ବିଜେପି ତଥ୍ୟରେ ନବୀନଙ୍କ ସ୍ୱାସ୍ଥ୍ୟ ସେବାର ନଗ୍ନ ଚିତ୍ର
Advertisement

ବିଜେପି ତଥ୍ୟରେ ନବୀନଙ୍କ ସ୍ୱାସ୍ଥ୍ୟ ସେବାର ନଗ୍ନ ଚିତ୍ର

ରାଜ୍ୟ ବିଜେପି ଅଭିଯୋଗ କରିଛି ଯେ, କୋରୋନାର ଦୁଇଟି ଯାକ ଲହରରେ ରାଜ୍ୟ ସରକାର କେବଳ ଡାଟା ମାନିପୁଲେସନ କରିଥିଲେ। ଅଡିଟ କରି ମୃତ୍ୟୁ ତଥ୍ୟ ଦେଲେ। ଲୋକଙ୍କୁ ଭ୍ରମିତ କରିବାର ଏ ହେଉଛି ଜ୍ୱଳନ୍ତ ଉଦାହରଣ। ପୂର୍ବ ବର୍ଷ ତୁଳନାରେ ୧୦ ଗୁଣା ମୃତ୍ୟୁ ହାର ବଢିଛି।

ଡିଜାଇନ୍ ଫଟୋ

ଭୁବନେଶ୍ୱର: ମହାମାରୀ କୋରୋନାର ପ୍ରକୋପ ଆରମ୍ଭ ପୂର୍ବରୁ ବିଜେପିର ଟାର୍ଗେଟରେ ରହିଛି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସେବା। ଆଉ କୋରୋନା କାଳ, ନିଆଁରେ ଘିଅ ଢାଳିବା ପରି କାମ କରିଛି। ପୂର୍ବରୁ ସରକାର ଉପରେ ବିଜେପି ଯେତିକି ଆକ୍ରମକ ଥିଲା ଏବେ ତାଠାରୁ ଅଧିକ ହୋଇଛି। ସରକାରଙ୍କ ଦୋଷ ତ୍ରୁଟିକୁ ଲୋକଲୋଚନକୁ ଆଣିବା ସହ ରାଜ୍ୟର ବିଭିନ୍ନ ଯୋଜନା ଉପରେ ପ୍ରଶ୍ନ ଉଠାଇଛ।

ରାଜ୍ୟ ବିଜେପି ଅଭିଯୋଗ କରିଛି ଯେ, କୋରୋନାର ଦୁଇଟି ଯାକ ଲହରରେ ରାଜ୍ୟ ସରକାର କେବଳ ଡାଟା ମାନିପୁଲେସନ କରିଥିଲେ। ଅଡିଟ କରି ମୃତ୍ୟୁ ତଥ୍ୟ ଦେଲେ। ଲୋକଙ୍କୁ ଭ୍ରମିତ କରିବାର ଏ ହେଉଛି ଜ୍ୱଳନ୍ତ ଉଦାହରଣ। ପୂର୍ବ ବର୍ଷ ତୁଳନାରେ ୧୦ ଗୁଣା ମୃତ୍ୟୁ ହାର ବଢିଛି। କିନ୍ତୁ ସରକାର ଏହି ତଥ୍ୟ ଦେଲେନାହିଁ। ରାୟଗଡ଼ା, ମାଲକାନଗିରିରେ ମାତ୍ର ୧୦ଟି ICU ବେଡ଼ ରହିଛି। ରାଜ୍ୟରେ ୧୮୬୪ ଜଣରେ ଜଣେ ଡାକ୍ତର ଅଛନ୍ତି। ଡାକ୍ତର ପଦବୀ ଖାଲି ପଡିଛି। ଏଥିରେ ରାଜ୍ୟ ସରକାର ଡିଣ୍ଡିମ ପିଟୁଛନ୍ତି କି ଆମେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛୁ ବୋଲି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି।

Also Read: କୋରୋନା ମାମଲାରେ ଆସିଲା ଗୁଡ୍ ନ୍ୟୁଜ୍ 

ବିଜେପି (BJP) ସାଧାରଣ ସମ୍ପାଦକ (Golak Mohapatra) ପୁଣି କହିଛନ୍ତି, " ତୃତୀୟ ଲହରରେ ବିପଦ ରହିଛି ଶିଶୁଙ୍କ ପ୍ରତି। ଏଯାଏ କୋରୋନା (Coronavirus) ରେ ରାଜ୍ୟରେ ୨୩ ଜଣ ଶିଶୁଙ୍କ ମୃତ୍ୟୁ ହେଲାଣି। ଶିଶୁ ଡାକ୍ତର ମଧ୍ୟ ଯଥେଷ୍ଟ ନାହାଁନ୍ତି ପିଏଚସି ଓ ସିଏଚସିରେ। ଅମ୍ଳଜାନ ପ୍ଲାଣ୍ଟ କୌଣସି ଡାକ୍ତରଖାନାରେ ହେଲାନି। ଏଭଳି ଦୁର୍ବଳ ସ୍ୱାସ୍ଥ୍ୟ ଭିତ୍ତିଭୂମି ଥିବା ରାଜ୍ୟ ତୃତୀୟ ଲହରକୁ କେମିତି ମୁକାବିଲା କରିବ।"

ସୂଚନାଯୋଗ୍ୟ, ରାଜ୍ୟରେ ଦିନକରେ ଆଉ ୪୭୧ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬ ଜଣଙ୍କ ମୃତ୍ୟୁ ହୋଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୫୭ ଜଣ ଅଛନ୍ତି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୧୬ ହଜାର ୮୩୩କୁ ବୃଦ୍ଧି ପାଇଛି। ଏବେ ବି ୬ ହଜାର ୫୪୮ ଜଣ କୋଭିଡ ରୋଗୀ  ଚିକିତ୍ସାଧୀନ ଅଛନ୍ତି। ରାଜ୍ୟରେ କୋରୋନା ଜନିତ ମୃତ୍ୟୁସଂଖ୍ୟା ୮୧୦୪କୁ ବୃଦ୍ଧି ପାଇଛି।