କାହିଁକି ନିଜ କାର ଭାଙ୍ଗିଲେ BJP ସାଂସଦ?
Advertisement

କାହିଁକି ନିଜ କାର ଭାଙ୍ଗିଲେ BJP ସାଂସଦ?

ରାଜ୍ୟରେ ୪ର୍ଥ ପର୍ଯ୍ୟାୟ ମତଦାନ (West Bengal Assembly Poll) ଚାଲିଥିବା ବେଳେ ଆଜି ସକାଳେ BJP ସାଂସଦ ଲକେଟ ଚାଟାର୍ଜୀ ହୁଗୁଳି ଗସ୍ତରେ ଯାଇଥିଲେ। ସେଠାରେ ତାଙ୍କୁ ସ୍ଥାନୀୟ ବାସିନ୍ଦାମାନେ ବିରୋଧ କରିଥିଲେ।

କାହିଁକି ନିଜ କାର ଭାଙ୍ଗିଲେ BJP ସାଂସଦ?

ନୂଆଦିଲ୍ଲୀ: ଆଜି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ୪ର୍ଥ ପର୍ଯ୍ୟାୟ ମତଦାନ ସରିଛି। ତେବେ ଗତ ୩ଟି ପର୍ଯ୍ୟାୟ ଅପେକ୍ଷା ଏଥର ମତଦାନ ବେଳେ ହିଂସାକାଣ୍ଡ ଘଟିଛି। କୁଚବିହାର ଜିଲ୍ଲାର ଗୁଳିକାଣ୍ଡରେ ଜଣେ ପୋଲିଂ ଏଜେଣ୍ଟ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଚାଲୁଥିବା ବେଳେ ହୁଗୁଳିରେ ଘଟିଥିବା ହଂସାକାଣ୍ଡକୁ ନେଇ ଏକ ରୋଚତ ତଥ୍ୟ ସାମନାକୁ ଆସିଛି।

ରାଜ୍ୟରେ ୪ର୍ଥ ପର୍ଯ୍ୟାୟ ମତଦାନ (West Bengal Assembly Poll) ଚାଲିଥିବା ବେଳେ ଆଜି ସକାଳେ BJP ସାଂସଦ ଲକେଟ ଚାଟାର୍ଜୀ ହୁଗୁଳି ଗସ୍ତରେ ଯାଇଥିଲେ। ସେଠାରେ ତାଙ୍କୁ ସ୍ଥାନୀୟ ବାସିନ୍ଦାମାନେ ବିରୋଧ କରିଥିଲେ। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ସୁରକ୍ଷାକର୍ମୀଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ପଡିଥିଲା। ଆଉ ସୁରକ୍ଷାକର୍ମୀ ଓ ଜନତାଙ୍କ ଧସ୍ତାଧସ୍ତି ମଧ୍ୟରେ ସାଂସଦ ଲକେଟ ଚାଟାର୍ଜୀଙ୍କ ଗାଡିର ସାଇଟ ଡୋର୍ କାଚ ଭାଙ୍ଗି ଯାଇଥିଲା।

Also Read: WB Assembly Elections 2021: ଚତୁର୍ଥ ପର୍ଯ୍ୟାୟ ମତଦାନ ବେଳେ ହିଂସାକାଣ୍ଡ, ଟଳିପଡିଲେ ୪ TMC ସମର୍ଥକ

ଏହି ଘଟଣାକୁ ନେଇ BJP ଓ TMC ମୁହାଁମୁହିଁ ହୋଇଛନ୍ତି। TMC କର୍ମୀମାନେ ସାଂସଦ ଲକେଟ ଚାଟାର୍ଜୀ (Locket Chatterjee) ଉପରେ ଆକ୍ରମଣ କରିଛନ୍ତି ଓ ତାଙ୍କ ଗାଡି ଭାଙ୍ଗିଛନ୍ତି ବୋଲି BJP ଅଭିଯୋଗ କରିଛି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି (PM Narendra Modi) ମଧ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ଙ୍କୁ ଟାର୍ଗେଟ କରିଛନ୍ତି। ସେପଟେ ସାଂସଦ ନିଜ ଗାଡ଼ି ନିଜେ ଭାଙ୍ଗି, ଅନ୍ୟ ଉପରେ BJP ଦୋଷ ଲଦୁଥିବା TMC ଅଭିଯୋଗ କରିଛି।

 

ସକାଳ ପ୍ରାୟ ୧୦ ବେଳେ BJP ସାଂସଦ ଲକେଟ ଚାଟାର୍ଜୀଙ୍କ ଗାଡି ଭାଙ୍ଗା ଯାଇଥିଲା। ଏହାର କିଛି ସମୟ ପରେ ସୋସିଆଲ ମିଡିଆରେ ଘଟଣାର ସ୍ଲୋ ମୋସନ ଭିଡିଓ ଜାରି କରାଯାଇଥିଲା। ସେହି ଭିଡିଓରେ ଗାଡିର କାଚ ଭିତର ପଟୁ ଭଙ୍ଗା ଯାଉଥିବା ସ୍ପଷ୍ଟ ଜଣା ପଡୁଛି। ଗାଡିକୁ ଚାରିପଟୁ ସୁରକ୍ଷାକର୍ମୀମାନେ ଜଗିଥିବାରୁ ବାହାରୁ ଆକ୍ରମଣ ହୋଇଥିବା ସମ୍ଭାବନା କମ। ଭାଙ୍ଗା କାଚ ମଧ୍ୟ ବାହାରକୁ ପଡୁଥିବା ଭିଡିଓରେ ଦେଖାଯାଉଛି। ସେପଟେ ଏହା ଏକ ଏଡିଟେଡ୍ ଭିଡିଓ ବୋଲି BJP କହିଛି।