'ନବୀନ ବାବୁ ଚିଠି ଲେଖା ବନ୍ଦ କରନ୍ତୁ'
Advertisement
Article Detail0/zeeodisha/odisha1022010

'ନବୀନ ବାବୁ ଚିଠି ଲେଖା ବନ୍ଦ କରନ୍ତୁ'

ସମସ୍ତଙ୍କୁ ଜଣା ବିଜେଡି କୁଜି ନେତା JCB ଲଗେଇ କାମ କରୁଛନ୍ତି। ଆଉ ମିଛ ମଷ୍ଟରରୋଲ କରି ଟଙ୍କା ଆତ୍ମସାତ କରୁଛନ୍ତି। ମୃତ ବ୍ୟକ୍ତିଙ୍କ ନାଁରେ କାମ ହେଉଛି। ଜଣେ ବ୍ୟକ୍ତି ପାଞ୍ଚ ଜାଗାରେ କାମ କରୁଛି। ମୁଖ୍ୟମନ୍ତ୍ରୀ ଚିଠି ଲେଖା ବନ୍ଦ କରି ସେଦିଗରେ ଧ୍ୟାନ ଦିଅନ୍ତୁ। ୨୦୨୦-୨୧ରେ ମାତ୍ର ୨୩% ଓ ୨୦୨୧-୨୨ରେ ମାତ୍ର ୩% କାମ ଶେଷ ହେଇପାରିଛି, ହେଲେ ସବୁ ପଇସା ଖର୍ଚ୍ଚ ହେଇଗଲା।

ଡିଜାଇନ୍ ଫଟୋ

ଭୁବନେଶ୍ୱର: ନବୀନବାବୁ ଚିଠି ଲେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ MNREGA ପାଇଁ ଟଙ୍କା ମାଗିଛନ୍ତି। ହେଲେ ପୂର୍ବରୁ ପାଇଥିବା ଅର୍ଥ କେମିତି ଖର୍ଚ୍ଚ କଲେ ତାର ହିସାବ ଦେବାକୁ ପ୍ରସ୍ତୁତ ନୁହନ୍ତି। ୨୦୨୧-୨୨ ପାଇଁ ୩୫୭୭ କୋଟି ଟଙ୍କା ପାଇ ସାରିଛନ୍ତି ହେଲେ ବାକି ଟଙ୍କା ପାଇବାର ସର୍ତ୍ତ ପୂରଣ ନ କରି ଆହୁରି ଅର୍ଥ ମାଗିବା ହାସ୍ୟାସ୍ପଦ ବୋଲି ବିଜେପି କହିଛି।

 
ରାଜ୍ୟ ବଜେପି ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦିକା, ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, MNREGAର ବାକି ଟଙ୍କା ପାଇବାର ସର୍ତ୍ତ ଯଥା UC ଦେବା, ସମୟ ସୀମା ଭିତରେ କାମ ପୂରଣ କରିବା, ଅଡିଟ କରେଇବା, Ombudsman ନିଯୁକ୍ତି କରିବା ଆଦି କାମ ନ କରି ମୁଖ୍ୟମନ୍ତ୍ରୀ ନବୀନ ବାବୁ MNREGA ଗାଇଡ଼ଲାଇନର ଉଲ୍ଲଂଘନ କରିବା ସହ ଏଥିରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ପରୋକ୍ଷରେ ସ୍ୱୀକାର କରୁଛନ୍ତି। ପୁଣି ଗତକାଲି ଆହୁରି ୮୭୫ କୋଟି ମୋଦିଜୀ MNREGAରେ ରାଜ୍ୟକୁ ଦେଲେ।

Also Read: କେନ୍ଦ୍ରର ବଡ଼ ଫଇସଲା; ବଢ଼ିଲା ଗରିବଙ୍କ ଚିନ୍ତା, ଆଉ ନାହିଁ ମାଗଣା ରାସନ ଯୋଜନା

ସେ ପୁଣି କହିଛନ୍ତି ଯେ, ସମସ୍ତଙ୍କୁ ଜଣା ବିଜେଡି କୁଜି ନେତା JCB ଲଗେଇ କାମ କରୁଛନ୍ତି। ଆଉ ମିଛ ମଷ୍ଟରରୋଲ କରି ଟଙ୍କା ଆତ୍ମସାତ କରୁଛନ୍ତି। ମୃତ ବ୍ୟକ୍ତିଙ୍କ ନାଁରେ କାମ ହେଉଛି। ଜଣେ ବ୍ୟକ୍ତି ପାଞ୍ଚ ଜାଗାରେ କାମ କରୁଛି। ମୁଖ୍ୟମନ୍ତ୍ରୀ ଚିଠି ଲେଖା ବନ୍ଦ କରି ସେଦିଗରେ ଧ୍ୟାନ ଦିଅନ୍ତୁ। ୨୦୨୦-୨୧ରେ ମାତ୍ର ୨୩% ଓ ୨୦୨୧-୨୨ରେ ମାତ୍ର ୩% କାମ ଶେଷ ହେଇପାରିଛି, ହେଲେ ସବୁ ପଇସା ଖର୍ଚ୍ଚ ହେଇଗଲା। କୁଆଡେ ଗଲା ସେ ଟଙ୍କା? କିଏ ଖାଇଲା? ବିନା ହିସାବରେ କେନ୍ଦ୍ର ସରକାରଙ୍କ ଅର୍ଥକୁ ଲୋକଙ୍କ ରୋଜଗାର ପାଇଁ ନ ଲଗେଇ ନିଜ ଦଳ BJDର ପାଣ୍ଠି ବୃଦ୍ଧି କରିବାରେ ଲଗେଇ ମୁଖ୍ୟମନ୍ତ୍ରୀ ଅଗଣତାନ୍ତ୍ରୀକ ଓ ଜନ ବିରୋଧୀ କାମ କରିଛନ୍ତି।

ନବୀନବାବୁ କହିଲେ ଫେରିଥିବା ପ୍ରବାସୀ ଶ୍ରମିକ ଦାଦନ ଖଟିବାକୁ ପୁଣି ନଯିବାରୁ ଅଧିକ କାମ ଦରକାର ପଡୁଛି। ଏଣୁ ଶ୍ରମ ଦିବସ ୨୫ କୋଟିକୁ ବଢ଼ାଯାଉ। ହେଲେ ଏମାନଙ୍କୁ କାମ ଦେବା ନାଁରେ skill mapping ପାଇଁ କେନ୍ଦ୍ର ପଇସା କିଏ ଆତ୍ମସାତ କରିଛନ୍ତି ତାର ହିସାବ ଦିଅନ୍ତୁ। ରାଜ୍ୟ ସରକାର ନିଜେ ରୋଜଗାର ତିଆରି କରିବାପାଇଁ କଣ କରିଛନ୍ତି ବୋଲି ଲେଖାଶ୍ରୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି।