Antilia Case: ଘେରିଲେଣୀ ବିରୋଧି, ନିଜକୁ ବଞ୍ଚାଇବା ପାଇଁ ସରକାରଙ୍କ ପ୍ରୟାସ
Advertisement
Article Detail0/zeeodisha/odisha870679

Antilia Case: ଘେରିଲେଣୀ ବିରୋଧି, ନିଜକୁ ବଞ୍ଚାଇବା ପାଇଁ ସରକାରଙ୍କ ପ୍ରୟାସ

ମହାରାଷ୍ଟ୍ର ଗୃହମନ୍ତ୍ରୀ ବିବାଦଘେରକୁ ଟଣା ହେବା ପରେ ତାଙ୍କର ଇସ୍ତଫା ଦାବି କରିଥିଲା ବିଜେପି। 

Antilia Case: ଘେରିଲେଣୀ ବିରୋଧି, ନିଜକୁ ବଞ୍ଚାଇବା ପାଇଁ ସରକାରଙ୍କ ପ୍ରୟାସ

ମୁମ୍ବାଇ: ଆଣ୍ଟିଲିଆ ନିକଟରୁ ଜିଲୋଟିନ ଜବତ ହେବା ଘଟଣାକୁ ନେଇ ସରଗରମ ହୋଇଉଠିଛି ମହାରାଷ୍ଟ୍ର ରାଜନୀତି। ଏ ମାମଲାରେ ମହାରାଷ୍ଟ୍ର ପୋଲିସରେ କାର୍ଯ୍ୟରତ ସଚିନ ବାଜେ ଗିରଫ ହେବା ଏବଂ ଏହି ମାମଲାରେ ମୁମ୍ବାଇ ପୂର୍ବତନ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହ ଏବଂ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ସନ୍ଦେବଜନକ ସମ୍ପକ୍ତିକୁ ନେଇ ବିବାଦୀୟ ହୋଇପଡିଛି ରାଜ୍ୟରେ କ୍ଷମତାସୀନ ମହାବିକାଶ ଅଘାଡି ସରକାର।    

ଆଣ୍ଟିଲିଆ ମାମଲା ପରେ ମୁହାମୁହାଁ ହୋଇଥିଲେ ପୂର୍ବତନ ମୁମ୍ବାଇ ପୋଲିସ କମିଶନର ଏବଂ ମହାରାଷ୍ଟ୍ର ଗୃହମନ୍ତ୍ରୀ। ମହାବିକାଶ ଅଘାଡି ସରକାରଙ୍କ ମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୁଦ୍ଧରେ ଅଭିଯୋଗ ଆଣି ପୂର୍ବତନ କମିଶନର ପରମବୀର ସିଂହ କହିଥିଲେ ସେ ପ୍ରତି ମାସରେ ୧୦୦ କୋଟି ଟଙ୍କା ମାଗୁଥିଲେ। ମହାରାଷ୍ଟ୍ର ପୋଲିସ ଏନକାଉଣ୍ଟର ସ୍ପେଶାଲିଷ୍ଟ ସଚିନ ବାଜେଙ୍କୁ ଏହା କରିବାକୁ ନିର୍ଦ୍ଦେଶ ଦେଇଥିଲେ ନିଜେ ଗୃହମନ୍ତ୍ରୀ। ଏ ଘଟଣା ସମ୍ପର୍କରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଜଣାଥିଲେ। ନିଜେ ସଚିନ ବାଜେ ମୋତେ ଏକଥା କହିଥିଲେ ବୋଲି କହିଛନ୍ତି ପରମବୀର ସିଂହ।

