ବିଏସପି ନେତାଙ୍କ ଅଜବ ବୟାନ, 'ତାଡି ପିଇଲେ ହେବନି କୋରୋନା'
Advertisement
Article Detail0/zeeodisha/odisha812685

ବିଏସପି ନେତାଙ୍କ ଅଜବ ବୟାନ, 'ତାଡି ପିଇଲେ ହେବନି କୋରୋନା'

କୋଭିଡ୧୯ ଉପରେ ଉତ୍ତର ପ୍ରଦେଶ ବିଏସପି ମୁଖ୍ୟ ରଖିଥିବା ପ୍ରତିକ୍ରିୟା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। 

ବିଏସପି ନେତାଙ୍କ ଅଜବ ବୟାନ, 'ତାଡି ପିଇଲେ ହେବନି କୋରୋନା'

ଲକ୍ଷ୍ନୌ: ପ୍ରାୟ ବର୍ଷେରୁ ଉର୍ଦ୍ଧ୍ୱ ସମୟ ଧରି କୋରୋନା ମହମାରୀ (Corona Pandemic) ଲୋକଙ୍କୁ ଆତଙ୍କିତ କରି ରଖିଛି।  ଏହି ମହାମାରୀକୁ ନେଇ ଅନେକ ଲୋକ ବିଭିନ୍ନ ପ୍ରକାର ବୟାନବାଦଜି କରୁଛନ୍ତି।  ହେଲେ ସଦ୍ୟ ଜଣେ ରାଜନେତା କୋଭିଡ୧୯ (Covid19) ଉପରେ ରଖିଥିବା ପ୍ରତିକ୍ରିୟା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଉତ୍ତର ପ୍ରଦେଶ (Uttar Pradesh) ବହୁଜନ ସମାଜ ପାର୍ଟି-ବିଏସପି (Bahujan Samaj Party-BSP) ରାଜ୍ୟ ଶାଖା ମୁଖ୍ୟ ଭୀମ ରାଜଭର (Bhim Rajbhar) କହିଛନ୍ତି କୋରୋନା ମାମଲାରେ ଲୋକଙ୍କୁ ଲୋକଙ୍କୁ ବିଭ୍ରାନ୍ତ କରାଯାଉଛି। ଏହାକୁ ଏଡାଇବା ପାଇଁ ସର୍ବୋତ୍ତମ ଉପାୟ ହେଉଛି ତାଡି ପିଇବା। ରାଜଭାର ମଙ୍ଗଳବାର ରାଜ୍ୟର ବାଲିଆ ଜିଲ୍ଲା ଠାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ କହିଛନ୍ତି ଗଙ୍ଗା ଜଳ ଅପେକ୍ଷା ତାଡି ଅଧିକ ପବିତ୍ର। ଯଦି ଆପଣ ପ୍ରତିଦିନ ଏହାକୁ ପିଉଛନ୍ତି, ତାହେଲେ ଆପଣ କୋରୋନା ସଂକ୍ରମିତ ହେବେ ନାହିଁ। 

ଭୀମ ରାଜଭାର ମଉ ଜିଲ୍ଲାର ଘୋସି ବିଧାନସଭା ନିର୍ବାଚନମଣ୍ଡଳୀରେ ମହମ୍ମଦପୁର ବାବୁପୁର ଗ୍ରାମର ବାସିନ୍ଦା। ସେ ଏହା ପୂର୍ବରୁ ବିଏସପିର ଜିଲ୍ଲା ସଭାପତି ମଧ୍ୟ ରହିଛନ୍ତି। ୨୦୧୨ ଉତ୍ତର ପ୍ରଦେଶ ବିଧାନସଭା  ନିର୍ବାଚନରେ ​​ସେ ମଉ ସଦର ଆସନରୁ ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିବା ଭୀମ ରାଜଭାର ୨୦୦୨ରେ ଦଳର ଜିଲ୍ଲା ସଭାପତି ଥିଲେ। ଏହାର ୧୦ ବର୍ଷ ପରେ ଦଳ ତାଙ୍କୁ ବାହୁବଳୀ ନେତା ମୁଖତାର ଅନସାରୀଙ୍କ ବିରୋଧରେ ପ୍ରାର୍ଥୀ ଭାବେ ସଦର ବିଧାନସଭାରୁ ଛିଡା କରିଥିଲା। ଯଦିଓ ସେ ଏହି ବାହୁବଳୀ ନେତାଙ୍କୁ ପ୍ରାୟ ୪ ହଜାର ଭୋଟରେ ହରାଇଥିଲେ। ବିଭିନ୍ନ ରାଜ୍ୟ ପାଇଁ  ଦଳୀୟ ପ୍ରଭାରୀ ଭାବେ କାର୍ଯ୍ୟ କରିଛନ୍ତି।