Bihar Politics: 'ମୋ ବିଭାଗରେ ଅଛନ୍ତି ଅନେକ ଚୋର, ଆଉ ମୁଁ ହୋଇଗଲି ଚୋରଙ୍କ ମୁଖିଆ'
Advertisement

Bihar Politics: 'ମୋ ବିଭାଗରେ ଅଛନ୍ତି ଅନେକ ଚୋର, ଆଉ ମୁଁ ହୋଇଗଲି ଚୋରଙ୍କ ମୁଖିଆ'

Bihar Agriculture Department: ରାଜ୍ୟ ବିହନ ନିଗମ ବିରୋଧରେ ଗୁରୁତର ଅଭିଯୋଗ ଆଣି କୃଷି ମନ୍ତ୍ରୀ କହିଛନ୍ତି ଯେ ନିଗମର ମଞ୍ଜି ନକଲି। କେବଳ ନିଗମ ୨୫୦-୩୦୦ କୋଟି ଟଙ୍କା ଚଳୁ କରି ଦେଉଛି। ବିହନ ନିଗମ ରାଜ୍ୟର କୃଷକଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ଚୋରି କରିବାରେ ଲାଗିଛି। 

Bihar Politics: 'ମୋ ବିଭାଗରେ ଅଛନ୍ତି ଅନେକ ଚୋର, ଆଉ ମୁଁ ହୋଇଗଲି ଚୋରଙ୍କ ମୁଖିଆ'

Bihar Minister Sudhakar Singh: ନିଜ ସରକାରରେ ହେଉଥିବା ଦୁର୍ନୀତି ବାବଦରେ ପର୍ଦ୍ଦାଫାଶ କରିଛନ୍ତି ବିହାର କୃଷି ମନ୍ତ୍ରୀ ସୁଧାକର ସିଂହ। ମନ୍ତ୍ରୀ ତାଙ୍କ ବିଭାଗର ଅଧିକାରୀ ଏବଂ କର୍ମଚାରୀଙ୍କୁ 'ଚୋର' ବୋଲି କହିବା ସହ ଏକ ମଜାଳିଆ ଢଙ୍ଗରେ ନିଜକୁ ଚୋରଙ୍କ ମୁଖିଆ ବୋଲି କହିଛନ୍ତି। କୃଷି ମନ୍ତ୍ରୀ କହିଛନ୍ତି, ମୋ ବିଭାଗରେ ଅନେକ ଚୋର ଅଛନ୍ତି ଏବଂ ସେମାନେ ଟଙ୍କା ଚୋରି କରୁଛନ୍ତି। ବିଭାଗର ଦାୟିତ୍ୱରେ ରହି ମୁଁ ସେମାନଙ୍କର ମୁଖିଆ ହେବି। ମୋ ଉପରେ ଆହୁରି ଅନେକ ମୁଖିଆ ଅଛନ୍ତି। ଏହି ସରକାର ପୁରୁଣା ଏବଂ ଏହାର କାର୍ଯ୍ୟ ଶୈଳୀ ମଧ୍ୟ ପୁରୁଣା। 

ଗତ ରବିବାର ରାଜ୍ୟର ଦିନ କୈମୁର ଜିଲ୍ଲାର (Kaimur District) ଆୟୋଜିତ ହୋଇଥିବା ଏକ କୃଷକ ସଭାକୁ ସମ୍ବୋଧିତ କରିବା ଅବସରରେ ବିହାର କୃଷି ମନ୍ତ୍ରୀ ସୁଧାକର ସିଂହ (Bihar Agriculture Minister Sudhakar Singh) କହିଛନ୍ତି ଯେ ସରକାରଙ୍କୁ ସଚେତନ କରିବା ସାଧାରଣ ଲୋକଙ୍କ କର୍ତ୍ତବ୍ୟ। ସେ ଲୋକଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ଆପଣ କୁଶସ ପୁତ୍ତଳିକା ଦାହ କରିବା ଜାରି ରଖିଥାନ୍ତୁ। ଯଦି ଆପଣ ଏପରି କରନ୍ତି ତାହେଲେ ମୋତେ ଏହା ଜଣପଡ଼ିବ ଯେ କୃଷକ ମୋ ଉପରେ ଅସନ୍ତୁଷ୍ଟ ଅଛନ୍ତି। ହେଲେ ଯଦି ଆପଣ କୁଶ ପୁତ୍ତଳିକା ଦାହ କରନ୍ତି ନାହିଁ, ତାହେଲେ ଏହା ଲାଗିବ ଯେ ସବୁକିଛି ଠିକ ଠାକ ଚାଲିଛି। ଜନ ସାଧାରଣ ରାସ୍ତାକୁ ଓହ୍ଲାନ୍ତୁ। ଆମେ କେବଳ ଏକାକୀ ସରକାର ନୁହଁ। ଯେତେବେଳେ ଆମେ କଥା ହେଉ, ସେତେବେଳେ ଆମକୁ ଲାଗେ ଯେ ମୁଁ ବ୍ୟକ୍ତିଗତ ଭାବେ କଥାବାର୍ତ୍ତା କରୁଛି।

