Bihar Politics: ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧି
Advertisement
Article Detail0/zeeodisha/odisha1273687

Bihar Politics: ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧି

Bihar CM Nitish Kumar:  ଦେଶର ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହରେ ବିହାର ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିକୁ ନେଇ ସରଗରମ ହୋଇଉଠିଛି ରାଜନୀତି। 

Bihar Politics: ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧି

Bihar CM Nitish Kumar: ଚଳିତ ଜୁଲାଇ ୨୧ ତାରିଖରେ ଦେଶର ୧୫ ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ ଦ୍ରୌପଦୀ ମୁର୍ମୁ। ଜୁଲାଇ ୨୫ ତାରିଖ ସୋମବାର ସଂସଦସ୍ଥିତ ସେଣ୍ଟ୍ରାଲ ହଲ ଠାରେ  ଅନୁଷ୍ଠିତ ହୋଇଛି ତାଙ୍କର ଶପଥ ଗ୍ରହଣ ସମାରୋହ। ଦେଶର ନବ ନିର୍ବାଚିତ  ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦି, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ବ୍ୟତୀତ ଅନେକ  ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ। ହେଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହି କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହିଛନ୍ତି। ଶପଥ ଗ୍ରହଣରୁ ତାଙ୍କର ଅନୁପସ୍ଥିତିକୁ ବିରୋଧି ବିଜେପି-ଜେଡିୟୁ ମେଣ୍ଟ ସମ୍ପର୍କ ଉପରେ ପ୍ରଶ୍ନ ଉଠାଇଛନ୍ତି।

ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଆରଜେଡି ଉପାଧ୍ୟକ୍ଷ ଶିବାନନ୍ଦ ତିୱାରୀ (RJD Leader Shivanand Tiwari) କହିଛନ୍ତି ଯେ ବିଜେପି-ଜେଡିୟୁ ମେଣ୍ଟରେ କଣ ଚାଲିଛି ତାହା ମୁଁ ବୁଝି ପାରୁନାହିଁ। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଉ ପୂର୍ବ ଭଳି ବିଜେପି ସହ ସହଜ ମଣୁନାହାଁନ୍ତି। ଦେଶର ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହରେ ଶପଥ ଗ୍ରହଣ ଉତ୍ସବରେ ଯୋଗ ନଦେବାର କାରଣ ଉଭୟ ଦଳ ଜାଣିଛନ୍ତି।  

ଆରଜେଡି ପକ୍ଷରୁ ଜେଡିୟୁ ନେତା ନୀରଜ କୁମାର (JDU Leader Neeraj Kumar) କହିଛନ୍ତି ଯେ ଆମ ଦଳ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ (NDA Candidate Draupadi Murmu) ସମର୍ଥନ କରିଛି। ଏହାକୁ ନେଇ ପ୍ରଶ୍ନ ଉଠାଇବାର କୌଣସି କାରଣ ନାହିଁ। ଏହାକୁ ନେଇ କୌଣସି ପ୍ରକାର ଅସନ୍ତୋଷ କେଉଁଠୁ ଆସିଲା। ଦେଶର ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହରେ ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କାହିଁକି ଅନୁପସ୍ଥିତ ରହିଲେ ତାହାର କାରଣ ତାଙ୍କ କାର୍ଯ୍ୟାଳୟରୁ ମିଳିଯିବ। ଏହାକୁ ନେଇ ଜାରି ରହିଥିବା ବୟାନବାଜି ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ଯେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିଲା। ଯେଉଁଥିପାଇଁ ସେ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇ ପାରିନଥିଲେ।

ଏହା ପ୍ରଥମ ଘଟଣା ନୁହେଁ ଯେତେବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର (Bihar CM Nitish Kumar) ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗ ଦେଇନାହାଁନ୍ତି। ଏହାପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ଅନେକ କାର୍ଯ୍ୟରେ ଅଂଶଗ୍ରହଣ କରିନଥିଲେ। ଯେଉଁଠି ତାଙ୍କୁ ବିଜେପି ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା। ଗତ ଜୁଲାଇ ୧୭ ତାରିଖରେ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା ଡକାଯାଇଥିବା ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ମଧ୍ୟ ଯୋଗ ଦେଇନଥିଲେ। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆୟୋଜିତ ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ରାତ୍ରୀ ଭୋଜନ କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ। 

Also Read: ରାଷ୍ଟ୍ରପତି ନିର୍ବାଚନ ଲଢିବାକୁ ନେଇ ପ୍ରତିକ୍ରିୟା ରଖିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର