ବିହାର ବିଧାନସଭା ନିର୍ବାଚନ: ମହାମେଣ୍ଟରେ ହୋଇସାରିଛି ଆସନ ବୁଝାମଣା, ଜାଣନ୍ତୁ କାହାକୁ କେତେ ମିଳିଛି ଆସନ
Advertisement

ବିହାର ବିଧାନସଭା ନିର୍ବାଚନ: ମହାମେଣ୍ଟରେ ହୋଇସାରିଛି ଆସନ ବୁଝାମଣା, ଜାଣନ୍ତୁ କାହାକୁ କେତେ ମିଳିଛି ଆସନ

Bihar Assembly Election 2020: ଆରଜେଡି, କଂଗ୍ରେସ, ସିପିଆଇ (ଏମଏଲ), ସିପିଆଇ, ସିପିଏମ୍ ଏବଂ ଭିଭିଆଇପି ଏହି ମହାମେଣ୍ଟରେ ସାମିଲ ଅଛନ୍ତି ।

ବିହାର ବିଧାନସଭା ନିର୍ବାଚନ: ମହାମେଣ୍ଟରେ ହୋଇସାରିଛି ଆସନ ବୁଝାମଣା, ଜାଣନ୍ତୁ କାହାକୁ କେତେ ମିଳିଛି ଆସନ

ପାଟନା: ବିହାର ବିଧାନସଭା ନିର୍ବାଚନ (Bihar Assembly Election 2020) ତାରିଖ ଘୋଷଣା ହୋଇସାରିଛି । ଏହା ସମୟରେ ସମସ୍ତ ରାଜନୈତିକ ଦଳ ନିର୍ବାଚନ ଜିତିବା ପାଇଁ ରଣନୀତି ପ୍ରସ୍ତୁତି କରିବାରେ ଲାଗିଛନ୍ତି । ଏହି କ୍ରମରେ ଆଜି(ଶନିବାର) ମହାମେଣ୍ଟରେ ଆସନ ବୁଝାମଣା ହୋଇସାରିଛି । କିଏ କେତୋଟି ଆସନର ନିର୍ବାଚନ ଲଢ଼ିବେ, ତାହା ମଧ୍ୟ ସ୍ପଷ୍ଟ ହୋଇଯାଇଛି । ଆରଜେଡି ୧୪୪, କଂଗ୍ରେସ ୭୦ ଏବଂ ବାମ ଦଳ ୨୯ଟି ଆସନରେ ନିର୍ବାଚନ ଲଢ଼ିବ । ଏନେଇ କିଛି ସମୟ ମଧ୍ୟରେ ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇପାରେ । ଆରଜେଡି, କଂଗ୍ରେସ, ସିପିଆଇ (ଏମଏଲ), ସିପିଆଇ, ସିପିଏମ୍ ଏବଂ ଭିଭିଆଇପି ଏହି ମହାମେଣ୍ଟରେ ସାମିଲ ଅଛନ୍ତି ।

୨୦୧୫ ବିଧାନସଭା ନିର୍ବାଚନରେ ​ଆରଜେଡି ୧୦୧, ଜେଡିୟୁ ୧୦୧ ଏବଂ କଂଗ୍ରେସ ୪୧  ଆସନରେ ନିର୍ବାଚନ ଲଢ଼ିଥିଲା । ଜେଡିୟୁ ସେତେବେଳେ ମହାମେଣ୍ଟର ଅଂଶ ଥିଲା । କିନ୍ତୁ ଚଳିତ ନିର୍ବାଚନରେ ​​ଜେଡିୟୁ ନିଜ ପୁରୁଣା ସହଯୋଗୀ ବିଜେପି ସହିତ ଅଛି ଏବଂ ଏନଡିଏର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ । ବିହାର ସିଏମ ନୀତୀଶ କୁମାରଙ୍କ ନେତୃତ୍ୱରେ ଏନଡିଏ ଏଥର ନିର୍ବାଚନ ଲଢୁଛି ।

ଉଲ୍ଲେଖନୀୟ କଥା ହେଉଛି, ରାଜ୍ୟରେ ଅକ୍ଟୋବର ୨୮ରୁ ଆରମ୍ଭ ହେବାକୁ ଯାଉଥିବା ନିର୍ବାଚନରେ ଆରଜେଡି ଓ କଂଗ୍ରେସ ମହାମେଣ୍ଟର ମୁକାବିଲା ନୀତୀଶଙ୍କ ନେତୃତ୍ୱରେ ନିର୍ବାଚନ ଲଢୁଥିବା ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ସହ ହେବ ।

ଅଧିକ ପଢ଼ନ୍ତୁ:-ପଶୁଙ୍କ ରକ୍ତରୁ ହେବ କୋରୋନା ଭୂତାଣୁର ଚିକିତ୍ସା, ICMR ବିକଶିତ କରିଛି କୌଶଳ

ଅନ୍ୟପକ୍ଷେ ଆସନ ବୁଝାମଣାକୁ ନେଇ ମହାମେଣ୍ଟରେ କୌଣସି ସହମତି ହୋଇପାରୁ ନଥିଲା । ଅଧିକ ଆସନ ଦାବିରେ କଂଗ୍ରେସ ଜିଦ୍ ଧରିଥିବାବେଳେ ଆରଜେଡି ଏତେ ସିଟ୍ ଦେବାକୁ ପ୍ରସ୍ତୁତ ନଥିଲା । ଆସନ ବୁଝାମଣା ନେଇ ଚାଲିଥିବା ବିବାଦ ମଧ୍ୟରେ ଉଭୟ ପକ୍ଷରୁ ବୟାନ ଆସିବା ଆରମ୍ଭ ହୋଇଯାଇଥିଲା ।