ରାଜ୍ୟ ବିହନ ନିଗମ (Bihar Rajya Beej Nigam) ବିରୋଧରେ ଗୁରୁତର ଅଭିଯୋଗ ଆଣି କୃଷି ମନ୍ତ୍ରୀ କହିଛନ୍ତି ଯେ ନିଗମର ମଞ୍ଜି ନକଲି। କେବଳ ନିଗମ ୨୫୦-୩୦୦ କୋଟି ଟଙ୍କା ଚଳୁ କରି ଦେଉଛି। ସେ ଏଠାରେ ଅଟକି ନଥିଲେ ମନ୍ତ୍ରଣାଳୟର ମାପ ଏବଂ ଓଜନ ବିଭାଗକୁ ଟଙ୍କା ଆଦାୟ କରୁଥିବା ବିଭାଗ ବୋଲି କହିଥିଲେ। କୃଷି ବିଭାଗରେ ଏପରି କୌଣସି ଅଂଶ ନାହିଁ ଯିଏ ଚୋରି କରେ ନାହିଁ। ବିହନ ନିଗମ ରାଜ୍ୟର କୃଷକଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ଚୋରି କରିବାରେ ଲାଗିଛି। 

Also Read: Bihar Politics: ବିଭାଗ ବଦଳିବା ପରେ ମନ୍ତ୍ରୀପଦରୁ ଇସ୍ତଫା ଦେଲେ କାର୍ତ୍ତିକ କୁମାର

ଆମେ ଏପରି ଭାବେ ଚୋରଙ୍କ ମୁଖିଆ ହୋଇଗଲୁ। ଭାରତୀୟ ସମାଜବାଦର ଜନକ ଡ.ରାମ ମନୋହର ଲୋହିଆ ଠିକ କଥା କହିଥିଲେ। ଏନେଇ ସେ କହିଥିଲେ ଯଦି ସଂସଦ ଆମର ହୋଇଯାଏ, ତାହେଲେ ଲୋକେ ରାସ୍ତାକୁ ଓହ୍ଲାଇ ଆସିବା ଆବଶ୍ୟକ। 

କୃଷି ମନ୍ତ୍ରୀ ସୁଧାକାର ସିଂହ କହିଛନ୍ତି ଯେ, ଏପରି କେହି ନାହାଁନ୍ତି ଯିଏ ଖାଉ ନାହାଁନ୍ତି। ଆମେ ହେଉଛି ଚୋରଙ୍କ ସର୍ଦ୍ଦାର। ଏପରି ବିଭାଗରେ ଆମକୁ ଚୋରଙ୍କ ମୁଖ୍ୟ କୁହାଯିବ ନାହିଁ! 

ବିହାର ମୁ୍ଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ (Bihar CM Nitish Kumar) ନେତୃତ୍ୱାଧିନ ସରକାରରେ ସୁଧାକର ସିଂହଙ୍କ ପାଖରେ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ରହିଛି। ସେ ରାଜ୍ୟର କୈମୁର ଜିଲ୍ଲାରେ ଅବସ୍ଥିତ ରାମଗଡ଼ ବିଧାନସଭା ଆସନର (Ramgarh Assembly Constituency) ଆରଜେଡି ବିଧାୟକ (RJD MLA Sudhakar Singh)। 

Also Read: Bihar Politics: ବିବାଦ ପରେ ଦାଗୀ ମନ୍ତ୍ରୀ କାର୍ତ୍ତିକ କୁମାରଙ୍କ ବିଭାଗ ବଦଳାଇଲେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର

ରାଜ୍ୟର କୃଷି ମନ୍ତ୍ରୀଙ୍କ ବିବୃତ୍ତିକୁ ନେଇ ସଗଗରମ ହୋଇଉଠିଛି ବିହାର ରାଜନୀତି। ବୁଧବାର ରାଜଧାନୀ ପାଟନା ଠାରେ ଅନୁଷ୍ଠିତ କ୍ୟାବିନେଟ ବୈଠକ ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କୃଷିମନ୍ତ୍ରୀ ସୁଧାକର ସିଂହଙ୍କୁ ତାଗିଦ କରିଛନ୍ତି। ମନ୍ତ୍ରୀ ସର୍ବ ସାଧାରଣରେ ବିବୃତ୍ତି ଦେବା ବେଳେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ବୋଲି କହିଛନ୍ତି। ଏହା ଉପରେ ପ୍ରତିକ୍ରିୟା ରଖି ମନ୍ତ୍ରୀ ସୁଧାକର ସିଂହ କହିଛନ୍ତି ଯେ ସେ ତାଙ୍କ ବୟାନ ସହ ଛିଡା ହୋଇଛନ୍ତି ଏବଂ ଚାହିଁଲେ ଇସ୍ତଫା ଦେଇ ପାରିବେ। ଏହି ଖବର ଆସିବା ମାତ୍ରେ ମନ୍ତ୍ରୀ ସୁଧାକର ସିଂ କହିଛନ୍ତି ଆରଜେଡି ସୁପ୍ରିମୋ ଲାଲୁ ଯାଦବ ଏବଂ ତେଜସ୍ୱୀ ଯାଦବ ଯାହା କହିବେ ତାହା ତାଙ୍କ ଦ୍ୱାରା ଗ୍ରହଣ କରାଯିବ। ସେ ଚାହାଁନ୍ତି ସେହି ଲୋକ ତାଙ୍କୁ ନିର୍ଦ୍ଦେଶ ଦିଅନ୍ତୁ।