ଆମେ ହେଉଛୁ ରାଜନୈତିକ ବ୍ୟକ୍ତିବିଶେଷ କାହାର ଦଲାଲ ନୁହେଁ ଯିଏ ଅମଲାତନ୍ତ୍ର ସହ ଜଡିତ ଅଧିକାରୀଙ୍କ ସହ ତାଳମେଳ ରକ୍ଷା କରିବ।
Trending Photos
ପାଟନା: ସରକାରୀ ବିଭାଗରେ ଅମଲାତନ୍ତ୍ର ପ୍ରଭାବ ବଢୁଥିବା ନେଇ କିଛି ଦିନ ମତ ରଖିଥିଲେ ବିହାର ସରକାରଙ୍କ ସମାଜ କଲ୍ୟାଣ ମନ୍ତ୍ରୀ ମଦନ ସାହାନୀ। ତାଙ୍କର ଏପରି ବୟାନ ସହ ସହମତ ହୋଇନଥିଲେ ରାଜ୍ୟର ଶ୍ରମମନ୍ତ୍ରୀ ଜୀବେଶ ମିଶ। ହେଲେ ମନ୍ତ୍ରୀ ସାହାନୀଙ୍କ ବୟାନକୁ ସମର୍ଥନ କରିଛନ୍ତି ବିହାର ଜଙ୍ଗଲ ମନ୍ତ୍ରୀ ନୀରଜ କୁମାର ବବଲୁ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନରାମ ମାଞ୍ଝି।
କିଛି ଦିନ ପୂର୍ବେ ବିହାର ସରକାରଙ୍କ (Bihar Government) ସମାଜ କଲ୍ୟାଣ ମନ୍ତ୍ରୀ (Social Welfare Minister) ମଦନ ସାହାନୀ (Madan Sahni) କହିଥିଲେ ମୋ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ମନମାନି କରୁଛନ୍ତି। ବିଭାଗୀୟ ଅଧିକାରୀ ମୋ କଥା ଶୁଣୁନାହାଁନ୍ତି ମୁଁ ସେତେବେଳେ କିପରି ଭାବେ ଜନସାଧାରଣ ସେବା କରିବାକୁ ସକ୍ଷମ ହେବି। ଯଦି ମୁଁ ଲୋକଙ୍କ ଲାଗି କିଛି କାମ କରିପାରିବି ନାହିଁ, ତାହେଲେ ମୁଁ ମନ୍ତ୍ରୀ ପଦରେ ରହିବାର କୌଣସି ଲାଭ ନାହିଁ। ରାଜ୍ୟର କୌଣସି ବିଧାୟକ କିମ୍ବା ମନ୍ତ୍ରୀଙ୍କ କଥା ଶୁଣାଯାଉ ନାହିଁ। ସରକାରରେ ଦୁର୍ନୀତି ଏବଂ ଅମଲାତନ୍ତ୍ର ଚରମସୀମାରେ ପହଞ୍ଚିଛି।
Also Read: କଥା ଶୁଣୁନାହାଁନ୍ତି ଅଫିସର, କେମିତି କରିବି ଲୋକଙ୍କ ସେବା: ବିହାର ମନ୍ତ୍ରୀ
ଏହା ଉପରେ ଜବାବ ଦେଇ ବିହାର ଶ୍ରମ ମନ୍ତ୍ରୀ (Bihar Labour Minister) ଜୀବେଶ ମିଶ୍ର (Jibesh Mishra) କହିଛନ୍ତି ମୁଁ ଯେଉଁ ବିଭାଗର ମନ୍ତ୍ରୀ ହୋଇଛି ସେଠାରେ ଅମଲାତନ୍ତ୍ର ସେତେ ମାତ୍ରାରେ ସକ୍ରିୟ ନାହିଁ। ଏହା ହୋଇପାରେ ତାଙ୍କର ତାଙ୍କ ବିଭାଗୀୟ ଅଧିକାରୀଙ୍କ ସହ ସମନ୍ୱୟ ରହୁ ନଥାଇପାରେ।
ଶ୍ରମ ମନ୍ତ୍ରୀ ମିଶ୍ରଙ୍କ ବୟାନ ଶୁଣିବା ଏହାର ପାଲଟା ଜବାବ ଦେଇ ମନ୍ତ୍ରୀ ସାହାନୀ କହିଛନ୍ତି ଆମେ ହେଉଛୁ ରାଜନୈତିକ ବ୍ୟକ୍ତିବିଶେଷ କାହାର ଦଲାଲ ନୁହେଁ ଯିଏ ଅମଲାତନ୍ତ୍ର ସହ ଜଡିତ ଅଧିକାରୀଙ୍କ ସହ ତାଳମେଳ ରକ୍ଷା କରିବ। ସେ ନିଜ ଜ୍ଞାନ ତାଙ୍କ ପାଖରେ ରଖନ୍ତୁ। ମୋତେ କାହାର ସାର୍ଟିଫିକେଟ ଦେବା ଆବଶ୍ୟକ ନାହିଁ। ଗତ ଶନିବାର ରାଜ୍ୟର ମୁଜାଫରପୁର ଜିଲ୍ଲାରେ ଆୟୋଜିତ ହୋଇଥିବା ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଯୋଗ ଦେବା ଲାଗି ଏଠାକୁ ଗସ୍ତ କରିଥିଲେ ବିହାର ସରକାରଙ୍କ ଏହି ଦୁଇ ମନ୍ତ୍ରୀ। ମାତ୍ର ଉଭୟଙ୍କ ବୟାନକୁ ନେଇ ସରଗରମ ହୋଇଉଠିଛି ରାଜ୍ୟ ରାଜନୀତି। ମୁଁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ମୁଁ ଜଣେ ବିଧାୟକ ଭାବ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ (CM Nitish Kumar) ନେତୃତ୍ୱରେ କାର୍ଯ୍ୟ କରିବି ବୋଲି କହିଥିଲେ ସମାଜ କଲ୍ୟାଣ ମନ୍ତ୍ରୀ ସାହାନୀ।
