ସଂସଦରେ ଉଠିଲା ମହାରାଷ୍ଟ୍ର ପ୍ରସଙ୍ଗ; ମୁହାଁମୁହିଁ BJP-Maha Vikas Aghadi
Advertisement
Article Detail0/zeeodisha/odisha870809

ସଂସଦରେ ଉଠିଲା ମହାରାଷ୍ଟ୍ର ପ୍ରସଙ୍ଗ; ମୁହାଁମୁହିଁ BJP-Maha Vikas Aghadi

ଟଙ୍କା ମାଗି ବିବାଦୀୟ ହୋଇପଡିଥିବା ମହାରାଷ୍ଟ୍ର ଗୃହମନ୍ତ୍ରୀଙ୍କ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ନୀରବତାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି।

 ସଂସଦରେ ଉଠିଲା ମହାରାଷ୍ଟ୍ର ପ୍ରସଙ୍ଗ; ମୁହାଁମୁହିଁ BJP-Maha Vikas Aghadi

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଡ୍ରାମା ଏବେ ସଂସଦରେ ପହଞ୍ଚିଲାଣି। ଏ ପ୍ରସଙ୍ଗରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଏବଂ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଉସ୍ତଫା ଦାବି କରିଛନ୍ତି ବିଜେପି ସାଂସଦ। ଏହା ସହିତ ମହାରାଷ୍ଟ୍ର ଗୃହମନ୍ତ୍ରୀ ଟଙ୍କା ମାଗିବା ଘଟଣାର ଯାଞ୍ଚ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା କରିବାକୁ ଲୋକସଭାରେ ଦାବି ଜଣାଇଛନ୍ତି ବିଜେପି ସାଂସଦ।

ଟଙ୍କା ମାଗି ବିବାଦୀୟ ହୋଇପଡିଥିବା ମହାରାଷ୍ଟ୍ର ଗୃହମନ୍ତ୍ରୀଙ୍କ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ନୀରବତାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି। ଅନ୍ୟପଟେ ମହାରାଷ୍ଟ୍ରରେ କ୍ଷମତାସୀନ ମହାବିକାଶ ଅଘାଡି ସରକରକୁ ଗାଦିଚ୍ୟୁତ କରିବାକୁ ବିଜେପି ଷଡଯନ୍ତ୍ର କରୁଥିବା ଅଭିଯୋଗ ଆଣିଛନ୍ତି ଶିବସେନା ଏବଂ ଏହାର ସହଯୋଗୀ କଂଗ୍ରେସ।

ଶାସକ ଦଳ ଲୋକସଭା ସଚେତକ ତଥା ବିଜେପି ସାଂସଦ ରାକେଶ ସିଂହ କହିଛନ୍ତି ଏହା ହେଉଛି ପ୍ରଥମ ଘଟଣା ଯେଉଁଠି ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ଜଣେ ବ୍ୟକ୍ତିଙ୍କ ସମର୍ଥନରେ ସାମ୍ବାଦିକ ସମ୍ମିଳନୀ କରୁଛନ୍ତି ଯହାଙ୍କ ବିରୁଦ୍ଧରେ ଜଣେ ବରିଷ୍ଠ ପୋଲିସ ଅଧିକାରୀ ଗୁରୁତର ଅଭିଯୋଗ ଆଣିଛନ୍ତି। ଗତକାଲି ଏନସିପି ଏଘଟଣାକୁ ଗୁରୁତର ବୋଲି ଦର୍ଶାଇବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା। ହେଲେ ପରେ ତାଙ୍କ ଦଳର ନେତା ତଥା ମହାରାଷ୍ଟ୍ର ଗୃହମନ୍ତ୍ରୀ ଇସ୍ତଫା ଦେବେ ନାହିଁ ବୋଲି କହିଥିଲେ। ମହାରାଷ୍ଟ୍ର ସରକାରଙ୍କୁ ଏହି ଡର ଲାଗୁଛି ଆଦାୟ ହେଉଥିବା ଟଙ୍କା କାହା କାହା ପାଖକୁ ଯାଉଥିଲା।  

Also Read: Antilia Case: ଘେରିଲେଣୀ ବିରୋଧି, ନିଜକୁ ବଞ୍ଚାଇବା ପାଇଁ ସରକାରଙ୍କ ପ୍ରୟାସ

 