ଏ ଘଟଣାକୁ ନେଇ ମହାରାଷ୍ଟ୍ର ଗୃହମନ୍ତ୍ରୀ ବିବାଦଘେରକୁ ଟଣା ହେବା ପରେ ତାଙ୍କର ଇସ୍ତଫା ଦାବି କରିଥିଲା ବିଜେପି। ରାଜ୍ୟରେ କ୍ଷମତାସୀନ ସରକାରକୁ ବଞ୍ଚାଇବାକୁ ଯାଇ ଦିଲ୍ଲୀ ଠାରେ ଏକାଠି ହୋଇଥିଲେ ମହାବିକାଶ ଅଘାଡି ନେତା। ଏନେଇ ଦିଲ୍ଲୀ ଠାରେ ଆୟୋଜିତ ହୋଇଥିବା ବୈଠକରେ ନିଷ୍ପତ୍ତି ହୋଇଥିଲେ ପୂର୍ବବତ ମନ୍ତ୍ରୀପଦରେ ରହିବେ ଅନିଲ ଦେଶମୁଖ। 

Also Read:  ଗୋଟିଏ 'ଚିଠି' ଦୋହଲାଇ ଦେଲା ମହାରାଷ୍ଟ୍ର ରାଜନୀତି

 

ନିଜ ବିରୁଦ୍ଧରେ ଆସିଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ଅନିଲ ଦେଶମୁଖ କହିଥିଲେ ସେ ପୂର୍ବତନ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହଙ୍କ ବିରୁଦ୍ଧରେ ମାନହାନି ମୋକଦ୍ଦମା ଦାଏର କରିବେ। ହେଲେ  ଏତିକିରେ ସଂକଟ କବଳରୁ ମୁକ୍ତ ହୋଇପାରିନାହିଁ ମହାରାଷ୍ଟ୍ରରେ କ୍ଷମତାସୀନ ମହାବିକାଶ ଅଘାଡି ସରକାର।    

ଆଣ୍ଟିଲିଆ ମାମଲାକୁ ନେଇ ରାଜ୍ୟ ସରକାର ବିବାଦୀୟ ହୋଇପଡିବା ପରେ ସୋମବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଜରୁରୀକାଳୀନ ବୈଠକ ଡାକିଛନ୍ତି। ଅନ୍ୟପଟେ ବିରୋଧି ବିଜେପି ଏବଂ ଏମନଏସ ମହାରାଷ୍ଟ୍ର ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି।    

ଏନେଇ ଟ୍ୱିଟ କରି ବିଜେପି ନେତା ରାମ କାଦାମ କହିଛନ୍ତି ଆମ ପୁନର୍ବାର କହି ରଖିବାକୁ ଚାହୁଁ ନିଜେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଠାକରେ ଏବଂ ଗୃହମନ୍ତ୍ରୀ ଅନିଲ ଦେଶମୁଖ ନିଜର ନାର୍କୋ ଟେଷ୍ଟ କରି ସରକାରରୁ ଇସ୍ତଫା ଦିଅନ୍ତୁ। ରାଜ୍ୟରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟକୁ ଟାଳିବା ଗତକାଲି ଏନସିପି ପକ୍ଷରୁ ଏ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।

Also Read: Antilia Case: ବିପଦରେ ଗୃହମନ୍ତ୍ରୀ, ଯାଇପାରେ ଚୌକି

 

ମହାରାଷ୍ଟ୍ର ସରକାରରେ ଅଂଶୀଦାର ଥିବା କଂଗ୍ରେସ ପକ୍ଷରୁ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ ହୋଇଛି। ଏ ପ୍ରସଙ୍ଗରେ ମତ ରଖି ମହାରାଷ୍ଟ୍ର କଂଗ୍ରେସର ପ୍ରଭାରୀ ଏଚକେ ପାଟିଲ କହିଛନ୍ତି ବିଧାୟକ ଦଳ ନେତା, ରାଜ୍ୟ କଂଗ୍ରେସ ମୁଖ୍ୟ, ମହାରାଷ୍ଟ୍ର କୋର ଗ୍ରୁପ ନେତାଙ୍କ ସହ ରାଜ୍ୟର ସାମ୍ପ୍ରତିକ ରାଜନୈତିକ ସ୍ଥିତି ଉପରେ ଆଲୋଚନା କରାଯିବା ପରେ ରିପୋର୍ଟ ମଗାଯାଇଛି।