Assembly Election: ଗୁଜୁରାଟ-ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପରେ ଏହି ରାଜ୍ୟ ଉପରେ ରହିଛି ବିଜେପି ନଜର
Advertisement
Article Detail0/zeeodisha/odisha1335175

Assembly Election: ଗୁଜୁରାଟ-ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପରେ ଏହି ରାଜ୍ୟ ଉପରେ ରହିଛି ବିଜେପି ନଜର

Assembly Election: ପ୍ରାୟ ଦେଢ ଦଶନ୍ଧି ଧରି ଏହି ରାଜ୍ୟରେ ବିଜେପି କ୍ରମାଗତ ଭାବେ ସରକାର ଗଠନ କରି ଆସୁଥିଲା। ମାତ୍ର ଗତ ୨୦୧୮ ବିଧାନସଭା ନିର୍ବାଚନରେ ​​କଂଗ୍ରେସ ବିଜେପି ସରକାରକୁ ଗାଦିଚ୍ୟୁତ କରି ଏଠାରେ କ୍ଷମତା ଦଖଲ କରିଥିଲା।

Assembly Election: ଗୁଜୁରାଟ-ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପରେ ଏହି ରାଜ୍ୟ ଉପରେ ରହିଛି ବିଜେପି ନଜର

Assembly Election: ଚଳିତ ବର୍ଷ ଶେଷ ଆଡକୁ ହେବାକୁ ଯାଉଛି ଗୁଜୁରାଟ-ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ। ମାତ୍ର ଏହା ପୂର୍ବରୁ ଆସନ୍ତା ବର୍ଷ ଶେଷ ଆଡକୁ ହେବାକୁ ଯାଉଥିବା ଅନ୍ୟ ଏକ ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ ପ୍ରସ୍ତୁତ ହୋଇଉଠିଛନ୍ତି ଦେଶର ୨ ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ-ବିଜେପି। ଉଭୟ ଦଳ ସେମାନଙ୍କ ଦଳୀୟ ରଣନୀତି ଅନୁଯାୟୀ କାମ କରିବା ଆରମ୍ଭ କରିଛନ୍ତି। ଯାହାକୁ ନେଇ ସରଗରମ ହୋଇଉଠିଛି ସେଠାକାର ରାଜନୀତି। ପ୍ରାୟ ଦେଢ ଦଶନ୍ଧି ଧରି ଏହି ରାଜ୍ୟରେ ବିଜେପି କ୍ରମାଗତ ଭାବେ ସରକାର ଗଠନ କରି ଆସୁଥିଲା। ମାତ୍ର ଗତ ୨୦୧୮ ବିଧାନସଭା ନିର୍ବାଚନରେ ​​କଂଗ୍ରେସ ବିଜେପି ସରକାରକୁ ଗାଦିଚ୍ୟୁତ କରି ଏଠାରେ କ୍ଷମତା ଦଖଲ କରିଥିଲା। ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ଉଭୟ ରାଜନୈତିକ ଦଳ ବେଶ ସତର୍କ ହୋଇଉଠିଛନ୍ତି। କାରଣ କଂଗ୍ରେସ ଏଠାରେ କ୍ଷମତାରେ ରହିବାକୁ କଳ ବଳ କୌଶଳ ଲଗାଇ ଦେଇଥିବା ବେଳେ ବିଜେପି ପୁଣି ଥରେ କ୍ଷମତାକୁ ଫେରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛି।

ଆସନ୍ତା ବର୍ଷ ଶେଷ ଆଡକୁ ହେବାକୁ ଯାଉଛି ଛତିଶଗଡ଼ ବିଧାନସଭା ନିର୍ବାଚନ (Chhattisgarh Assembly Election 2023)। ମୋଟ ୯୦ ଆସନ ବିଶିଷ୍ଟ ଛତିଶଗଡ଼ ବିଧାନସଭାରେ (Chhattisgarh Legislative Assembly) ୭୧ କଂଗ୍ରେସ (Congress), ୧୪ ବିଜେପି (BJP), ୩ ଜନତା କଂଗ୍ରେସ ଛତିଶଗଡ଼ (Janta Congress Chhattisgarh) ଏବଂ ୨ ବିଏସପି (BSP) ବିଧାୟକ ଅଛନ୍ତି। କୌଣସି ପ୍ରକାରେ ତୃଣମୂଳ ସ୍ତରରେ  ସ୍ଥିତି ବଦଳି ଯାଉ ତାହା ବିଜେପି ଚାହୁଁଛି। ଏହି କାରଣରୁ ଦଳ ବଡ଼ ଧରଣର ପରିବର୍ତ୍ତନ ଆଣିଛି। ଅଜୟ ଜାମୱାଲଙ୍କୁ ଦଳର ଆଞ୍ଚଳିକ ସଙ୍ଗଠନ ମହାମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି। ତାଙ୍କୁ ଛତିଶଗଡ ସହିତ ମଧ୍ୟପ୍ରଦେଶର ଦାୟିତ୍ୱ ଦିଆଯାଇଛି। ହେଲେ କଥା ହେଉଛି ଯେ ଦଳ ରାଜଧାନୀ ରାୟପୁର ଠାରେ ତାଙ୍କର ମୁଖ୍ୟାଳୟ କରିବାକୁ ନିଷ୍ପତ୍ତି ନେଇଛି।

