ବିହାରରେ ମନ୍ତ୍ରୀ ହେବାକୁ ବ୍ୟାକୁଳ କଂଗ୍ରେସ ବିଧାୟକ, ସୋନିଆକୁ ନିଜ ତରଫରୁ କଲେ ସୁପାରିଶ
Advertisement
Article Detail0/zeeodisha/odisha1299645

ବିହାରରେ ମନ୍ତ୍ରୀ ହେବାକୁ ବ୍ୟାକୁଳ କଂଗ୍ରେସ ବିଧାୟକ, ସୋନିଆକୁ ନିଜ ତରଫରୁ କଲେ ସୁପାରିଶ

Bihar Cabinet Expansion: ବିହାର ପ୍ରଦେଶ କଂଗ୍ରେସ କମିଟି ସଭାପତି ମଦନ ମୋହନ ଝା କହିଛନ୍ତି, 'ନାମ ଓ ସଂଖ୍ୟା ହାଇକମାଣ୍ଡଙ୍କ ଦ୍ୱାରା ସ୍ଥିର ହେବ । ଆମେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ନିଷ୍ପତିକୁ ଅପେକ୍ଷା କରିଛୁ ।'

ସୌ: ସୋସିଆଲ ମିଡିଆ

Bihar Cabinet Expansion: ବିହାରରେ ରାଜନୈତିକ ତୁଫାନ ଏପର୍ଯ୍ୟନ୍ତ ଥମିବାର ନାମ ନେଉନାହିଁ । ବର୍ତ୍ତମାନ କ୍ୟାବିନେଟ୍ ବିସ୍ତାରକୁ (Bihar Cabinet Expansio) ନେଇ ଦଳ ମଧ୍ୟରେ ଆଭ୍ୟନ୍ତରୀଣ କଳହ ହେବାର ସମ୍ଭାବନା ରହିଛି । କହିରଖୁଛୁ ଯେ, ବର୍ତ୍ତମାନ ରାଜ୍ୟ କ୍ୟାବିନେଟ ଉପରେ ଅନେକ କଂଗ୍ରେସ ବିଧାୟକଙ୍କ (Congress MLA) ନଜର ରହିଛି । କେବଳ ଏତିକି ନୁହେଁ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତି ସୋନିଆ ଗାନ୍ଧୀଙ୍କୁ (Sonia Gandhi) ମଧ୍ୟ ଚିଠି ଲେଖାଯାଉଛି । ଏହି ସମୟରେ ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ (Tejashwi Yadav) ମଧ୍ୟ ଦିଲ୍ଲୀରେ ପହଞ୍ଚିଛନ୍ତି । ସେ ଶୁକ୍ରବାର ଦିନ ସୋନିଆଙ୍କୁ ଭେଟିବାକୁ ଯାଉଛନ୍ତି ।

ଖଗଡିୟା ସଦର କଂଗ୍ରେସ ବିଧାୟକ ଛତ୍ରପତି ଯାଦବ କଂଗ୍ରେସ ହାଇକମାଣ୍ଡଙ୍କୁ ଏକ ଚିଠି ଲେଖିଛନ୍ତି । କ୍ୟାବିନେଟରେ ମନ୍ତ୍ରୀ ପଦ ପାଇଁ ତାଙ୍କ ନାମକୁ ବିଚାର କରାଯାଉ ବୋଲି ସେ ଦାବି କରିଛନ୍ତି । ବିଶେଷ କଥା ହେଉଛି ସେ ତାଙ୍କ ଜାତି ବିଷୟରେ ଉଲ୍ଲେଖ କରିଛନ୍ତି । ବର୍ତ୍ତମାନ ବିହାର ରାଜ୍ୟରେ କ୍ୟାବିନେଟ ବିସ୍ତାରକୁ ନେଇ ସ୍ଥିତି ସ୍ପଷ୍ଟ ହୋଇନାହିଁ ।

ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ସେ କହିଛନ୍ତି ଯେ ମୁଁ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଏକ ଚିଠି ଲେଖିଛି ଏବଂ ମୋର ନାମକୁ ବିଚାର କରିବାକୁ ଅନୁରୋଧ କରିଛି, କାରଣ କ୍ୟାବିନେଟରେ ମୋର ଅନ୍ତର୍ଭୁକ୍ତ ହେବା ଓବିସି ଓ ବିଶେଷକରି ଯାଦବଙ୍କୁ ଏକ ଦୃଢ଼ ବାର୍ତ୍ତା ପଠାଇବ । ମୁଁ ବିହାରରେ ଦଳର ଏକମାତ୍ର ଯାଦବ ବିଧାୟକ ।

ସେ କହିଛନ୍ତି, “ମୋ ବାପା ରାଜେନ୍ଦ୍ର ପ୍ରସାଦ ଯାଦବ ତିନି ମୁଖ୍ୟମନ୍ତ୍ରୀ ତଥା ବିନ୍ଦେଶ୍ୱରୀ ଦୁବେ, ଭାଗବତ ଝା ଆଜାଦ ଓ ଜଗନ୍ନାଥ ମିଶ୍ରଙ୍କ ନେତୃତ୍ୱରେ କାର୍ଯ୍ୟ କରିଛନ୍ତି । ରାଜ୍ୟର ବାମ ଦଳମାନେ ସରକାରଙ୍କୁ ବାହ୍ୟ ସମର୍ଥନ ଦେବାକୁ ଘୋଷଣା କରିଛନ୍ତି । ବାମ ଦଳଗୁଡିକରେ ସମୁଦାୟ ୧୬ ଜଣ ବିଧାୟକ ଅଛନ୍ତି । ଏହା ବ୍ୟତୀତ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ମଧ୍ୟ ମହାମେଣ୍ଟରେ ସାମିଲ ହୋଇଛି ।

ବିହାର ପ୍ରଦେଶ କଂଗ୍ରେସ କମିଟି ସଭାପତି ମଦନ ମୋହନ ଝା କହିଛନ୍ତି, 'ନାମ ଓ ସଂଖ୍ୟା ହାଇକମାଣ୍ଡଙ୍କ ଦ୍ୱାରା ସ୍ଥିର ହେବ । ଆମେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ନିଷ୍ପତିକୁ ଅପେକ୍ଷା କରିଛୁ ।' ବର୍ତ୍ତମାନ ବିହାର କ୍ୟାବିନେଟରେ ସିଏମ ନୀତିଶ କୁମାର ଓ ଡେପୁଟି ସିଏମ ତେଜସ୍ୱୀ ଯାଦବ ରହିଛନ୍ତି ।

ବିହାର କ୍ୟାବିନେଟରେ କଂଗ୍ରେସକୁ ୪ ଟି ପଦବୀ ଦିଆଯିବାର ସମ୍ଭାବନା ରହିଛି । ଏହି ସମୟରେ ଝା, ବିଧାନସଭା ଦଳର ନେତା ଅଜିତ ଶର୍ମା, ବିଜୟ ଶଙ୍କର ଦୁବେ, ଶକିଲ ଅହମ୍ମଦ ଓ ରାଜେଶ ରାମଙ୍କ ନାମ ଉପରେ ବିଚାର କରାଯାଉଛି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଶୁକ୍ରବାର ଦିନ କ୍ୟାବିନେଟ ସମ୍ପ୍ରସାରଣକୁ ନେଇ କଂଗ୍ରେସ ମୁଖ୍ୟ ଓ ଆରଜେଡି ନେତାଙ୍କ ମଧ୍ୟରେ ଆଲୋଚନା ମଧ୍ୟ ହୋଇପାରେ ।

ଏହା ବି ପଢ଼ନ୍ତୁ: ତେଜସ୍ୱୀଙ୍କ ୧୦ ଲକ୍ଷ ସରକାରୀ ଚାକିରି ପ୍ରତିଶ୍ରୁତି ଉପରେ ପ୍ରଥମ ଥର ଜବାବ ରଖିଲେ ନୀତିଶ

ଏହା ବି ପଢ଼ନ୍ତୁ: ଭାରତ ବିପକ୍ଷ ମ୍ୟାଚ୍ ପୂର୍ବରୁ ପାକିସ୍ତାନକୁ ଲାଗିଲା ବଡ଼ ଝଟକା; ଫିଟ୍ ନାହଁନ୍ତି ଶାହିନ୍ ଆଫ୍ରିଦି