ୍କୁ କ୍ରମାଗତ ଭାବେ ଟାର୍ଗେଟ କରିବାରେ ଲାଗିଛି ବିଜେପି।