ସେହିଭଳି ଦଳର ରାଜ୍ୟ ଶାଖା ସଭାପତିଙ୍କୁ ମଧ୍ୟ ବଦଳା ଯାଇଛି। ବର୍ତ୍ତମାନ ବିଷ୍ଣୁ ଦେବ ସାଇଙ୍କ (Vishnudev Sai) ସ୍ଥାନରେ ଅରୁଣ ସାଓଙ୍କୁ ( Arun Sao) ଛତିଶଗଡ଼ ବିଜେପି (Chhattisgarh BJP Unit President) ଅଧ୍ୟକ୍ଷ କରାଯାଇଛି। ଦଳ ତୃଣମୂଳସ୍ତରକୁ ଓହ୍ଲାଇ କଂଗ୍ରେସ ସରକାର ବିରୋଧରେ ଲଢେଇ କରିବା ପାଇଁ ପ୍ରସ୍ତୁତି ହେଉଛି। କେବଳ ଦଳୀୟ ରାଜ୍ୟ ଶାଖା ସଭାପତି ନୁହେଁ ବିଧାନସଭାରେ ବିରୋଧୀ ଦଳର ନେତାଙ୍କୁ ପରିବର୍ତ୍ତନ କରିଛି ରାଜ୍ୟର ମୁଖ୍ୟ ବିରୋଧି ଦଳ ବିଜେପି। ବର୍ତ୍ତମାନ ନାରାୟଣ ଚନ୍ଦେଲଙ୍କୁ (Narayan Chandel) ବିଜେପି ଛତିଶଗଡ଼ ବିରୋଧୀ ଦଳ ନେତା (Chhattisgarh Opposition Leader) ନିଯୁକ୍ତ କରିଛି। ପୂର୍ବରୁ ଏହି ଦାୟିତ୍ୱରେ ଧର୍ମ ଲାଲ କୌଶିକ (Dharamlal Kaushik) ରହିଥିଲେ।

Also Read: Chhattisgarh: ରିସୋର୍ଟ ରାଜନୀତିକୁ ନେଇ ଭୂପେଶ ବଘେଲଙ୍କ ବିରୋଧରେ ବର୍ଷିଲେ ରମଣ ସିଂହ

ବର୍ତ୍ତମାନ ଛତିଶଗଡ଼ ରାଜନୀତିରେ (Chhattisgarh Politics) କଂଗ୍ରେସ ସଙ୍ଗଠନ ବଦଳରେ ସିଧାସଳଖ ଭୁପେଶ ବଘେଲ ସରକାରକୁ ସିଧାସଳଖ ଘେରିବାରେ ଜଡିତ ରହିଛି ବିଜେପି। ଏନେଇ ବିରୋଧୀ ଦଳ ନେତା ନାରାୟଣ ଚନ୍ଦେଲ କହିଛନ୍ତି ଯେ ରାଜ୍ୟରେ ବହୁ ଦୁର୍ନୀତି ରହିଛି। ସରକାର ଆକଳନ କରିବାରେ ବ୍ୟସ୍ତ ଅଛି। ନକଲି ନିଯୁକ୍ତି ଆକଳନ ସଂଗ୍ରହ କରି କଂଗ୍ରେସ ସରକାର (Chhattisgarh Congress Govt) ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛି। ଏହି ସରକାର ଏପରି ଏକ ସରକାର ଯିଏ ପ୍ରତିଶୃତି ଭାଙ୍ଗିବାରେ ପାରଙ୍ଗମ। ଛତିଶଗଡ଼ର କଂଗ୍ରେସ ସରକାର ବିଶ୍ୱାସଯୋଗ୍ୟ ନୁହେଁ।

ଅନ୍ୟପକ୍ଷରେ କଂଗ୍ରେସ, ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ (Chhattisgarh CM Bhupesh Baghel) ନେତୃତ୍ୱାଧୀନ ସରକାରର ଯୋଜନାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାରେ ବ୍ୟସ୍ତ ରହିଛି। ଏହା ସହିତ ମୁଖ୍ୟମନ୍ତ୍ରୀ ପରିଦର୍ଶନ ସଭା ଅଭିଯାନ ମାଧ୍ୟମରେ ଜନସାଧାରଣଙ୍କ ନିକଟରେ ପହଞ୍ଚିବା ତୃଣମୂଳ ସ୍ତରରେ ଦଳ ଲୋକଙ୍କ କେତେ ନିକଟତର ହୋଇଛି ତାହାର ଆକଳନ କରିବାକୁ ଚେଷ୍ଟା କରୁଛନ୍ତି ମୁଖ୍ୟନ୍ତ୍ରୀ। ଦଳର ନେତା ଭୂପେଶ ବଘେଲଙ୍କ ନେତୃତ୍ୱରେ କଂଗ୍ରେସ ଏବେ ରାଜ୍ୟରେ ସମ୍ପୂର୍ଣ୍ଣ ସକ୍ରିୟ ହୋଇଉଠିବା ସହ ସମସ୍ତଙ୍କୁ ଏକଜୁଟ ରଖିବାରେ ପ୍ରୟାସ ଜାରି ରଖିଛି। କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଏବେ ମୁଖ୍ୟମନ୍ତ୍ରୀ ବଘେଲଙ୍କ ଟାର୍ଗେଟରେ ରହିଛି।