ଏହାର ଜବାବ ରଖି ଶିବସେନା ନେତା ବିନାୟକ ରାଉତ କହିଛନ୍ତି ବିଗତ ୧୪ ମାସ ମଧ୍ୟରେ ମହାରାଷ୍ଟ୍ରରେ କ୍ଷମତାସୀନ ମହାବିକାଶ ଅଘାଡି ସରକାରକୁ ଗାଦିଚ୍ୟୁତ କରିବାକୁ ବିଜେପି ବିଭିନ୍ନ ସମୟରେ ପ୍ରୟାସ କରିଛି। ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ସୃଷ୍ଟି କରିବାକୁ ପ୍ରୟାସ କରିବାକୁ ଚାହୁଁଛି। ଯେଉଁ ପୋଲିସ ଅଧିକାରୀଙ୍କ କଥା ବିଜେପି କହୁଛି ତାଙ୍କ ବିରୁଦ୍ଧରେ ମଧ୍ୟ ଗୁରୁତର ଅଭିଯୋଗ ରହିଛି। କଂଗ୍ରେସ ସାଂସଦ ରବନୀତ ସିଂହ ବିଟ୍ଟୁ କହିଛନ୍ତି ବିଭିନ୍ନ ରାଜ୍ୟରେ କ୍ଷମତାସୀନ ବିଜେପି ବିରୋଧି ସରକାରର କାମରେ ବିଭିନ୍ନ କେନ୍ଦ୍ରୀୟ ଏଜେନ୍ସି ମାଧ୍ୟମରେ ହସ୍ତକ୍ଷେପ କରିବାକୁ ଚାହୁଁଛି କେନ୍ଦ୍ର। ମଧ୍ୟ ପ୍ରଦେଶ ଭଳି ମହାରାଷ୍ଟ୍ରରେ ଶାସନ କରୁଥିବା ସରକାରକୁ ଗାଦିଚ୍ୟୁତ କରିବାକୁ ଚାହୁଁଛି ବିଜେପି। 

Also Read: ଗୋଟିଏ 'ଚିଠି' ଦୋହଲାଇ ଦେଲା ମହାରାଷ୍ଟ୍ର ରାଜନୀତି

 

ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଡ୍ରାମା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଶିବସେନା ସଞ୍ଜୟ ରାଉତ କହିଛନ୍ତି କହିଛନ୍ତି ମନ୍ତ୍ରୀ ପଦରେ ଅବସ୍ଥାପିତ ଜଣେ ବ୍ୟକ୍ତିଙ୍କ ବିରୁଦ୍ଧରେ ଅଭିଯୋଗ ଆସିବା ମାତ୍ରେ ତାଙ୍କୁ ତାଙ୍କ ପଦରୁ ହଟାଇବା କେତେଦୂର ଯୁକ୍ତିଯୁକ୍ତ। ଯଦି ଏପରି କରାଯାଏ ତାହେଲେ ସରକାର ଚଳାଇବା ଅସମ୍ଭବ ହୋଇପଡିବ। ନେତା ମନ୍ତ୍ରୀଙ୍କ ବିରୁଦ୍ଧରେ ବିଭିନ୍ନ ସମୟରେ ଅଭିଯୋଗ ଆସିଥାଏ। ଏହାର ଯାଞ୍ଚ କରିବା ଆବଶ୍ୟକ।    

ଅନ୍ୟପଟେ ଗୃହମନ୍ତ୍ରୀ ଅନିଲ ଦେଶମୁଖ ବିରୁଦ୍ଧରେ ଆସିଥିବା ଅଭିଯୋଗ ଖାରଜ କରି ମହାବିକାଶ ଅଘାଡି ସରକାରଙ୍କ ମନ୍ତ୍ରୀ ନବାବ ମଲ୍ଲିକ କହିଛନ୍ତି ପଦରେ ରହିଥିବା ସମୟରେ କାହିଁକି ଏକଥା କହିନଥିଲେ ପୂର୍ବତନ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହ। ଏ ମାମଲାରେ ସେ ଦେଇଥିବା ପତ୍ର ଆଧାରରେ ଗୃହମନ୍ତ୍ରୀଙ୍କୁ ତାଙ୍କ ପଦରୁ ବହିଷ୍କାର କରାଯାଇ ପାରିବନାହିଁ। ପ୍ରଥମେ ଏ ଘଟଣାର ଯାଞ୍ଚ କରାଯିବା ହୋଇସାରିବା ପରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।    

Also Read: Antilia Case: ବିପଦରେ ଗୃହମନ୍ତ୍ରୀ, ଯାଇପାରେ ଚୌକି

 

ରାଜ୍ୟରେ  ଚାଲିଥିବା ରାଜନୈତିକ ଡ୍ରାମା ଉପରେ ମତ ରଖି ମହାରାଷ୍ଟ୍ର ରାଜ୍ୟସଭା ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ କହିଛନ୍ତି  ମହାବିକାଶ ଅଘାଡି ସରକାରକୁ ଗାଦିଚ୍ୟୁତ କରିବାକୁ ଆମର କୌଣସି ଯୋଜନା ନାହିଁ। ହେଲେ ଏହି ସରକାର ବିରୁଦ୍ଧରେ ଆସୁଥିବା ଆରୋପ ପ୍ରତ୍ୟାରୋପ କାରଣରୁ ମହାରାଷ୍ଟ୍ରରେ କ୍ଷମତାସୀନ ସରକାର ଆପେ ଆପେ ଗାଦିଚ୍ୟୁତ ହେବ। ଏହା ପରେ ଆମେ ସେଠାରେ ସରକାର ଗଠନ  କରିବୁ।