Also Read: ମନ୍ତ୍ରୀଙ୍କୁ ବିଭାଗ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ନୀତିଶ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ
ମନ୍ତ୍ରୀ ସାହାନୀ ରଖିଥିବା ବୟାନକୁ ସମର୍ଥନ ଜଣାଇଛନ୍ତି ବିହାର ଜଙ୍ଗଲ ମନ୍ତ୍ରୀ (Bihar Forest Minister) ନୀରଜ କୁମାର ବବଲୁ (Neeraj Kumar Bablu)। ଏନେଇ ସେ କହିଛନ୍ତି ସମାଜ କଲ୍ୟାଣ ମନ୍ତ୍ରୀ ଯେଉଁ ଅଭିଯୋଗ କରିଛନ୍ତି ସେ ବାବଦରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଯାଞ୍ଚ କରିବା ଆବଶ୍ୟକ। ଏ ଘଟଣାରେ ମୁଖ୍ୟମନ୍ତ୍ରୀ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର।
ମୁଁ ମୋ ବିଭାଗର ବିଭାଗୀୟ ଅଧିକାରୀଙ୍କୁ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦେଇଛି ଗଣମାଧ୍ୟମରେ ପ୍ରତିକ୍ରିୟା ରଖିବାରୁ ନିବୃତ୍ତ ରୁହନ୍ତୁ। ବିଭିନ୍ନ ସମୟରେ ସରକାରୀ ଅଧିକାରୀ ମନମାନି କରୁଥିବା କଥାକୁ ସ୍ୱୀକାର କରିଛନ୍ତି ବିହାର ଜଙ୍ଗଲ ମନ୍ତ୍ରୀ। ନିର୍ବାଚିତ ଜନପ୍ରତିନିଧିଙ୍କ ସମ୍ମାନ କରାଯିବା ଆବଶ୍ୟକ। ଯଦି କୌଣସି ସରକାରୀ ଅଧିକାରୀ ମନ୍ତ୍ରୀ, ସାଂସଦ କିମ୍ବା ବିଧାୟକଙ୍କ କଥା ଶୁଣୁନାହାଁନ୍ତି ତାହେଲେ ସେମାନେ ଏପରି କରନ୍ତୁ ନାହିଁ ବୋଲି କହିଛନ୍ତି ସେ।
ଉଭୟ ନୀରଜ କୁମାର ବବଲୁ ଏବଂ ଜୀବେଶ ମିଶ୍ର ବିଜେପି କୋଟାରୁ ବିହାର ସରକାରରେ ମନ୍ତ୍ରୀ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ସହଯୋଗୀ ଜେଡିୟୁ ନେତା ତଥା ମନ୍ତ୍ରୀ ସାହାନୀଙ୍କ ସପକ୍ଷରେ ରହିଥିବା ବେଳେ ଅନ୍ୟ ଜଣେ ତାଙ୍କ ବିପକ୍ଷରେ ଅଛନ୍ତି।
Also Read: ୧୫ ବର୍ଷରେ ସପ୍ତମ ପାଳି, ଜାଣନ୍ତୁ ମୁଖ୍ୟମନ୍ତ୍ରୀ ନୀତିଶଙ୍କ ରାଜନୈତିକ ଜୀବନ ଯାତ୍ରା
ରାଜ୍ୟ ଜଙ୍ଗଲ ମନ୍ତ୍ରୀଙ୍କ ପରେ ମନ୍ତ୍ରୀ ସାହାନୀଙ୍କ ସମର୍ଥନରେ ଆସିଛନ୍ତି ହାମ ଅଧ୍ୟକ୍ଷ (HAM Chief) ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ (Former Bihar Chief Minister) ଜିତନ ରାମ ମାଞ୍ଝି (Jitan Ram Manjhi)। ଏନେଇ ସେ କହିଛନ୍ତି ରାଜ୍ୟ ପ୍ରଶାସନରେ କାର୍ଯ୍ୟରତ ୨୦-୩୦ ପ୍ରତିଶତ ଅଧିକାରୀ ମନ୍ତ୍ରୀ କିମ୍ବା ବିଧାୟକଙ୍କ କଥାକୁ ଗୁରୁତ୍ୱ ଦେଉନାହାଁନ୍ତି। ଏ ଘଟଣା ବାବଦରେ ମୁଁ ମୋର ସହଯୋଗୀ ଜେଡିୟୁ ଏବଂ ବିଜେପି ନେତାଙ୍କୁ ଜଣାଇ ସାରିଛି।