କଷ୍ଟ ଜଣାଇଲେ Bihar ସରକାରଙ୍କ Minister; କହିଲେ ଗଠବନ୍ଧନ ସରକାରରେ କାମ କରିବା ବହୁତ Challenging
Advertisement
Article Detail0/zeeodisha/odisha956696

କଷ୍ଟ ଜଣାଇଲେ Bihar ସରକାରଙ୍କ Minister; କହିଲେ ଗଠବନ୍ଧନ ସରକାରରେ କାମ କରିବା ବହୁତ Challenging

ଗଠବନ୍ଧନ ସରକାରରେ କାମ କରିବା କୌଣସି ଆହ୍ୱାନ ଠାରୁ କମ ନୁହେଁ।

କଷ୍ଟ ଜଣାଇଲେ Bihar ସରକାରଙ୍କ Minister; କହିଲେ ଗଠବନ୍ଧନ ସରକାରରେ କାମ କରିବା ବହୁତ Challenging

ପାଟନା: ବିହାର କ୍ଷମତାସୀନ ଏନଡିଏ ସରକାରଙ୍କ ଜଣେ ମନ୍ତ୍ରୀ ସରକାରୀ କାର୍ଯ୍ୟ ବାବଦରେ ରଖିଥିବା ବୟାନକୁ ନେଇ ସରଗରମ ହୋଇଉଠିଛି ରାଜ୍ୟ ରାଜନୀତି। ସଂଖ୍ୟାବଳ ଆଧାରରେ ସରକାରର ନେତୃତ୍ୱ ନେବା ପାଇଁ ସୁଯୋଗ ମିଳିନଥିବାରୁ ନିଜର ଅସନ୍ତୋଷ ଜଣାଇଛନ୍ତି ମନ୍ତ୍ରୀ। ଏହା ପୂର୍ବରୁ ଅନ୍ୟ ଜଣେ ମନ୍ତ୍ରୀଙ୍କ ବୟାନ ବିହାର ରାଜନୀତିରେ ହଇଚଇ ସୃଷ୍ଟି କରିଥିଲା।

ରବିବାର ରାଜ୍ୟର ଔରଙ୍ଗାବାଦ (Aurangabad) ଜିଲ୍ଲାରେ ଆୟୋଜିତ ହୋଇଥିବା ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେପି ନେତା ବିହାର ପଞ୍ଚାୟତିରାଜ ମନ୍ତ୍ରୀ (Bihar Panchayat Raj Minister) ସମ୍ରାଟ ଚୌଧୁରୀ (Samrat Chaudhary) କହିଥିଲେ ଗଠବନ୍ଧନ ସରକାରରେ କାମ କରିବା ବହୁତ କାଠିକାର ପାଠ। ମେଣ୍ଟ ସରକାରରେ କାମ କରିବା ବେଳେ ଅନେକ କିଛି ସହ୍ୟ କରିବାକୁ ପଡି଼ଥାଏ। ବର୍ତ୍ତମାନ ଉତ୍ତର ପ୍ରଦେଶ ହେଉ ଅଥବା ମଧ୍ୟ ପ୍ରଦେଶ ସେଠାରେ ଆମ ଦଳର ନେତୃତ୍ୱରେ ସରକାର ଗଠିତ ହୋଇଛି। ଝାଡଖଣ୍ଡରେ ମଧ୍ୟ ଆମ ଦଳ ସରକାର ଗଠନ କରିଥିଲା। ଯେତେବେଳେ ଆପଣଙ୍କ ହାତରେ ସମ୍ପୂର୍ଣ୍ଣ ନେତୃତ୍ୱ ଥାଏ ସେତେବେଳେ କାମ କରିବା ସହଜ ହୋଇଥାଏ। ମାତ୍ର ବିହାରରେ ଏହା ସମ୍ଭବ ନୁହେଁ। କାରଣ ଏଠାରେ ସ୍ୱତନ୍ତ୍ର ସରକାର ନଥିବାରୁ ରାଜ୍ୟବାସୀଙ୍କ ଲାଗି କାମ କରିବା ସହଜ ହେଉନାହିଁ।

Also Read: ମନ୍ତ୍ରୀଙ୍କ ବୟାନକୁ ନେଇ NDA ସରକାରରେ ମତଭେଦ; ସରଗରମ ରାଜ୍ୟ ରାଜନୀତି

ବିହାରରେ କାମ କରିବା, ବିହାର ସରକାରଙ୍କ ସହ କାମ କରିବା ଲାଗି ୪ଟି ବିଚାରଧାରା ସହ ଲଢେଇ କରିବାକୁ ପଡୁ଼ଛି। ବର୍ତ୍ତମାନ ରାଜ୍ୟରେ ବିଜେପି ଜେଡିୟୁ, ଭିଆଇପି, ହାମ ଭଳି ଦଳଙ୍କୁ ଗଠିତ ମେଣ୍ଟ ସରକାର ରାଜ୍ୟକୁ ଶାସନ କରୁଛି। ଗଠବନ୍ଧନ ସରକାରରେ କାମ କରିବା କୌଣସି ଆହ୍ୱାନ ଠାରୁ କମ ନୁହେଁ ବୋଲି କହିଥିଲେ ମନ୍ତ୍ରୀ।

ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ଏପରି ଭାବେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବିହାର ପଞ୍ଚାୟତିରାଜ ମନ୍ତ୍ରୀ। ସରକାରରେ ଥାଇ କାମ କରିବାକୁ ନେଇ ମନ୍ତ୍ରୀ କାହିଁକି ଅସନ୍ତୁଷ୍ଟ ହୋଇଉଠିଛନ୍ତି ତାହାର କାରଣ ଏବେ ସାମ୍ନାକୁ ଆସିଛି। ସଂଖ୍ୟାବଳ ଦୃଷ୍ଟିରୁ ବିହାରରେ କ୍ଷମତାସୀନ ଏନଡିଏ ସରକାରରେ ବିଜେପି ବିଧାୟକଙ୍କ ସଂଖ୍ୟା ସର୍ବାଧିକ ରହିଛି। ହେଲେ ସଂଖ୍ୟାବଳ କମ ଥାଇ ଏହି ସରକାରର ନେତୃତ୍ୱ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱାଧିନ ଜେଡିୟୁ ହାତରେ ରହିଛି। ଯାହାକୁ ସହଜେ ଗ୍ରହଣ କରି ପାରୁନାହାଁନ୍ତି ମନ୍ତ୍ରୀ।

Also Read: କଥା ଶୁଣୁନାହାଁନ୍ତି ଅଫିସର, କେମିତି କରିବି ଲୋକଙ୍କ ସେବା: ବିହାର ମନ୍ତ୍ରୀ

ଗତ ୨୦୨୦ ବିହାର ବିଧାନସଭା ନିର୍ବାଚନରେ (Bihar Assembly Poll 2020) ଶାସକ ଏନଡିଏ ମେଣ୍ଟ (NDA Alliance) ବାଜିମାତ କରି ରାଜ୍ୟରେ ସରକାର ଗଠନ କରିଥିଲା। ଏହି ନିର୍ବାଚନରେ ବିଜେପି (BJP) ୭୪, ଜେଡିୟୁ (JDU) ୪୩, ଭିଆଇପି (VIP) ୪, ହାମ (HAM) ୪ ଆସନ ହତେଇଥିଲେ।